News18 Odia Digital
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ସଫେଦାବାଦ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି । ମୃତକମାନେ ହେଲେ ୭ରୁ ୧୦ ବର୍ଷ ବୟସର ତିନି ପିଲା ଓ ସେମାନଙ୍କ ପିତାମାତା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତିନି ପିଲାଙ୍କୁ ପ୍ରଥମେ ବିଷ ପିଆଇବା ପରେ ଛୁରୀରେ ସେମାନଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ତା’ପରେ ଏହି ଦମ୍ପତି ମଧ୍ୟ ଆତ୍ମହତ୍ୟା କରିଥିଲେ ।
ପୋଲିସକୁ ଘଟଣା ସ୍ଥଳରୁ ଏକ ଆତ୍ମହତ୍ୟା ନୋଟ୍ ବି ମିଳିଛି । ସେଥିରେ ଆର୍ଥିକ କଷ୍ଟ ଯୋଗୁଁ ଏହି ସାମୂହିକ ହତ୍ୟା ଓ ଆତ୍ମହତ୍ୟା ହୋଇଛି ବୋଲି ଲେଖାଅଛି । ପୋଲିସ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।
ସଫେଦାବାଦରେ ରହୁଥିବା ବିବେକ ଶୁକ୍ଲା ଓ ତାଙ୍କ ପତ୍ନୀ ଅନାମିକାଙ୍କ ଘର ଦୁଇ ଦିନ ହେଲା ଖୋଲି ନ ଥିବାରୁ ତାଙ୍କ ପଡ଼ୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ କବାଟ ଭାଙ୍ଗି ଭିତରକୁ ଯିବାରୁ ଏହି ଦମ୍ପତି ଓ ସେମାନଙ୍କ ତିନି ପିଲାଙ୍କ ଶବ ପାଇଥିଲେ ।
ଦୁଇ ଝିଅ ପୋୟମ (୧୦ ବର୍ଷ) ଓ ରିତୁ (୭ ବର୍ଷ) ଏବଂ ପୁଅ ବବଲ୍ (୫ ବର୍ଷ) କକ୍ତାକ୍ତ ଅବସ୍ଥାରେ ମୃତ ପଡ଼ିଥିଲେ । ପାଖରେ ଅନାମିକାଙ୍କ ଶବ ବି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା । ତାଙ୍କୁ ବି ଛୁରୀରେ ହତ୍ୟା କରାଯାଇଥିଲା । ପାଖରେ ବିବେକ ଶୁକ୍ଳାଙ୍କ ଶବ ପଙ୍ଖାରୁ ଝୁଲୁଥିଲା ।
ବିବେକ ଶୁକ୍ଳାଙ୍କ ମାଆ କହିଛନ୍ତି ଯେ ବିବେକ ଅନ୍ୟ ଜାତିରୁ ବାହା ହୋଇଥିଲା ଓ ତା’ ପର ଠାରୁ ପାଖରେ ଥିବା ଏକ ଘରେ ନିଜ ପରିବାର ସହ ଅଲଗା ରହୁଥିଲା । ଦୁଇ ଦିନ ହେଲା ତାଙ୍କ ଘରୁ କେହି ବାହାରକୁ ବାହାରି ନ ଥିବାରୁ ସନ୍ଦେହ ବଢ଼ିଥିଲା ଓ ପୋଲିସକୁ ଖବର ଦିଆଯାଇଥିଲା ।
ପୋଲିସକୁ ମିଳିଥିବା ସୁଇସାଇଡ୍ ନୋଟରେ ଉଭୟ ବିବେକ ଶୁକ୍ଳା ଓ ତାଙ୍କ ପତ୍ନୀ ଅନାମିକାଙ୍କ ଦସ୍ତଖତ ଅଛି । ଆର୍ଥିକ ଅସୁବିଧାର ସାମନା କରିବା ପରେ ସେମାନେ ଏହି କାଣ୍ଡ କଲେ ବୋଲି ସେଥିରେ ଲେଖାଅଛି ।
ଏହା ବି ପଢ଼ନ୍ତୁ:
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।