ସରକାରଙ୍କ ଆର୍ଥିକ କଟକଣା କାରଣରୁ ରାଜ୍ୟରେ ଜୀବିକା ହରାଇବେ ଲକ୍ଷାଧିକ ଠିକା କର୍ମଚାରୀ

ରାଜ୍ୟ ସରକାରଙ୍କ ଆର୍ଥିକ କଟକଣା ଓ ଆର୍ଥିକ ଶୄଙ୍ଖଳା ଯୋଗୁଁ ରାଜ୍ୟରେ ଲକ୍ଷାଧିକ ଆଉଟସୋର୍ସିଂ ଓ ଠିକା କର୍ମଚାରୀ ନିଜର ଜୀବିକା ହରାଇବେ । ଏହାର ପୁନର୍ବିଚାର କରିବା ପାଇଁ କର୍ମଚାରୀ ମିଳିତ ମହାମଞ୍ଚ ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛି ।

ସରକାରଙ୍କ ଆର୍ଥିକ କଟକଣା କାରଣରୁ ରାଜ୍ୟରେ ଜୀବିକା ହରାଇବେ ଲକ୍ଷାଧିକ ଠିକା କର୍ମଚାରୀ
ଠିକା କର୍ମଚାରୀମାନେ ମୌନ ଧାରଣାରେ ବସିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ସଙ୍କଟ କାରଣରୁ ରାଜ୍ୟ ଅର୍ଥ ବିଭାଗ ଲଗାଇଥିବା କଟକଣା ଯୋଗୁଁ ରାଜ୍ୟରେ ଲକ୍ଷାଧିକ ଠିକା କର୍ମଚାରୀ ନିଜ ରୋଜଗାର ହରାଇବେ। ଅର୍ଥ ବିଭାଗ ଖର୍ଚ୍ଚକାଟ୍‍ ପାଇଁ ଗତ ୭ ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହା ଦ୍ୱାରା ରାଜ୍ୟର ବିଭିନ୍ନ ସରକାରୀ ଅଫିସ ଓ ସଂସ୍ଥାରେ କାର୍ଯ୍ୟରତ ଲକ୍ଷାଧିକ କର୍ମଚାରୀ ଛଟେଇ ହୋଇଯିବେ ।

ରୋଜଗାର ବନ୍ଦ ହେବା ଯୋଗୁଁ କରୋନା କାଳରେ ସେମାନଙ୍କ ଘରେ ଚୂଲି ଜଳିବ ନାହିଁ । ପିଲାଙ୍କ ପାଠପଢ଼ା ଓ ସ୍ୱାସ୍ଥ୍ୟ କଥା ଚିନ୍ତା କରି ଅନେକଙ୍କ ନିଦ ହଜିଗଲାଣି । କରୋନା କାଳରେ ସେମାନେ ଅନ୍ୟ ରୋଜଗାରପନ୍ଥା ବି ଗ୍ରହଣ କରିପାରିବେ ନାହିଁ । ତେଣୁ ସରକାର ମାନବିକତା ଦୃଷ୍ଟିକୋଣରୁ ଏଭଳି ନିର୍ଦ୍ଦେଶନାମାରେ ସଂଶୋଧନ କରିବା ଉଚିତ ବୋଲି ଦାବି ହେଉଛି ।

ସରକାର ଆର୍ଥିକ ମାନ୍ଦାବସ୍ଥାରୁ ତ୍ରାହି ପାଇବାପାଇଁ ବିଭିନ୍ନ ଖର୍ଚ୍ଚ ଉପରେ କଟକଣା ଲଗାଇଛନ୍ତି । କଟକଣାରେ କୁହାଯାଇଛି ଯେ ଠିକା କର୍ମଚାରୀଙ୍କୁ ଚୁକ୍ତି ମୁତାବକ ତାଙ୍କ ବେତନ ଦିଆଯିବ । କିନ୍ତୁ କରୋନା ଲକ୍‍ଡାଉନ୍‍ କାଳରେ ତାଙ୍କର ଚୁକ୍ତି ଅବଧି ଶେଷ ହେଉଥିଲେ ତାହା ଆଉ ପୂର୍ବ ଭଳି ଆପଣାଛାଏଁ ନବୀକରଣ ହେବାନହିଁ । ସେଥି ପାଇଁ ଅର୍ଥ ବିଭାଗରୁ ଅନୁମୋଦନ ନେବାକୁ ପଡ଼ିବ । ଏ ସର୍ତ୍ତ କିନ୍ତୁ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବନାହିଁ । ଅର୍ଥ ବିଭାଗର ଏହି ଆଦେଶନାମା ସକାଶେ ଅନେକ ଠିକା କର୍ମଚାରୀ ଜୀବିକା ହରାଇବା ଆଶଙ୍କାରେ ପ୍ରମାଦ ଗଣିଲେଣି ।

ଠିକା କର୍ମଚାରୀଙ୍କୁ ସରକାର ସବୁ ବେଳେ ଅବହେଳା କରୁଥିବା ଅଭିଯୋଗ ହୋଇଆସୁଛି । କର୍ମଚାରୀ ସଙ୍ଗଠନମାନଙ୍କ ନେତାଙ୍କ କହିବା ଅନୁଯାୟୀ ଏମାନେ ଦୀର୍ଘ ବର୍ଷ ଧରି ନିୟମିତ କାମ କରିଆସୁଥିଲେ ହେଁ ସେମାନଙ୍କୁ ସ୍ଥାୟୀ କରାଯାଉନାହିଁ । ବାର ପନ୍ଦର ବର୍ଷ ଦରି କେବଳ ସ୍ୱଳ୍ପ ଦରମା ଏମାନଙ୍କୁ ଦିଆଯାଏ । ଷଷ୍ଠ ବେତନ କମିଶନ କାଳରେ ପ୍ରତି କର୍ମଚାରୀ ହାରାହାରି ମାସିକ ମୋଟ ୭,୧୦୦ ଟଙ୍କା ପାଉଥିଲେ । ଆଶା କରୁଥିଲେ ସପ୍ତମ ବେତନ ହାରରେ ମୂଳ ଦରମା ଆକାରରେ ୧୯,୯୯୦ ଟଙ୍କା ପାଇବେ । କିନ୍ତୁ ସରକାର ମାତ୍ର ୮,୮୮୦ ଟଙ୍କା ଦେଲେ । ଏହି ଉଚ୍ଚ ଶିକ୍ଷିତ, ଦକ୍ଷ କର୍ମଚାରୀମାନେ ଗୋଟିଏ କୁଶଳୀ ଦିନ ମଜୁରୀଆ ଠାରୁ ମଧ୍ୟ କମ୍‍ ବେତନ ପାଇଥାନ୍ତି ।

‘‘କରୋନା କାଳରେ ସରକାର ଉଠା ଦୋକାନୀ, ପରିବା ବିକାଳି, ରିକ୍ସା ଚାଳକ, ଛୋଟ ବ୍ୟବସାୟୀ ଓ ଏପରିକି ଭିକାରୀମାନଙ୍କୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ଖାଇବା ବ୍ୟବସ୍ଥା କରୁଥିବା ବେଳେ ଦୀର୍ଘ ଦିନ ଧରି ସରକାରଙ୍କ କାମ କରି ଆସୁଥିବା ଏହି ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ମାନ୍ଦାବସ୍ଥା ଆଳରେ ପେଟରେ ଲାତ ମାରିବା ଠିକ୍‍ ହୋଇନାହିଁ,’’ କହିଛି ଠିକା କର୍ମଚାରୀଙ୍କ ମିଳିତ ମହାମଞ୍ଚ ।

କେତକ କର୍ମଚାରୀଙ୍କ କହିବା ଅନୁଯାୟୀ ସରକାର ଆବଶ୍ୟକତା ନ ଥିବା ସ୍ଥଳେ ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମୋଟା ଅଙ୍କର ପେନସନ୍‌ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇ ପୁନଃ ନିଯୁକ୍ତ କରୁଛନ୍ତି, ତାଙ୍କୁ ଛଟେଇ କରି ସେହି ଅର୍ଥରେ ଏହି ଠିକା କର୍ମଚାରୀଙ୍କୁ ବେତନ ଦିଅନ୍ତୁ । ଏମାନଙ୍କୁ ମୁଣ୍ଡରେ ପରିବାର, ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଯେଉଁ ବୋଝ ରହିଛି ସରକାର ତାହାକୁ ମାନବିକତା ଦୃଷ୍ଟିକୋଣରୁ ବିଚାର କରିବା ଆବଶ୍ୟକ ।

ଏ ପ୍ରକାର ବ୍ୟବସ୍ଥାକୁ ‘‘ଆର୍ଥିକ ଆଳ ଦେଖାଇ ଏକ ଷଡଯନ୍ତ୍ର ଚାଲିଛି’’ ବୋଲି ସହିଛି କର୍ମଚାରୀ ମହାମଞ୍ଚ । ମୁଖ୍ୟ ମନ୍ତ୍ରୀ ଏହା ବରଦାସ୍ତ ନ କରିବା ପାଇଁ ଅନୁରୋଧ କରିଛି ସଙ୍ଗଠନ ।

‘‘ଏହା ସରକାରଙ୍କ ତୄଟିଯୁକ୍ତ ନିଷ୍ପତ୍ତି। ଛଟେଇ ହେଲେ ଶିକ୍ଷିତ ବେକାରୀ ସଂଖ୍ୟା ବଢ଼ିବ । ଚାକିରୀ ହରାଇଥିବା ଲୋକ ବଜାରକୁ କିଣିବା ପାଇଁ ଯିବ ନାହିଁ । ସପ୍ଲାଇ ଚେନ ଭାଙ୍ଗିଯିବ । ବଜାର ଉପରେ ଏହାର ପ୍ରଭାବ ପଡ଼ିବ । ଯେଉଁମାନେ ଏ ଶୄଙ୍ଖଳା ଜାରି କରିଛନ୍ତି ସେମାନେ ଠିକରେ ଅଧ୍ୟୟନ କରି ନାହାନ୍ତି । ଏ ଆର୍ଥିକ କଟକଣା ଆର୍ଥିକ ବିଶୄଙ୍ଖଳା ସୄଷ୍ଟି କରିବ,’’ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ।

ଅର୍ଥନୀତି ସମୀକ୍ଷକ ଦିଲ୍ଲୀପ ବିଶୋୟୀ କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତିରେ ରାଜସ୍ବ ବୄଦ୍ଧିର ପରିସର ସୀମିତ। କରୋନା ମହାମାରୀ ଯୋଗୁଁ  ରାଜସ୍ଵ ଆସୁଥିବା କ୍ଷେତ୍ର ସବୁ ସଙ୍କୁଚିତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପାଖରେ ରହିଛି ତିନୋଟି ବିକଳ୍ପ । ଖଣି, ଅବକାରୀ ଓ ଖୋଲା ବଜାରରୁ ଋଣ ଆଣି ରାଜସ୍ବ ଭରିବେ ରାଜ୍ୟ ସରକାର । ଗତ ତିନି ମାସ ଭିତରେ ଦୁଇ ହଜାର କୋଟି ଟଙ୍କାର ଋଣ କରି ସାରିଲେଣି ରାଜ୍ୟ ସରକାର । ସବୁ ଠାରୁ ବଡ଼ କଥା ହେଉଛି ଯଦି ଚଳିତ ବର୍ଷ ସ୍ୱାଭାବିକ ବୄଷ୍ଟିପାତ ନ ହୋଇ ମରୁଡ଼ି ସ୍ଥିତ ଦେଖାଦିଏ ସରକାରଙ୍କ ଆହୁରି ଚିନ୍ତା ବଢ଼ିଯିବ ।’’

ଏହା ବି ପଢ଼ନ୍ତୁ: ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

୨୦୦୩ ମସିହାରେ ବି ଆର୍ଥିକ ଶୄଙ୍ଖଳା ପାଇଁ ଲାଗିଥିଲା ଆର୍ଥିକ କଟକଣା । ଏଥିରେ ବଡ଼ ଗାଡ଼ି କିଣିବା ଓ ବିଦେଶ ଯାତ୍ରାରେ ଅଯଥା ଖର୍ଚ୍ଚ ନ କରିବା ଭଳି କଟକଣା ଥିଲା ।
Published by: Anand Shankar Thankur Das
First published: July 14, 2020, 9:18 PM IST
corona virus btn
corona virus btn
Loading