ପହିଲି ରଜରେ ମର୍ଡ଼ର: ଖୋର୍ଦ୍ଧାରେ ଫୋନ୍ କରି ଘରୁ ଡାକି ଆଣି ମଥାରେ ମାରିଦେଲେ ଗୁଳି

ଯୁବକ ଘରେ ଶୋଇଥିବା ବେଳେ ତାଙ୍କୁ ଫୋନ୍ କରି ତାଙ୍କର କେହି ବନ୍ଧୁ ଡାକିଥିଲେ । ସେ ଘରୁ ବାହାରି ଯାଇଥିଲେ, ଆଉ ପାଖାପାଖି ଘଣ୍ଟେ ପରେ ତାଙ୍କୁ ରାସ୍ତାରେ ଗୁଳି କହି ହତ୍ୟା କରାଯାଇଥିବା ଖବର ଗ୍ରାମବାସୀଙ୍କୁ ମିଳିଥିଲା ।

ହତ୍ୟା ପରେ କାନ୍ଦୁଛନ୍ତି ମୃତକଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ପ୍ରଧାନ (ମଝି) ।

ହତ୍ୟା ପରେ କାନ୍ଦୁଛନ୍ତି ମୃତକଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ପ୍ରଧାନ (ମଝି) ।

  • Share this:
News18 Odia Digital

ଖୋର୍ଦ୍ଧା: ରଜ ପରି ଗଣ ପର୍ବରେ ଘରେ ଘରେ ହସଖୁସି ଚାଲିଥିବା ବେଳେ ଖୋର୍ଦ୍ଧାରେ ଜଣେ ଯୁବତୀଙ୍କ ମଥାରୁ ଲିଭାଇ ଦିଆଯାଇଛି ସିନ୍ଦୂର । ତାଙ୍କ ସ୍ୱାମୀଙ୍କୁ ଘରୁ ଡାକି ଆଣି ରାସ୍ତା ଉପରେ ତାଙ୍କ ମଥାକୁ ଗୁଳି ମାରି ହତ୍ୟା କରିଛନ୍ତି ତାଙ୍କର କେତେକ ବନ୍ଧୁ । ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରେ ।

ଲାଲା ପ୍ରଧାନ ଘରେ ଶୋଇଥିବା ବେଳେ ତାଙ୍କୁ ଫୋନ୍‌ କରି ତାଙ୍କର କେହି ବନ୍ଧୁ ଡାକିଥିଲେ । ସେ ଘରୁ ବାହାରି ଯାଇଥିଲେ, ଆଉ ପାଖାପାଖି ଘଣ୍ଟେ ପରେ ତାଙ୍କୁ ରାସ୍ତାରେ ଗୁଳି କହି ହତ୍ୟା କରାଯାଇଥିବା ଖବର ଗ୍ରାମବାସୀଙ୍କୁ ମିଳିଥିଲା ବୋଲି କହିଛନ୍ତି ଲାଲାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ପ୍ରଧାନ । ବ୍ୟାବସାୟିକ ଶତ୍ରୁତା ଏହି ଗୁଳିକାଣ୍ଡର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି ।  ସେହି ଗାଁର ଦୁଇ ଜଣ ଯୁବକ ପ୍ରେମା ଓ ରାଜା ଏଥିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଜ୍ୟୋତ୍ସ୍ନା ।

‘‘ପାଞ୍ଚ ଜଣ ଯୁବକ ବାଇକରେ ଆସି ଲାଲାଙ୍କ ସହ ପାଟିତୁଣ୍ଡ କରିଥିଲେ ଓ ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ୬ରୁ ୭ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ,’’ କହିଛନ୍ତି ମୃତକଙ୍କ ଅନ୍ୟ ଜଣେ ସମ୍ପର୍କୀୟ ।

ରାସ୍ତାରେ ରକ୍ତାକ୍ତ ହୋଇ ପଡ଼ିଥିବା ଲାଲା ପ୍ରଧାନଙ୍କ ଶବ ପାଖରେ କାନ୍ଦୁଛନ୍ତି ତାଙ୍କ ପରିବାର ଲୋକେ ।


ଖୋର୍ଦ୍ଧା ଏସ୍‌.ପି.ଙ୍କ ଅଫିସରୁ ବରିଷ୍ଠ ପୋଲିସ୍‌ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହତ୍ୟାକାରୀଙ୍କ ଗିରଫ ଦାବି କରି ସ୍ଥାନୀୟ ଲୋକେ ଅନେକ ସମୟ ଧରି ମୃତ ଦେହକୁ ଅଟକାଇ ରଖିଲେ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସ୍‌.ପି.ଙ୍କ ପ୍ରତିଶ୍ରୁତି ପରେ ଥମିଥିଲା ଉତ୍ତେଜନା ।

ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


‘‘ଏ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ । ଦୁଇଟି ପୋଲିସ୍‌ ଟିମ୍‌ ତଦନ୍ତରେ ଲାଗିଛି । ଗୋଟିଏରେ ମଖ୍ୟ ଅଛନ୍ତି ଆଇ.ଆଇ.ସି. ଓ ଅନ୍ୟଟି ସ୍ପେଶାଲ୍‌ ସ୍ୱାର୍ଡ଼ । ଯେଉଁମାନଙ୍କ ନାଁ ଆଗକୁ ଆସିଛି ସେମାନଙ୍କୁ ଧରିବାକୁ ପ୍ରୟାସ ଚାଲିଛି,’’ କହିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସ୍‌.ପି.ମାୟାଧର ସେଠୀ ।

ମୃତକ ଲାଲାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ପ୍ରଧାନ କାନ୍ଦି କାନ୍ଦି କହିଛନ୍ତି: ‘‘ସେ ଘରେ ଶୋଇଥିବା ବେଳେ ତାଙ୍କୁ ଫୋନ୍‌ କରି ଡାକି ନେଇ ଗୁଳିମାରିଦେଲେ ପ୍ରେମା ଓ ରାଜା… ସେମାନଙ୍କୁ ଫାଶୀ ନ ହେବା ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ ।’’

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: