କରୋନା ଭାଇରସ ସଂକ୍ରମଣ ହୋଇ ନ ଥିଲା, କିନ୍ତୁ ହୋଇଛି ବୋଲି ସନ୍ଦେହରେ କଲେ ଆତ୍ମହତ୍ୟା

ସେ କିଛି ଦିନ ହେଲା ନିଜ ମୋବାଇଲ୍ ଫୋନରେ କରୋନା ଭାଇରସ୍ ସଂକ୍ରମଣ ଓ ତା‘ର ପ୍ରଭାବ ବିଷୟରେ ବେଶ୍ କିଛି ଭିଡିଓ ଦେଖିଥିଲେ । ତା’ ପରେ ବିଶ୍ବାସ କରିବା ଆରମ୍ଭ କରିଦେଇଥିଲେ ଯେ ସେ ନିଜେ ସଂକ୍ରମିତ ହୋଇ ସାରିଲେଣି ।

କରୋନା ଭାଇରସ ସଂକ୍ରମଣ ହୋଇ ନ ଥିଲା, କିନ୍ତୁ ହୋଇଛି ବୋଲି ସନ୍ଦେହରେ କଲେ ଆତ୍ମହତ୍ୟା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 13, 2020, 12:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତିରୁପତି: ବିଶ୍ୱରେ ଏ ପର୍ଯ୍ୟନ୍ତ ୧,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବା ମାରାତ୍ମକ କରୋନା ଭାଇରସର ଭୟ ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଏତେ ଘାରିଲା ଯେ ସେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ସନ୍ଦେହ କରି ଆତ୍ମହତ୍ୟା କଲେ । ତାଙ୍କୁ କେବଳ ଜ୍ୱର ହୋଇଥିଲା, ଆଉ ଡାକ୍ତରମାନେ ତାଙ୍କ ଶରୀରରେ କରୋନା ଭାଇରସ୍‌ ସଂକ୍ରମଣର କୌଣସି ଲକ୍ଷଣ ନାହିଁ ବୋଲି ସ୍ପଷ୍ଟ କହିଥିଲେ ।

କିନ୍ତୁ ଚିତ୍ତୋର ଜିଲ୍ଲାର ଏହି ୫୦ ବର୍ଷୀୟ ବ୍ୟକ୍ତି କେ. ବାଳକୃଷ୍ଣଙ୍କୁ ଡ଼ର ଥିଲା ଯେ ସେ ନଭେଲ୍‌ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି । ତିରୁପତିରେ ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ସେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବାପାଇଁ ନିଜେ ଆତ୍ମହତ୍ୟା କରିଛନ୍ତି ।

ବାଳକୃଷ୍ଣ କିଛି ଦିନ ହେଲା ନିଜ ମୋବାଇଲ୍‌ ଫୋନରେ କରୋନା ଭାଇରସ୍‌ ସଂକ୍ରମଣ ଓ ତା‘ର ପ୍ରଭାବ ବିଷୟରେ ବେଶ୍‌ କିଛି ଭିଡିଓ ଦେଖିଥିଲେ । ଚିତ୍ତୋର ଜିଲ୍ଲାର ଥୋଟ୍ଟାମ୍ବେଡ଼ୁ ମଣ୍ଡଳର ମୂଳ ନିବାସୀ ବାଳକୃଷ୍ଣ ଇତି ମଧ୍ୟରେ ବିଶ୍ବାସ କରିବା ଆରମ୍ଭ କରିଦେଇଥିଲେ ଯେ ସେ ନିଜେ ସଂକ୍ରମିତ ହୋଇ ସାରିଲେଣି ।

ମଙ୍ଗଳବାର ଦିନ ସେ ନିଜ ପରିବାରକୁ ଘରେ ବନ୍ଦ କରିଦେଲେ ଓ ନିଜ ମା’ଙ୍କ କବର ପାଖକୁ ଗଲେ । ତାଙ୍କ ପତ୍ନୀ ଲକ୍ଷ୍ମୀ ପଡ଼ୋଶୀଙ୍କୁ ଫୋନ୍‌ କରି କବାଟ ଫିଟାଇ ବାହାରକୁ ଆସି ଦେଖିବା ବେଳକୁ ବାଳକୃଷ୍ଣ ଏକ ଗଛରେ ଦଉଡ଼ି ବାନ୍ଧି ଓହଳି ପଡ଼ିଥିଲେ ।

ଗାଁରେ ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ତାଙ୍କ ପୁଅ ବାଳା ମୁରଲୀ କହିଛନ୍ତି ଯେ ତାଙ୍କ ବାପା ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ଓ  ୫ ଫେବୃଆରୀରେ ତିରୁମାଲାର SVRR ସରକାରୀ ସାଧାରଣ ହସ୍ପିଟାଲରେ ଦେଖାଇଥିଲେ । ଡ଼ାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କୁ ଏକ ସାଧାରଣ ଭାଇରାଲ୍‌ ଜ୍ୱର ହୋଇଛି ଓ ତାହା କରୋନା ଭାଇରସ୍‌ ଆଦୌ ନୁହେଁ । ଡ଼ାକ୍ତରମାନେ ତାଙ୍କୁ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ବାରା ଅନ୍ୟ ମାନଙ୍କୁ ବ୍ୟାପିବ ନାହିଁ ।

ତିରୁପତିରେ କିଛି ଦିନ ବତାଇବା ପରେ ରବିବାର ଗାଁକୁ ଫେରି ବାଳକୃଷ୍ଣ ନିଜ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ସେ କରୋନା ଭାଇରସରେ ସଂକ୍ରମିତ । ପରିବାର ଲୋକଙ୍କୁ ସେ ନିଜ ପାଖକୁ ଆସିବାକୁ ମନା କରିଥିଲେ । ସେମାନେ ତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିବାରୁ ସେ ସେମାନଙ୍କ ଉପରକୁ ପଥର ଫୋପାଡ଼ି ଘଉଡ଼ାଇ ଥିଲେ ।

‘‘ସୋମବାର ମୋ’ ବାପା ସାରା ଦିନ ଫୋନରେ କେବଳ କରୋନା ଭାଇରସର ଭିଡ଼ିଓ ଦେଖିଥିଲେ ଓ କହୁଥିଲେ ଯେ ତାଙ୍କ ପାଖରେ ସମାନ ଲକ୍ଷଣମାନ ଅଛି । ଆମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲାରୁ ସେ ଆମକୁ ଆକ୍ରମଣ କରିଥିଲେ । ଆମେ ତାଙ୍କୁ ବହୁତ ବୁଝାଇଥିଲୁ ଯେ ସେ କୌଣସି ଘାତକ ରୋଗରେ ପିଡ଼ିତ ନାହାନ୍ତି,’’ କହିଛନ୍ତି ମୁରଲୀ ।

ଆନ୍ଧ୍ର ପ୍ରଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସର କୌଣସି ମାମଲାର ସାମନାକୁ ଆସି ନାହିଁ ।
First published: February 13, 2020, 12:29 PM IST
corona virus btn
corona virus btn
Loading