News18 Odia Digital
ଗୁଆହାଟି: ଆସାମର ତିନସୁକିଆ (Tinsukia, Assam) ଜିଲ୍ଲାରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ (OIL, ଓ.ଆଇ.ଏଲ୍.) ର ଏକ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କରୁଥିବା କୂଅରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ତୈଳ କୂଅରୁ ଗତ ୧୪ ଦିନ ହେଲା ତୈଳ କ୍ଷରଣ ହେଉଥିଲା ।
ଆଜି ଅପରାହ୍ଣରେ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡ ସଂଲଗ୍ନ ଅଞ୍ଚଳରେ ବ୍ୟାପିବାର ଭୟ ଥିବାରୁ ଆସାମ ସରକାର ବାୟୁ ସେନା ଓ ସ୍ଥଳ ସେନାକୁ ନିଆଁ ଲିଭାଇବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ନିଆଁ ଲାଗିବା ପରେ ଆସାମ ମୁଖ୍ୟ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ (Sarbananda Sonowal) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)ଙ୍କ ସହ ବି କଥା ହୋଇଛନ୍ତି ।
ଗ୍ୟାସ ଲିକ ହେବା ଦିନ ଠାରୁ ଏହି ଅଞ୍ଚଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ.ଡି.ଆର.ଏଫ., NDRF) ନିୟୋଜିତ କରାଯାଇଛି । ଆସାମର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଘଟଣାର ସମୀକ୍ଷା କରୁଛନ୍ତି ।
ଗ୍ୟାସ୍ ଲିକରୁ ହେଉଥିବା ନିଆଁ ଲିଭାଇବାର ବିଶେଷଜ୍ଞମାନଙ୍କୁ ସୋମବାର ଦିନ ସିଙ୍ଗାପୁରରୁ ଡକାଇ ଯାଇଥିଲା । ସେମାନେ ଆଜି ସକାଳେ କାର୍ଯ୍ୟରେ ଯୋଗ ଦେଇଥିଲେ ବୋଲି ସୂତ୍ରରୁ ପ୍ରକାଶ ।

ଏହି ତୈଳ କୂଅର ଦେଢ଼ କିଲୋମିଟର ବ୍ୟାସାର୍ଦ୍ଧରେ ବାସ କରୁଥିବା ଲୋକଙ୍କୁ ନେଇ ରିଲିଫ କ୍ୟାମ୍ପରେ ରଖାଯାଇଛି ।
ଗୁଆହାଟି ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ବାଘଜନ ତିନସସୁକିଆରେ ଥିବା ଏହି ତେଲ କୂଅରେ ମେ ୨୭ ତାରିଖ ଦିନ ଏକ ବିସ୍ଫୋରଣ ହୋଇଥିଲା ଓ ଗତ 14 ଦିନ ଧରି ସେଥିରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଞ୍ଚଳର ଆର୍ଦ୍ରଭୂମି ତଥା ଜୈବ ବିବିଧତାକୁ ବ୍ୟାପକ କ୍ଷତି ଘଟାଇଆସୁଛି ।
ସୋସିଆଲ ମିଡିଆରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶେଆର୍ ହୋଇଥିବା ଫଟୋଗୁଡ଼ିକରେ ଅନେକ ଗ୍ୟାଞ୍ଜେଟିକ୍ ଡଲଫିନ ମରିପଡ଼ିଥିବା ଦେଖାଯାଇଛି । ସଂଲଗ୍ନ ଗ୍ରାମରେ ଧାନ କ୍ଷେତ, ପୋଖରୀ ଓ ଆର୍ଦ୍ରଭୂମି ମଧ୍ୟ ଦୂଷିତ ହୋଇଛି । ଦିନକୁ ଦିନ ବିପଦ ବଢ଼ିବାରେ ଲାଗିଛି । ଏହି ଅଞ୍ଚଳର ଅନେକ ଛୋଟ ଚା’ ଉତ୍ପାଦକମାନେ ମଧ୍ୟ ସେମାନଙ୍କ ଚା’ ବଗିଚାରେ ଗ୍ୟାସ୍ କଣ୍ଡେନ୍ସେଟ୍ ସ୍ତର ଲାଗିଯାଇଥିବା ଅଭିଯୋଗ କରିଛନ୍ତି ।
ପ୍ରାକୃତିକ ଗ୍ୟାସ ଉତ୍ପାଦନ କରୁଥିବା ଏହି ତୈଳ କୂଅର ଦେଢ଼ କିଲୋମିଟର ବ୍ୟାସାର୍ଦ୍ଧରେ ବାସ କରୁଥିବା ଅତି କମରେ ୬,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି । ଅଏଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୩୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି ।
ଏହା ବି ପଢ଼ନ୍ତୁ: ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।