ଭୁବନେଶ୍ୱରରେ ଲକଡାଉନ୍ ଫୁ! ୧୦୦ ଟଙ୍କା ଫାଇନ୍ ଦେଇ ସାରା ଦିନ ବୁଲୁଛନ୍ତି ସ୍ମାର୍ଟ୍ ଅମାନିଆ

ପରିବା ବିକିବା ଓ ପରିବା କିଣିବା ନାଁରେ ଭୁବନେଶ୍ୱରର ରାଜରାସ୍ତାକୁ ଗାଡ଼ି ବାହାର କରି ମାତ୍ର ୧୦୦ ଟଙ୍କା ଫାଇନ୍ ଦେଇ ବିନ୍ଦାସ ବୁଲୁଛନ୍ତି ରାଜଧାନୀର ଅନେକ ଲୋକ । ସେମାନଙ୍କୁ ସାବାଡ଼ କରିବାକୁ ପୋଲିସ ଉପାୟ ଖୋଜୁଛି ।

ଭୁବନେଶ୍ୱରରେ ଲକଡାଉନ୍ ଫୁ! ୧୦୦ ଟଙ୍କା ଫାଇନ୍ ଦେଇ ସାରା ଦିନ ବୁଲୁଛନ୍ତି ସ୍ମାର୍ଟ୍ ଅମାନିଆ
ଲକଡାଉନ ସତ୍ତ୍ୱେ ଅନେକ ଲୋକ ବିନା ଜରୁରୀ କାମରେ ଘରୁ ଗାଡ଼ି ନେଇ ବାହାରକୁ ବାହାରିଥିଲେ ।
  • News18 Odia
  • Last Updated: July 20, 2020, 11:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଭୁବନେଶ୍ବରରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଗତ ପାଞ୍ଚ ଦିନ ଭିତରେ ୪୦୦ରୁ ଅଧିକ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଏହାର ନିୟନ୍ତ୍ରଣ ପାଇଁ ଘୋଷିତ ଲକଡାଉନକୁ ଫୁ କରି ଉଡ଼ାଇଛନ୍ତି ରାଜଧାନୀ ବାସିନ୍ଦାମାନେ । ମାତ୍ର ୧୦୦ ଟଙ୍କାର ଫାଇନ୍‌ ଦେଇ ରସିଦ ଖଣ୍ଡେ କାଟି ନିଜ କାମରେ ବୁଲୁଛନ୍ତି ଲୋକେ ।

ପରିବା ବିକିବା ଓ ପରିବା କିଣିବା ନାଁରେ ଭୁବନେଶ୍ୱରର ରାଜରାସ୍ତାକୁ ଗାଡ଼ି ବାହାର କରି ମାତ୍ର ୧୦୦ ଟଙ୍କା ଫାଇନ୍‌ ଦେଇ ବିନ୍ଦାସ ବୁଲୁଛନ୍ତି ରାଜଧାନୀର ଅନେକ ଲୋକ । କିଟ୍, ଏଜି ଛକ, ଦୁଇ ନମ୍ବର ପୁରୁଣା ବସଷ୍ଟାଣ୍ଡ, ଡମଣା, ପଟିଆ, ସାମନ୍ତରାପୁର, ବ୍ରହ୍ମେଶ୍ବର ପାଟଣା, ସିଆରପି, ଖଣ୍ଡଗିରି ଓ ଫାୟାର ଷ୍ଟେସନ ଆଦି ଟ୍ରାଫିକ ଛକରେ ପୋଲିସ ଡ୍ୟୁଟି ସମୟରେ ଅନେକ ଅମାନିଆ ଲୋକଙ୍କୁ ସାମ୍ନା କରିଥିଲା । ସେମାନେ କହିପାରି ନ ଥିଲେ କାହିଁକି ରାଜଧାନୀର ରାଜରାସ୍ତାକୁ ଗାଡ଼ି ଧରି ବାହାରିଛନ୍ତି । କିଛି ଲୋକ ଆଳ ଦେଖାଇଥିଲେ, ମିଛରେ ହସପିଟାଲ ଯିବା କଥା କହି ବାହାନା କରିଥିଲେ, ମାତ୍ର ପାଖରେ କିଛି ପ୍ରମାଣ ନ ଥିଲା ।

ଭୁବନେଶ୍ୱରରେ ମୋଟ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ଏବେ ୧,୨୩୧ ହୋଇଥିବା ବେଳେ ୬୪୨ ଜଣ ଚିକିସାଧୀନ ଅଛନ୍ତି ଓ ୫୭୬ ଜଣ ସୁସ୍ଥ ହୋଇଛନ୍ତି । ଆଜି ୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେଥିରୁ ସଙ୍ଗରୋଧରୁ ୩୪ ଜଣ ଥିଲେ ଓ ବାକି ୧୫ ଜଣ ସ୍ଥାନୀୟ ବାସିନ୍ଦା ଥିଲେ । ୟୁନିଟ ୩ ଖାରବେଳ ନଗର ଓ ସରକାରୀ କ୍ଟାଟରରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ଓ ଖଣ୍ଡଗିରୀରୁ ୨ ଜଣ ଲେଖାଏ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ବିଏମସି ହାତରୁ ଖସୁଛି ରାଜଧାନୀ ।

ଲକଡାଉନ ସତ୍ତ୍ୱେ ଭୁବନେଶ୍ୱରର ରାସ୍ତାରେ ଅନେକ ଗାଡ଼ି ଚାଲିବା ଦେଖାଯାଇଥିଲା ।


କରୋନା ଚେନ ଅଟକାଇବାକୁ ବିଏମସି ଓ ପୋଲିସ ସବୁ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଲୋକଙ୍କ ଅମାନିଆପଣ ସବୁ ବିଗାଡ଼ି ଦେଇଛି ।  ରାଜଧାନୀର ଅଧାରୁ ଅଧିକ ସ୍ଥାନ ତଥା ସଂକ୍ରମିତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରିଛି ଭୁବନେଶ୍ବର ମହାନଗର ନିଗମ । ରୂପାଲି ଛକ, ଆନନ୍ଦ ବଜାର, ସାଲିଆ ସାହି, ନୟାପଲ୍ଲୀ, ୪ ନମ୍ବର, ସୁନ୍ଦରପଦା, ବମିଖାଲ  ଓ ୩୦ ରୁ ଅଧିକ ବସ୍ତିକୁ ସିଲ କରିଛି ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ସରକାରଙ୍କ ଅନୁରୋଧକୁ ଲୋକେ ମାନୁ ନ ଥିବାରୁ ଆଗକୁ ସ୍ଥିତ ଭୟଙ୍କର ହୋଇପାରେ ବୋଲି କହିଛନ୍ତି ରାଜଧାନୀର ପ୍ରବୁଦ୍ଧ ବାସିନ୍ଦାମାନେ । ଏ ନେଇ କମିଶନରେଟ ପୋଲିସର ଏଏସଆଇ ବିଜୟ କୁମାର ଦାସ କହିଛନ୍ତି, ‘‘ପୂର୍ବ ଲକଡାଉନ ଅପେକ୍ଷା ଏ ଲକଡାଉନ ଅଧିକ କଡ଼ାକଡ଼ି ହୋଇଛି, ହେଲେ କିଛି ଲୋକ ଅମାନିଆ ହୋଇ କଟକଣାକୁ ବାଟବଣା କରୁଛନ୍ତି । ସେମାନଙ୍କ ଉପରେ ପୋଲିସ ନଜର ରଖିବା ସହ ଫାଇନ ବି ଆଦାୟ କରୁଛି । ଲୋକେ ମାନେ ଅଧିକ ସଚେତନ ନ ହେଲେ ଆଗକୁ କ୍ଷତି ଆମ ସମସ୍ତଙ୍କର ହେବ । ତାଙ୍କ ଦ୍ବାରା ଅନେକ ଲୋକ ସଂକ୍ରମିତ ହେବେ ।’’
Published by: Anand Shankar Thankur Das
First published: July 20, 2020, 11:20 PM IST
corona virus btn
corona virus btn
Loading