News18 Odia Digital
ଭୁବନେଶ୍ୱର: ବହୁ-ଚର୍ଚ୍ଚିତ ମାସ୍କ୍ ଓ ପିପିଇ କିଟ୍ କେଳେଙ୍କାରୀ ମାମଲାର ତଦନ୍ତ କରିବା ପରେ କୌଣସି ଦୁର୍ନୀତି ହୋଇ ନ ଥିବା କହି ଲୋକାୟୁକ୍ତ ଏଥିରେ ପୂର୍ଣ୍ଣଛେଦ ପକାଇଥିଲେ ବି ଲୋକାୟୁକ୍ତଙ୍କ ଏହି ରାୟରେ ସନ୍ତୁଷ୍ଟ ହୋଇନାହାନ୍ତି ଏହି ମାମଲାର ଦୁଇ ଜଣ ଅଭିଯୋଗକାରୀ । ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ମାମଲାକୁ ହାଇ କୋର୍ଟକୁ ନେବା ପାଇଁ ଦୁହେଁ ପ୍ରସ୍ତୁତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍
ଲୋକାଯୁକ୍ତ ଏହି ମାମଲାରେ ଭିଜିଲାନ୍ସର ପ୍ରାଥମିକ ରିପୋର୍ଟକୁ ଅନୁଧ୍ୟାନ କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ଓ ସରକାର ସ୍ଵଚ୍ଛ ବୋଲି ସଫେଇ ଦେଇଛନ୍ତି । ଭିଜିଲାନ୍ସର ତଦନ୍ତ ରିପୋର୍ଟରେ ମାସ୍କ୍ ଓ ପିପିଇ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇ ନ ଥିବା ଉଲ୍ଲେଖ ଥିବା ଲୋକାୟୁକ୍ତ କହିଛନ୍ତି ।
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଏତେ ବଡ଼ ମାମଲାରେ ଲୋକାୟୁକ୍ତ ପୂର୍ଣ୍ଣଛେଦ ପକାଇବା ପରେ ଏହି ରାୟକୁ ଏକପାଖିଆ ବୋଲି ଅଭିହିତ କରିଛନ୍ତି ଦୁଇ ଅଭିଯୋଗକାରୀ – କଂଗ୍ରେସ ଦଳର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଓ ଓଡି଼ଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ । ଭିଜିଲନ୍ସ ରିପୋର୍ଟର ଉଚିତ ତର୍ଜମା ହୋଇ ନ ଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦୁହେଁ ।

ଦୁଇ ଅଭିଯୋଗକାରୀ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ
‘‘ଲୋକାୟୁକ୍ତଙ୍କ ରାୟରେ ଆମେ ସନ୍ତୁଷ୍ଟ ନୋହୁଁ । ତଦନ୍ତ ଠିକଣା ବାଟରେ ହୋଇନି । ଏହି ରାୟ ଏକପାଖିଆ । ଏହି ମାମଲାରେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଏବେ ଆମେ ହାଇ କୋର୍ଟଙ୍କ ଆଶ୍ରୟ ନେବୁ,’’ କହିଛନ୍ତି ସୁଦର୍ଶନ ଦାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସନ୍ନି ଲିଓନି ଶାଢ଼ୀ ପିନ୍ଧି ଘଞ୍ଚ ଜଙ୍ଗଲରେ ନଦୀରେ ଏକ ଡଙ୍ଗାରେ ଶୋଇଲେ; ଫଟୋ ଭାଇରାଲ୍ ହେଲା
ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମାସ୍କ୍ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଥିବା ଅନୁଭବ କରି ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଦୁଇ ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ଭିଜଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଆଉ ଗୋଟିଏ ମାସ ସମୟ ନେଇ ମାର୍ଚ୍ଚ ୧୬ ତାରିଖରେ ଭିଜିଲାନ୍ସ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାପା ଓ ମା’ ଦୁର୍ଘଟଣାରେ ଆହତ ହେଲେ; କୁନି ଝିଅଟିକୁ ହୋମ୍ ଗାର୍ଡ଼ କୋଳରେ ଧରି ବୁଲାଇଲା
ଭିଜଲାନ୍ସର ସେହି ରିପୋର୍ଟକୁ ତର୍ଜମା କରି ଲୋକାୟୁକ୍ତଙ୍କ ତିନି-ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ଓ ରାୟ ଶୁଣାଇଥିଲେ । ଲୋକାୟୁକ୍ତଙ୍କ ରାୟକୁ ନେଇ ଶାସକ ଦଳ ବିଜେଡି କହିଛି ଯେ ‘‘ସତ୍ୟ, ଧର୍ମ ଓ ନବୀନ ବାବୁଙ୍କ ପାରଦର୍ଶିତା’’ର ଜୟ ହୋଇଛି । ‘‘କିଛି ବେତନଭୁକ୍ତ କର୍ମୀଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯାନ ଧରାପଡ଼ିଛି,’’ କହିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ।
କୋଭିଡ ମହାମାରୀ ସମୟରେ ୩୦ ଲକ୍ଷ ମାସ୍କ୍ ସହ ପିପିଇ କିଟ୍ କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ମାମଲା ଯାଇ ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଥିଲା । ଦୁର୍ନୀତିର ଗନ୍ଧ ବାରି ଲୋକାୟୁକ୍ତ ଭିଜଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା, ହେଲେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା ଜଣେ ବଡ଼ ବାବୁଙ୍କୁ ଭିଜିଲାନ୍ସ ତଦନ୍ତ ପରିସରକୁ ନେଲା ନା ନାହିଁ ତାହା ଏବେ ପ୍ରଶ୍ନ ଘେରରେ ଅଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।