Railways: ବାତ୍ୟା ଯୋଗୁଁ ଅନେକ ଟ୍ରେନ୍ ବାତିଲ୍ ହେଲା; ଦେଖନ୍ତୁ କେଉଁ ଦିନ କେଉଁ ଟ୍ରେନ୍ ଚାଲିବନି

ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ଏବେ ପୂର୍ବ ତଟ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ୟାସକୁ ଦୃଷ୍ଟିରେ ରଖି ରେଳବାଇ ଅନେକ ଟ୍ରେନକୁ ସାମୟିକ ଭାବେ ବାତିଲ୍ କରିଛନ୍ତି ।

ଅନେକ ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି । (ପ୍ରତୀକାତ୍ମକ ଛବି)

ଅନେକ ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ/ଭୁବନେଶ୍ୱର: Cancelled Trains List: କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଓ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେଉଥିବା ଯୋଗୁଁ ଭାରତୀୟ ରେଳବାଇ (Indian Railways) ବହୁ ସଂଖ୍ୟକ ଟ୍ରେନ୍‌ ଚଳାଚଳ ବାତିଲ କରିଦେଇଛି । ଏବେ ଏକ ବାତ୍ୟା 'ୟାସ୍' ଆସୁଥିବାର ସମ୍ଭାବନା ଥିବାରୁ ରେଳବାଇ ୧୦ଟି ଟ୍ରେନର ଚଳାଚଳ ସାମୟିକ ଭାବେ ବାତିଲ କରିଛି ।

ପୂର୍ବ ମଧ୍ୟ ରେଳବାଇ ହାଜିପୁରର ସି.ପି.ଆର୍‌.ଓ. ରାଜେଶ କୁମାର ସୂଚନା ଦେଇଛନ୍ତି ଯେ ଘୂର୍ଣ୍ଣିବଳୟ 'ୟାସ'ର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, ପୁରୀ ଓ ଯଶବନ୍ତପୁର ଇତ୍ୟାଦି ସ୍ଥାନରୁ ଚାଲୁଥିବା କେତେକ ସ୍ୱତନ୍ତ୍ର ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି ।

ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ

ପଟନା, ମୁଜାଫରପୁର ଓ ଜୟନଗରରୁ ଆରମ୍ଭ ହୋଉଥିବା ତିନି ଯୋଡ଼ା ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି । କୋଡର୍ମା, ଗୟା, ସାସରାମ, ପଣ୍ଡିତ ଦୀନ୍ ଦୟାଲ୍‌ ଉପାଧ୍ୟାୟ ଜଙ୍କସନ୍‌ ଇତ୍ୟାଦି ଦେଇ ନୂଆ ଦିଲ୍ଲୀ ଓ ଆନନ୍ଦ ବିହାର ଟର୍ମିନାଲ୍‌ ଷ୍ଟେସନରେ ପହଞ୍ଚୁଥିବା ସାତ ଯୋଡ଼ା ଟ୍ରେନକୁ ବି ପୂର୍ବ ମଧ୍ୟ ରେଳବାଇ ଅସ୍ଥାୟୀ ରୂପେ ବାତିଲ୍‌ କରିଦେଇଛି ।

ଏହା ବି ପଢ଼ନ୍ତୁ | ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ୟାସ୍‌ଗତିପଥ ସମ୍ପର୍କରେ ସଠିକ୍ ସୂଚନା ମିଳିବ; ଓଡ଼ିଶା ପ୍ରସ୍ତୁତ ହେଉଛି

ବାତିଲ ହୋଇଥିବା ଟ୍ରେନଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ଏଇଠି ଦେଖନ୍ତୁ:

> 05228 ମୁଜାଫରପୁର - ୟଶୱନ୍ତପୁର ସ୍ୱତନ୍ତ୍ର ଟ୍ରେନ୍‌ ମେ ୨୪ ତାରିଖ ଦିନ ଚାଲିବ ନାହିଁ ।

> 02643 ଏର୍ଣ୍ଣାକୁଲମ୍-ପଟନା ସ୍ୱତନ୍ତ୍ର ଟ୍ରେନର ମେ ୨୪ ଓ ୨୫ରେ ଚାଲିବ ନାହିଁ ।

> 02644 ପଟନା-ଏର୍ଣ୍ଣାକୁଲମ୍ ସ୍ୱତନ୍ତ୍ର ଟ୍ରେନ୍ ମେ ୨୭ ଓ ୨୮ରେ ଚାଲିବ ନାହିଁ ।

> 08419 ପୁରୀ-ଜୟନଗର ସ୍ୱତନ୍ତ୍ର ଟ୍ରେନ୍ ମେ ୨୭ରେ ଚାଲିବ ନାହିଁ ।
> 08420 ଜୟନଗର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ମେ ୨୯ରେ ଚାଲିବ ନାହିଁ ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି

> 08450 ପଟନା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ମେ ୨୬ରେ ଚାଲିବ ନାହିଁ ।

> 02801 ପୁରୀ-ନୂଆ ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ମେ ୨୪, ୨୫ ଓ ୨୬ରେ ଚାଲିବ ନାହିଁ ।

> 02802 ନୂଆ ଦିଲ୍ଲୀ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ମେ ୨୩, ୨୪ ଓ ୨୫ରେ ଚାଲିବ ନାହିଁ ।
> 02814 ଆନନ୍ଦ ବିହାର ଟର୍ମିନାଲ୍-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ମେ ୨୪ରେ ଚାଲିବ ନାହିଁ ।

ଏହା ବି ପଢ଼ନ୍ତୁ ତାଙ୍କ ଗୀତ ଶୁଣନ୍ତୁ |ଜୀବନରେ ଯେବେ ମୋ ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ

> 02816 ଆନନ୍ଦ ବିହାର ଟର୍ମିନାଲ୍-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ମେ ୨୪ ଓ ୨୬ରେ ଚାଲିବ ନାହିଁ ।

> 02823 ଭୁବନେଶ୍ୱର-ନୂଆ ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ମେ ୨୫ରେ ଚାଲିବ ନାହିଁ ।

> 02826 ନୂଆ ଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ମେ ୨୪ରେ ଚାଲିବ ନାହିଁ ।
> 02875 ପୁରୀ-ଆନନ୍ଦ ବିହାର ଟର୍ମିନାଲ୍ ସ୍ୱତନ୍ତ୍ର ଟ୍ରେନ୍ ମେ ୨୫ରେ ଚାଲିବ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

> 02209 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ମେ ୨୬ରେ ଚାଲିବ ନାହିଁ ।

> 02815 ପୁରୀ-ଆନନ୍ଦ ବିହାର ଟର୍ମିନାଲ ସ୍ୱତନ୍ତ୍ର ଟ୍ରେନ୍ ମେ ୨୬ ଓ ୨୭ରେ ଚାଲିବ ନାହିଁ ।
> 02819 ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ସ୍ୱତନ୍ତ୍ର ଟ୍ରେନ୍‌ ମେ ୨୬ରେ ଚାଲିବ ନାହିଁ ।



> 02820 ଆନନ୍ଦ ବିହାର ଟର୍ମିନାଲ୍-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ମେ ୨୫ରେ ଚାଲିବ ନାହିଁ ।

02824 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ମେ ୨୬ରେ ଚାଲିବ ନାହିଁ ।

> 02876 ଆନନ୍ଦ ବିହାର ଟର୍ମିନାଲ୍-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ମେ ୨୫ରେ ଚାଲିବ ନାହିଁ ।

> 02254 ଭାଗଲପୁର-ୟେସନ୍ତପୁର ସ୍ୱତନ୍ତ୍ର ଟ୍ରେନ୍ ମେ ୨୬ରେ ଚାଲିବ ନାହିଁ ।
Published by:Anand S.T. Das
First published: