ମନମୋହନ ସିଂ ପିଏମ ମୋଦୀଙ୍କୁ ଚିଠି ଲେଖିଲେ; କରୋନା ବିରୋଧରେ ଲଢ଼ିବା ପାଇଁ ଦେଲେ ୫ ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ (Manmohan Singh) ମଧ୍ୟ କରୋନା ମହାମାରୀର ଅବସ୍ଥା ଖରାପ ହେବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କରୋନା ସହ ମୁକାବିଲା କରିବା ପାଇଁ ଦେଶରେ କରୋନା ଟୀକାକରଣ (Corona vaccination) ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

ମନମୋହନ ସିଂ ପିଏମ ମୋଦୀଙ୍କୁ ଚିଠି ଲେଖିଲେ; କରୋନା ବିରୋଧରେ ଲଢ଼ିବା ପାଇଁ ଦେଲେ ୫ ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ମନମୋହନ ସିଂ ପିଏମ ମୋଦୀଙ୍କୁ ଚିଠି ଲେଖିଲେ
  • News18 Odia
  • Last Updated: April 18, 2021, 5:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜିକାଲି ଦେଶରେ କରୋନା ଭାଇରସ୍ (Coronavirus) ଅତି ଦ୍ରୁତ ଗତିରେ ବ୍ୟାପୁଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ (COVID -19) ମାମଲା ସାମ୍ନାକୁ ଆସୁଛି । ଏହା ସହିତ ବହୁ ସଂଖ୍ୟକ ଲୋକ ମଧ୍ୟ ମରୁଛନ୍ତି । ଏହି ସମୟରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ (Manmohan Singh) ମଧ୍ୟ ଦେଶରେ କରୋନା ମହାମାରୀର ଅବସ୍ଥା ଖରାପ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି । ଏଥିରେ ସେ କରୋନା ସହିତ ଲଢ଼ିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ସହ ମୁକାବିଲା କରିବା ପାଇଁ ଦେଶରେ କରୋନା ଟୀକାକରଣ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

ଡକ୍ଟର ମନମୋହନ ସିଂ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଏହି ଚିଠିରେ କହିଛନ୍ତି ଯେ ଆସନ୍ତା ଛଅ ମାସ ପାଇଁ ଟିକା ଉତ୍ପାଦନକାରୀ କମ୍ପାନୀକୁ କେତେ ଅର୍ଡର ଦିଆଯାଇଛି ।ତାଙ୍କ କହିବାର ଅର୍ଥ ହେଉଛି ଯଦି ଆମେ ଆଗାମୀ ଛଅ ମାସ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ଟୀକାକରଣ କରିବୁ । ତେବେ ଏଥିପାଇଁ ଆମକୁ ଯଥେଷ୍ଟ ମାତ୍ରାରେ ଟିକା ଅର୍ଡର କାରବାର ଅବଶ୍ୟକତା ରହିଛି । ଯାହାଫଳରେ ସେମାନେ ଆମ ପାଇଁ ଠିକ ସମୟରେ ଟିକା ଉପଲବ୍ଧ କରାଇପାରିବେ ।

ମନମୋହନ ସିଂ ଏହା ମଧ୍ୟ ପରାମର୍ଶ ଦେଇ କହିଛନ୍ତି ଯେ ସରକାର ପ୍ରକାଶ କରିବା ଉଚିତ୍ କରୋନାର ଏହି ଟିକା ମାତ୍ରା ରାଜ୍ୟମାନଙ୍କୁ କେତେ ସ୍ୱଚ୍ଛ ବଣ୍ଟନ କରାଯିବ ତାହା ମଧ୍ୟ ଜଣାଇବା ଉଚିତ । ମନମୋହନ ସିଂ କହିଛନ୍ତି ଯେ କେତେ ଲୋକଙ୍କୁ ଟୀକାକରଣ କରାଯାଇଛି ତାହା ଦେଖିବା ପରିବର୍ତ୍ତେ କେତେ ପ୍ରତିଶତ ଜନସଂଖ୍ୟା ଟୀକାକରଣ କରାଯାଇଛି ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।



ସେ କହିଛନ୍ତି ଯେ ସରକାରଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବର୍ଗ ଠିକ୍ କରିବାକୁ ସରକାର ଅନୁମତି ଦିଆଯାଉ । ଯାହାଦ୍ୱାରା ଅତ୍ୟାବଶ୍ୟକ ସେବାରେ ନିୟୋଜିତ ସେହି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ମଧ୍ୟ ଟୀକାକରଣ କରାଯାଏ । ଯେଉଁମାନେ ୪୫ ବର୍ଷରୁ କମ୍ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବର୍ଗରେ ସ୍ଥାନିତ ହୋଇଛନ୍ତି ।

ମନମୋହନ ସିଂ ତାଙ୍କ ଚିଠିରେ କହିଛନ୍ତି ଯେ ଭାରତ ବିଶ୍ୱର ସବୁଠାରୁ ବଡ ଟିକା ଉତ୍ପାଦନକାରୀ ଭାବରେ ଉଭା ହୋଇଛି । ମୁଁ ଏହାକୁ ପ୍ରଶଂସା କରିବି ଟୀକା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ସରକାର ଆବଶ୍ୟକ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଉଚିତ୍ ଯାହାଦ୍ୱାରା ଟୀକା ଉତ୍ପାଦନ ବହୁ ସଂଖ୍ୟାରେ ଚାଲିବ । ସେ କହିଛନ୍ତି ଯେ ଏହି ସମୟରେ ଆଇନ ଆବଶ୍ୟକୀୟ ଲାଇସେନ୍ସ ବ୍ୟବସ୍ଥା ଆଣିବା ଉଚିତ ଯାହା ଦ୍ୱାରା ଅଧିକରୁ ଅଧିକ କମ୍ପାନୀ ଲାଇସେନ୍ସ ଅଧୀନରେ ଟିକା ଉତ୍ପାଦନ କରିପାରିବେ ।

ମନମୋହନ ସିଂ ଶେଷ ପରାମର୍ଶରେ କହିଛନ୍ତି, "ବର୍ତ୍ତମାନ ଦେଶରେ ଟିକା ଯୋଗାଣ ସୀମିତ ଅଛି । ଏପରି ପରିସ୍ଥିତିରେ ଯଦି କୌଣସି ଟିକା ବିଶ୍ୱର କୌଣସି ନିର୍ଭରଯୋଗ୍ୟ ପ୍ରାଧିକରଣ ଦ୍ୱାରା ଅନୁମୋଦିତ ହୁଏ । ତେବେ ଆମେ ମଧ୍ୟ ଏହାକୁ ଆମଦାନୀ କରିବା ଉଚିତ୍ । ଭାରତରେ ବିନା ପରୀକ୍ଷଣରେ ଆମେ ଏହା କରିପାରିବା । ଏହି ସମୟରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଦେଖାଦେଇଛି । ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ସମୟରେ ତାଙ୍କୁ ଦେଶରେ ମଧ୍ୟ ବିଚାର କରାଯାଇପାରେ ।"
Published by: Jagdish Barik
First published: April 18, 2021, 5:14 PM IST