ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

Social Media Viral Video: ଜଣେ ବ୍ୟକ୍ତି ଏକ ଖଟିଆ ନିଜ ମଥାରେ ଟାଙ୍ଗି ସାଇକେଲ ଚଳାଇ ଯାଉଥିଲେ । ଦେଖିବାକୁ ତ ଏହା ସହଜ ମନେ ହେଉଛି, ହେଲେ ଏହା ପଛରେ କାହାଣୀ କ’ଣ?

ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video
ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳାଉଥିବା ବ୍ୟକ୍ତିଙ୍କ ଦୃଶ୍ୟ
  • News18 Odia
  • Last Updated: August 29, 2020, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ବର୍ତ୍ତମାନ ସମଗ୍ର ବିଶ୍ୱକୁ ସଙ୍କଟରେ ପକାଇଛି । ଏହି ଭାଇରସରୁ ରକ୍ଷା ପାଇବାକୁ ଲୋକେ ମାସ୍କ (Face Mask) ପିନ୍ଧୁଛନ୍ତି ଓ ସାମାଜିକ ଦୂରତା (Social Distancing) ଅବଲମ୍ବନ କରୁଛନ୍ତି । ଯଦିଓ ସହରାଞ୍ଚଳରେ ଏହା କରିବା ଆପାତତଃ ସହଜ ମନେହୁଏ, ଗ୍ରାମାଞ୍ଚଳରେ ସାମାଜିକ ଦୂରତା ଅନୁସରଣ କରିବା ଟିକେ କଷ୍ଟକର । କାରଣ ଗାଁର ଜାବନ ଧାରା ସହର ଠାରୁ ଟିକେ ଅଲଗା । କିନ୍ତୁ ଏହା ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଗାଁର ଲୋକେ ଯାହା କରନ୍ତି ତାହା ହୃଦୟ ସହିତ କରନ୍ତି ।

ଆଜିକାଲି ସୋସିଆଲ ମିଡ଼ିଆରେ ଏଭଳି ଏକ ଗାଁରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗାଁରେ ରହୁଥିବା ଏହି ବ୍ୟକ୍ତି ସାମାଜିକ ଦୂରତାକୁ ଅନୁସରଣ କରିବା ପାଇଁ ନିଜ ମୁଣ୍ଡରେ ଗୋଟିଏ ଖଟିଆ ଟାଙ୍ଗି ଆରାମରେ ସାଇକେଲ ଚଳାଇ ଯାଉଛନ୍ତି । ଏହି ଅନନ୍ୟ ବ୍ୟକ୍ତିଙ୍କ ଭିଡିଓ ଟ୍ୱିଟର ବ୍ୟବହାରକାରୀ ସୋନାଲ କାଲଡ଼ା ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି କାଲଡ଼ା ଏକ ମଜାଦାର କ୍ୟାପସନ୍ ବି ଲେଖିଛନ୍ତି: ‘‘ଏମିତି ଦୃଶ୍ୟ ଦୀର୍ଘ ଦିନ ହେଲା ଦେଖି ନ ଥିଲି।’’

ଆପଣ ବି ଦେଖନ୍ତୁ ସେହି ମଜାଦାର ଭିଡିଓ:



ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ କେତେ ପସନ୍ଦ କରାଯାଉଛି ତା’ର ଅନୁମାନ ଏହି କଥାରୁ କରିହେବ ଯେ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । କେବଳ ସେତିକି ନୁହେଁ, ଏହି ଭିଡିଓକୁ ଶହ ଶହ ଲୋକ ଲାଇକ୍‌ ବି କରିଛନ୍ତି ।

କିଛି ଉପଭୋକ୍ତା ଏହି ଭିଡିଓ ଦେଖିବା ପରେ କହୁଛନ୍ତି ଯେ ଏମିତି ଦୃଶ୍ୟ ସହରୀ ଲୋକଙ୍କ ପାଇଁ ଥଟ୍ଟା ହୋଇପାରେ, କିନ୍ତୁ ଗ୍ରାମବାସୀଙ୍କ ପାଇଁ ଏହା ଏକ ଦୈନନ୍ଦିନ ସଙ୍ଘର୍ଷ ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଟ୍ୱିଟର ବ୍ୟବହାରକାରୀ ପ୍ରଦୀପ କହିଛନ୍ତି ଯେ ଏହା ଏକ କଷ୍ଟସାଧ୍ୟ ପାଠ୍ୟକ୍ରମ । ଆଉ କେତେକଙ୍କୁ ତ ଏହା ଏକ ଜୁଗାଡ଼ ଲାଗୁଛି!



ଏହି ଭିଡିଓଟି କେଉଁଠାରୁ ଆସିଛି ଓ ମଥାରେ ଖଟିଆ ଟାଙ୍ଗି ସାଇକେଲ୍‌ ଚଳେଇ ଯାଉଥିବା ସେହି ବ୍ୟକ୍ତି କିଏ ସେ ବିଷୟରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳି ନାହିଁ ।
Published by: Anand Shankar Thankur Das
First published: August 29, 2020, 10:53 PM IST
corona virus btn
corona virus btn
Loading