କରୋନା ସଂକ୍ରମଣରେ ମଣିପୁରର BJP ସଭାପତିଙ୍କ ମୃତ୍ୟୁ ହେଲା; ଶୋକ ପ୍ରକାଶ କଲେ PM

ମୃତ୍ୟୁ ବେଳକୁ ଏସ୍. ଟିକେନ୍ଦ୍ର ସିଂଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଏପ୍ରିଲ୍ ୨୭ରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା ।

ଏସ୍. ଟିକେନ୍ଦ୍ର ସିଂ

ଏସ୍. ଟିକେନ୍ଦ୍ର ସିଂ

  • Share this:
News18 Odia Digital

ଇମ୍ଫାଲ୍: ମଣିପୁରର (Manipur) ଭାରତୀୟ ଜନତା ପାର୍ଟି (BJP) ମୁଖ୍ୟ ଏସ୍‌. ଟିକେନ୍ଦ୍ର ସିଂଙ୍କର (S Tikendra Singh) ଗୁରୁବାର ଦିନ କରୋନା ଭାଇରସ୍‌ (COVID-19) କାରଣରୁ ଦେହାନ୍ତ ହୋଇଯାଇଛି । ସେ ଇମ୍ଫାଲର (Imphal) ଶିଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଏସ୍‌. ଟିକେନ୍ଦ୍ର ସିଂଙ୍କୁ ମୃତ୍ୟୁ ବେଳକୁ ୬୯ ବର୍ଷ ବୟସ ହୋଇଥିଲା । ସେ ଏପ୍ରିଲ୍‌ ୨୭ରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା । ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) କହିଛନ୍ତି ଯେ ମଣିପୁରରେ ବିଜେପିକୁ ମଜବୁତ କରିଥିବା ଜଣେ ପରିଶ୍ରମୀ କାର୍ଯ୍ୟକର୍ତ୍ତା ଭାବରେ ସିଂଙ୍କୁ ସର୍ବଦା ମନେ ରଖାଯିବ ।



ଏହା ବି ପଢ଼ନ୍ତୁ | ଆଜି ମିଳିବ କାଳିଆ ଟଙ୍କା; ଅକ୍ଷୟ ତୃତୀୟାରେ ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହେବ

ସିଂଙ୍କ ଅକାଳ ଦେହାନ୍ତରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଯନ୍ତ୍ରଣା ପ୍ରକାଶ କରିଛନ୍ତି । ସେ ଏକ ଟ୍ୱିଟ୍‌ କରି କହିଛନ୍ତି, ‘‘ଏସ୍‌. ଟିକେନ୍ଦ୍ର ସିଂ ଜଣେ ଉତ୍ସର୍ଗୀକୃତ ନେତା ଥିଲେ, ଯିଏ ମଣିପୁରରେ ବିଜେପିକୁ ମଜବୁତ କରିବା ପାଇଁ ସର୍ବଦା ପ୍ରତିବଦ୍ଧ ଥିଲେ । ସମାଜର ଉନ୍ନତି ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ତାଙ୍କର ଅକାଳ ତଥା ଦୁର୍ଭାଗ୍ୟଜନକ ମୃତ୍ୟୁରେ ଖୁବ୍‌ ଦୁଃଖ ହେଉଛି । ଏହି ଦୁଃଖଦ ସମୟ ମଧ୍ୟରେ ମୋ’ର ଭାବନା ତାଙ୍କ ପରିବାର ଓ ସମର୍ଥକମାନଙ୍କ ସହ ଅଛି। ଓମ୍ ଶାନ୍ତି!’’

ଏହା ବି ପଢ଼ନ୍ତୁ | କରୋନାରେ FCI କର୍ମଚାରୀଙ୍କ ପ୍ରାଣ ଗଲା; ଟିକାକରଣରେ ପ୍ରାଥମିକତା ମିଳୁ ଥିବାରୁ କ୍ଷୋଭ ବଢୁଛି

ଟିକେନ୍ଦ୍ର ସିଂଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମଣିପୁରର ମୁଖ୍ୟ ମନ୍ତ୍ରୀ ଏନ୍‌. ବିରେନ ସିଂ କହିଛନ୍ତି ଯେ ଟିକେନ୍ଦ୍ର ସିଂ ନିଜ ଜୀବନକୁ ଲୋକମାନଙ୍କ ଓ ଦଳର ସେବା ପାଇଁ ଉତ୍ସର୍ଗ କରିଥିଲେ ।



ଏକ ଟ୍ୱିଟରେ ଏନ୍‌. ବିରେନ ସିଂ କହିଛନ୍ତି, ‘‘ମଣିପୁରର ବିଜେପି ସଭାପତି ପ୍ରଫେସର୍‌ ଏସ୍‌. ଟିକେନ୍ଦ୍ର ସିଂଙ୍କର କିଛି ସମୟ ପୂର୍ବରୁ ଦେହାନ୍ତ ହୋଇଛି । ଆମେ ମଣିପୁରରେ ବିଜେପିର ଜଣେ ବଡ଼ ନେତାଙ୍କୁ ହରେଇଛୁ । ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋ’ର ଗଭୀର ସମବେଦନା ।’’
Published by:Anand S.T. Das
First published: