ଜୈଶ୍-ଏ-ମହମ୍ମଦର ଅନେକ ଆତଙ୍କବାଦୀ କରୋନାରେ ସଂକ୍ରମିତ; ପାକିସ୍ତାନ ଚିକିତ୍ସା କରିବାକୁ ମନା କଲା

କଶ୍ମୀରରୁ ପାକିସ୍ତାନ ଯାଇଥିବା ଅନେକ ସଂକ୍ରମିତ ଆତଙ୍କବାଦୀ ଚିକିତ୍ସା ପାଇଁ ପାକିସ୍ତାନ ସରକାରଙ୍କ ସହାୟତା ଲୋଡିଛନ୍ତି, କିନ୍ତୁ ସେମାନଙ୍କୁ ଚିକିତ୍ସା କରାଯାଉ ନାହିଁ । ତେଣୁ ସେମାନେ ପୁଣି ଥରେ କଶ୍ମୀରକୁ ଫେରିବା ପ୍ଲାନରେ ଅଛନ୍ତି ।

ଜୈଶ୍-ଏ-ମହମ୍ମଦର ଅନେକ ଆତଙ୍କବାଦୀ କରୋନାରେ ସଂକ୍ରମିତ; ପାକିସ୍ତାନ ଚିକିତ୍ସା କରିବାକୁ ମନା କଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 15, 2020, 6:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚୀନରୁ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ସଂକ୍ରମଣର ପ୍ରଭାବ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଗୁପ୍ତ ସୂଚନା ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଅନେକ ସଦସ୍ୟ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇଛନ୍ତି । ଏହି ଆତଙ୍କବାଦୀମାନେ ଚିକିତ୍ସା ପାଇଁ ପାକିସ୍ତାନ ସରକାରଙ୍କ ସହାୟତା ଲୋଡିଛନ୍ତି, କିନ୍ତୁ ସେମାନଙ୍କୁ ପାକିସ୍ତାନରେ ଚିକିତ୍ସା କରାଯାଉ ନାହିଁ । ଏହି କାରଣରୁ କଶ୍ମୀରରୁ ପାକିସ୍ତାନ ଯାଇଥିବା ଅନେକ ଆତଙ୍କବାଦୀ ଏବେ ପୁଣି ଥରେ କଶ୍ମୀରକୁ ଫେରିବା ପ୍ଲାନରେ ଅଛନ୍ତି ।

ସୂଚନାନୁସାରେ ଲାହୋରରେ ରହୁଥିବା ଆତଙ୍କବାଦୀ ସହିଦ କଶ୍ମୀରର ଅନନ୍ତନାଗରେ ରହୁଥିବା ତାଙ୍କ ପରିବାରର ଲୋକଙ୍କୁ ଟେଲିଫୋନ୍ କରି କହିଛନ୍ତି ଯେ ସେ ନିଜେ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ତାଙ୍କ ପିତାଙ୍କ ସହ କଥାବାର୍ତ୍ତା କରି ସହିଦ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଛି ଯେ ଏହା ହୁଏତ ତାଙ୍କର ଶେଷ କଲ୍ ହେବ। ସେ କହିଛନ୍ତି ଯେ ତାଙ୍କ ସହ ଥିବା ଅନେକ ଯୁବକ ବି କରୋନା ଭାଇରସର ଶିକାର ହୋଇଛନ୍ତି ଓ ଦିନକୁ ଦିନ ସମସ୍ତଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି ।

ସହିଦ କହିଛନ୍ତି ଯେ କୋଭିଡ-୧୯ର ଚିକିତ୍ସା ପାଇଁ ସେମାନେ ବହୁ ସରକାରୀ ଅଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇଛନ୍ତି, କିନ୍ତୁ ପାକିସ୍ତାନ ସରକାର ଏ ବାବଦରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏହି ଜୈଶ ଆତଙ୍କବାଦୀ କହିଛନ୍ତି ଯେ ତାଙ୍କ ସାଥୀମାନେ ବହୁତ ଭୟଭୀତ ଅଛନ୍ତି ଓ କଶ୍ମୀରରେ କୌଣସି ପ୍ରକାରେ ପ୍ରବେଶ କରିବାକୁ ପ୍ରୟାସ କରୁଛନ୍ତି।

ପାକିସ୍ତାନରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ପାକିସ୍ତାନର ଖାଇବର ପଖତନଖ୍ୱା ଦେଶରେ କରୋନାର ହଟସ୍ପଟ୍ ହୋଇ ଠିଆହୋଇଛି । ଗତ କାଲି ପର୍ଯ୍ୟନ୍ତ ପାକିସ୍ତାନରେ ପ୍ରାୟ ଛଅ ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏଥି ସହିତ କେବଳ ଖାଇବର ପଖତନଖ୍ୱାରେ ୭୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ସାରା ଦେଶରେ କରୋନା ଯୋଗୁଁ ୧୦୦ରୁ ଅଦିକ ଲୋକ ପ୍ରାଣ ହରାଇଛନ୍ତି ।
First published: April 15, 2020, 6:16 PM IST
corona virus btn
corona virus btn
Loading