ଘରୁ ବରଯାତ୍ରୀ ଧରି ବାହାରିଲା ବର; ଅଧା ବାଟରେ କରୋନା ପଜିଟିଭ୍ ଜଣାପଡ଼ିବାରୁ ବିବାହ ବନ୍ଦ

ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜାଣିବା ପରେ ଅଧିକାରୀମାନେ ସକ୍ରିୟତା ଦେଖାଇ ବାହାଘର ଶୋଭାଯାତ୍ରା ବନ୍ଦ କରି ଦେଇଥିଲେ, ହେଲେ ବର ଓ କିଛି ବରଯାତ୍ରୀ ସେତେବେଳକୁ ବହୁତ ଆଗକୁ ଚାଲିଯାଇଥିଲେ ଓ ଅଧିକାରୀମାନଙ୍କୁ ମିଳି ନ ଥିଲେ ।

ଘରୁ ବରଯାତ୍ରୀ ଧରି ବାହାରିଲା ବର; ଅଧା ବାଟରେ କରୋନା ପଜିଟିଭ୍ ଜଣାପଡ଼ିବାରୁ ବିବାହ ବନ୍ଦ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: କରୋନା ଭାଇରସ୍‌ (Coronavirus) ସଂକ୍ରମଣ ସହ ଜଡିତ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବାହା ହେବାକୁ ବରଯାତ୍ରୀ ମେଳରେ ଘରୁ ବାହାରି ଅଧା ବାଟରେ ପହଞ୍ଚିବା ପରେ ଜଣାପଡ଼ିଛି ଯେ ବରର କରୋନା ରିପୋର୍ଟ ପଜିଟିଭ୍‌ । ଏହା ଜାଣିବା ମାତ୍ରେ ପ୍ରଶାସନିକ ଅଧିକାରୀମାନେ ସକ୍ରିୟ ହୋଇଥିଲେ ଓ ଅଧା ରାସ୍ତାରେ ବାହାଘର ଶୋଭାଯାତ୍ରା ବନ୍ଦ କରାଯାଇଥିଲା ।

ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶ (Uttar Pradesh)ର ଅମେଠି (Amethi) ଜିଲ୍ଲାରେ । ବରର ପିତାଙ୍କ ସମେତ ୧୦ ଜଣ ଲୋକଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଅମେଠିରେ ନଅ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ । ବର ଜଣକଙ୍କ ବାହାଘର ଶୁକ୍ରବାର (ଜୁନ୍‌ ୧୯)ରେ ହେବାର ଥିଲା, ଆଉ ସେ କରୋନା ପରୀକ୍ଷା ପାଇଁ ନିଜ ସ୍ୟାମ୍ପଲ୍‌ ମଙ୍ଗଳବାର (୧୬ ତାରିଖରେ) ଦେଇଥିଲେ । ବାହାଘର ଦିନ ସନ୍ଧ୍ୟାରେ ଆସିଥିବା ରିପୋର୍ଟ ପଜିଟିଭ୍‌ ଥିଲା ।ଖାଲି ଏତିକି ନୁହେଁ, ବରଙ୍କ ପିତା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ବୋଲି ଜାଣିବା ପରେ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପ୍ରଶାସନ ସକ୍ରିୟତା ଦେଖାଇ ବାହାଘର ଶୋଭାଯାତ୍ରା ବନ୍ଦ କରି ଦେଇଥିଲା, ହେଲେ ବର ଓ କିଛି ବରଯାତ୍ରୀ ସେତେବେଳକୁ ବହୁତ ଆଗକୁ ଚାଲିଯାଇଥିଲେ ଓ ସରକାରୀ ଅଧିକାରୀମାନଙ୍କୁ ମଳି ନ ଥିଲେ ।

ବରକୁ ବହୁତ ଖୋଜିବା ପରେ ଏକ ଅଧିକାରୀଙ୍କ ଟିମ୍‌ ତୁରନ୍ତ ସେ ଯେଉଁଠି ଅଛନ୍ତି ସେଠାରେ ପହଞ୍ଚି ତାଙ୍କୁ ସେ ସଂକ୍ରମିତ ହୋଇଥିବା ରିପୋର୍ଟ ଦେଖାଇଥିଲେ ଓ ବାହାଘର ରୋକିବାକୁ କହିଥିଲେ । ତା’ ପରେ ବରକୁ ସେଠାରୁ ତୁରନ୍ତ ଏକ କୋଭିଡ୍‌ ହସପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା ।

କନ୍ୟା ପକ୍ଷର ଲୋକଙ୍କୁ ଏହି ବାହାଘର କରୋନା ଭାଇରସ୍‌ କାରଣରୁ ଅଟକିଯାଇଛି ବୋଲି ପରେ ଖବର ମିଳିଥିଲା । ସେମାନେ ସବୁ ଆୟୋଜନ କରି ବର ଓ ବରଯାତ୍ରୀଙ୍କୁ ଅନେଇ ରହିଥିଲେ । କିନ୍ତୁ କରୋନା ଭାଇରସ୍‌ ସମୟରେ ଅନେକ କାର୍ଯ୍ୟ ନିର୍ଦ୍ଧାରିତ ହୋଇ ବି ଠିକ୍‌ ଭାବରେ ସମ୍ପନ୍ନ ହେବା ଆଶା ଅନେକ କ୍ଷେତ୍ରରେ କ୍ଷୀଣ ହୋଇଥିବା ଦେଖିବାକୁ ମିଳିଛି ।

ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୫୦୦ରୁ ଅଧିକ ହୋଇଥିବାରୁ ସେଠାରେ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଅତି ସକ୍ରିୟତାର ସହିତ କାର୍ଯ୍ୟ କରୁଛନ୍ତି । ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ମେଡିକାଲ ଏବଂ ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୬,୦୯୨ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ୯,୯୯୫ ଜଣ ଆକ୍ରାନ୍ତଙ୍କୁ ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 21, 2020, 6:34 PM IST
corona virus btn
corona virus btn
Loading