ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ହସପିଟାଲରୁ ଶବ ନେଇ ଫେରାର୍ ହେଲା ତାଙ୍କ ପୁଅ

କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ହସପିଟାଲରୁ ଶବ ନେଇ ଫେରାର୍ ହେଲା ତାଙ୍କ ପୁଅ

ହସ୍ପିଟାଲର ଔପଚାରିକତା ପୂରଣ କରିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ପାର୍କିଂ ସ୍ଥଳରେ ମୃତ ଦେହକୁ ଓହ୍ଲାଇଦେଇ ଅନ୍ୟ ଜଣେ ରୋଗୀଙ୍କୁ ଆଣିବାକୁ ଚାଲିଯାଇଥିଲେ । ତା’ପର କିଛି ମିନିଟ୍ ମଧ୍ୟରେ ଶବଟି ସେଠାରୁ ‘‘ଅନ୍ତର୍ଦ୍ଧାନ’’ ହୋଇଯାଇଥିଲା ।

କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ହସପିଟାଲରୁ ଶବ ନେଇ ଫେରାର୍ ହେଲା ତାଙ୍କ ପୁଅ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 8, 2020, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅହମଦାବାଦ: ଦେଶରେ କରୋନା ଭାଇରସ (Coronavirus) ମହାମାରୀ ବଢ଼ି ଚାଲିଥିବା ଆତଙ୍କ ଲୀଳା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅହମଦାବାଦରେ ଚିକିତ୍ସା ସମୟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତ ଦେହକୁ ହସପିଟାଲର ଶବ ଗୃହରୁ (mortuary) ନେଇ କେଉଁ ଆଡ଼େ ପଳାଇଯାଇଛି ତାଙ୍କ ପୁଅ ।

ଏହି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶବ ଅହମଦାବାଦର ଏଲିସ୍ ବ୍ରିଜ୍ ଭି.ଏସ୍. ହସ୍ପିଟାଲର ଶବ ଗୃହକୁ ନିଆଯାଇଥିଲା । ହେଲେ ସେହି ହସପିଟାଲରେ ପହଞ୍ଚିଥିବା ତାଙ୍କ ପୁଅ ଶବ ଗୃହରୁ ପିତାଙ୍କ ଶରୀରକୁ ନେଇ ପଳାଇ ଯାଇଥିଲା । ଏହି ସୂଚନା ପାଇବା ମାତ୍ରେ ହସପିଟାଲ ପ୍ରଶାସନର ନିଦ ହଜିଯାଇଥିଲା ।

ଏହି ଘଟଣାରେ ଏଲିସ୍‌ ବ୍ରିଜ୍ ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁସାରେ ପୁଅଟି ନିଜ ପିତାଙ୍କ ମୃତ ଦେହ ନେଇ ରାଜସ୍ଥାନର ବାଁସୱାଡ଼ାକୁ ଯିବା କଥା ଶୁଣିବାକୁ ମିଳୁଛି । ସେଠାରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି କରୋନା ପ୍ରୋଟୋକଲ୍ ଅନୁଯାୟୀ ଶବର ଅନ୍ତିମ ସଂସ୍କାର କରିବାକୁ ପୋଲିସ ଅନୁରୋଧ କରିଛି । କରୋନା ସଂକ୍ରମିତ ସେହି ବ୍ୟକ୍ତିଙ୍କର ଅହମଦାବାଦର ଚିକିତ୍ସା ସୁଶ୍ରୁଶା ହସପିଟାଲରେ ହେଉଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଉଛି ଯେ ବୃଦ୍ଧ ବ୍ୟକ୍ତିଙ୍କୁ ୧୨ ଦିନ ତଳେ ଅହମଦାବାଦର ନବରଙ୍ଗପୁରା ଅଞ୍ଚଳର ଥିବା ସୁଶ୍ରୁଷା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରାଜସ୍ଥାନର ବାଁସୱାଡ଼ାର ବାସିନ୍ଦା ବୋଲି କୁହାଯାଉଛି । ଚିକିତ୍ସା ସମୟରେ ସେ ମୃତ୍ୟୁ ବରଣ କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ନଗର ନିଗମକୁ ଏହା ଜଣାଇଥିଲା ଓ ନିୟମ ଅନୁଯାୟୀ ଶବକୁ ଅନ୍ତିମ ସଂସ୍କାର ପାଇଁ ପଠାଯାଇଥିଲା । ହେଲେ ଶବ ଗୃହରେ ପହଞ୍ଚିବା ପରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ଅନ୍ତର୍ଦ୍ଧାନ ହୋଇଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ହସ୍ପିଟାଲର ସବୁ ଔପଚାରିକତା ପୂରଣ କରିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଅମିତ ଗୋହିଲ ପାର୍କିଂ ସ୍ଥଳରେ ମୃତ ଦେହକୁ ଓହ୍ଲାଇ ଦେଇ ଅନ୍ୟ ଜଣେ ରୋଗୀଙ୍କୁ ଆଣିବାକୁ ଚାଲିଯାଇଥିଲେ । ପାର୍କିଂ ସ୍ଥଳରେ କିଛି ସମୟ ପରେ ପହଞ୍ଚିଥିବା ନୋଡାଲ ଅଧିକାରୀ ପୂର୍ବାନ୍‌ ପଟେଲ ସେଠାରେ ମୃତ ଦେହ ଓ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ପାଇ ନ ଥିଲେ । ନୋଡାଲ ଅଧିକାରୀ ତୁରନ୍ତ ଫୋନ୍ କରି ଘଟଣା ବିଷୟରେ ନଗର ନିଗମ ଅଧିକାରୀଙ୍କୁ ଜଣାଇଥିଲେ ।

ଏହା ବି ପଢ଼ନ୍ତୁ | କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ନୋଡାଲ ଅଧିକାରୀ ପୂର୍ବାନ୍‌ ପଟେଲ ଏ ବିଷୟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ବି ପଚାରିଥିଲେ । ଉତ୍ତରରେ ସେ କହିଥିଲେ ଯେ ସେଠାରେ ମୃତ ରୋଗୀଙ୍କ ପରିବାର ଲୋକେ ପୂର୍ବରୁ ଉପସ୍ଥିତ ଥିଲେ ବୋଲି କହିଥିଲେ ।



ନୋଡାଲ ଅଧିକାରୀ ମୃତ ରୋଗୀଙ୍କ ପୁଅ ମହେନ୍ଦ୍ରଙ୍କୁ ଫୋନ୍‌ କରିବାରୁ ଲଗାତାର ତାଙ୍କ ଫୋନ୍‌ ସ୍ୱିଚ୍‌-ଅଫ୍‌ ଥିବା ଜାଣିବାକୁ ପାଇଥିଲେ । ତା’ ପରେ ଏହି ମାମଲାର ସୂଚନା ପୋଲିସକୁ ଦିଆଯାଇଥିଲା । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ରାଜସ୍ଥାନର ବାଁସୱାଡ଼ାସ୍ଥିତ ତାଙ୍କ ଗାଁକୁ ଶବକୁ ନିଆଯାଉଛି ।
Published by: Anand Shankar Thankur Das
First published: October 8, 2020, 11:46 PM IST