ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହେଲା; ୧୦୦ ଜଣ ବନ୍ଧୁବାନ୍ଧବ କରୋନା ଆକ୍ରାନ୍ତ ହେଲେ

ମୃତ ବର ଜଣକ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଥିଲେ । ତାଙ୍କ ପରିବାରବର୍ଗ ଓ ଆଖପାଖର ଏତେ ଲୋକ କରୋନା ସଂକ୍ରମିତ ହେବା ପରେ ବି ସେହି ଅଞ୍ଚଳରେ ବିବାହ ଓ ଭୋଜି ଆୟୋଜିତ ହେଉଛି ଓ ବହୁ ସଂଖ୍ୟାରେ ଲୋକେ ଭାଗ ନେଉଛନ୍ତି ।

ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହେଲା; ୧୦୦ ଜଣ ବନ୍ଧୁବାନ୍ଧବ କରୋନା ଆକ୍ରାନ୍ତ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 30, 2020, 11:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: କରୋନା ଭାଇରସ୍‌ ମହାମାରୀର (Coronavirus pandemic) ପ୍ରକୋପ ଦୁଃଖ ଦେଇଚାଲିଛି । ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହୋଇଛି ଓ ସେହି ବିବାହ ପାର୍ଟିରେ (Marriage Ceremony) ଭାଗ ନେଇଥିବା ଅତିଥି ଓ ତାଙ୍କ ପରିବାର ବର୍ଗଙ୍କୁ ମିଶାଇ ଏବେ ୧୦୦ରୁ ଅଧିକ ଲୋକ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏହି ଘଟଣା ଘଟିଛି ବିହାର ରାଜଧାନୀ ପାଟନା (Patna, Bihar) ନିକଟସ୍ଥ ପାଲିଗଞ୍ଜରେ । ବର୍ତ୍ତମାନ ପାଲିଗଞ୍ଜର ଅନେକ ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସେହି ଗୋଟିଏ ବାହାଘର ପାର୍ଟି (wedding ceremony) ଓ ଭୋଜିରୁ ସେହି ଅଞ୍ଚଳରେ କରୋନା ବିସ୍ଫୋରଣ ହୋଇଥିବା ଅନୁମାନ କରକାଯାଉଛି ।

ପାଲିଗଞ୍ଜରେ (Paliganj) ପାଖାପାଖି ୩୦୦ ଜଣ ଲୋକଙ୍କ ନମୁନା ତିନି ଦିନ ପୂର୍ବରୁ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ବର ଓ କନ୍ୟାର ସମ୍ପର୍କୀୟ ଲୋକେ ଓ ବିବାହ ଶୋଭାଯାତ୍ରାରେ ଆସିଥିବା ଲୋକେ । ଏଥିରେ ମିଠାଇବାଲା, ଫଟୋଗ୍ରାଫର, ତେଜରାତି ଦୋକାନୀ ଓ ପନିପରିବା ସପ୍ଲାଇ କରିଥିବା ଲୋକେ ଅନ୍ତର୍ଭୁକ୍ତ ଥିଲେ । ଟେଷ୍ଟ୍‌ ରିପୋର୍ଟ ଆସିବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ପୋଲିସ ପ୍ରଶାସନ ସହିତ ମେଡିକାଲ ଟିମ୍ ଆଲର୍ଟ ମୋଡରେ ରହିଛି । ସେଠାକାର ବିଭିନ୍ନ ଅଞ୍ଚଳକୁ ବାରିକେଡିଂ କରାଯାଇ ସିଲ୍ କରିଛି ପ୍ରଶାସନ । ଲାଉଡ୍‌ ସ୍ପିକରରେ କାମ ନ ଥିଲେ ଘରୁ ବାହାରକୁ ନ ଆସିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।

ଅଧିକାରୀମାନଙ୍କ କହିବା ଅନୁସାରେ ଡିହପାଲି ଗାଁର ଜଣେ ଯୁବକ ଜୁନ୍ ୧୫ରେ ବିବାହ କରିଥିଲେ । କୁହାଯାଉଛି ଯେ ଯୁବକ ଜଣକ ନିଜ କାରରେ ଦିଲ୍ଲୀରୁ ଆସିଥିଲେ । ସେ ସେଠାରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଥିଲେ। ଯେତେବେଳେ ସେ ଘରକୁ ଆସିଲେ, ସେତେବେଳେ ବିହାରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ସବୁ ବନ୍ଦ ହୋଇଯାଇଥିଲା । ତେଣୁ ତାଙ୍କୁ  ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ବିବାହର ଦୁଇ ଦିନ ପରେ ଯୁବକ ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତା’ପରେ ତାଙ୍କୁ ପାଟନାର ଏକ ବଡ଼ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ତା’ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ ଓ ଯୁବକଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ସ୍ୱାବ୍‌ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଥିଲେ । ଏ ପର୍ଯ୍ୟନ୍ତ ସାମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ କରୋନା ପଜିଟିଭ୍‌ ମିଳିଥିବାରୁ ସେହି ଅଞ୍ଚଳରେ ଭୟ ବାତାବରଣ ରହିଛି ।

ଆଶ୍ଚର୍ଯ୍ୟର କଥା ଯେ ଏହି ଅଞ୍ଚଳରେ ଏବେ ବି ବିବାହ ଓ ଭୋଜି ଆୟୋଜିତ ହେଉଛି ଓ ବହୁ ସଂଖ୍ୟାରେ ଲୋକେ ଏଥିରେ ଭାଗ ନେଉଛନ୍ତି । ଏହି ମୃତ ଯୁବକଙ୍କ ଅନ୍ତିମ ସଂସ୍କାରରେ ଭାଗ ନେଇଥିବା ସେହି ଗାଁର ଜଣେ ବାଳକ ବି ବର୍ତ୍ତମାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
First published: June 30, 2020, 11:45 AM IST
corona virus btn
corona virus btn
Loading