ଯାଜପୁର: ଗାଁ ଦାଣ୍ଡରେ ଭାଇବୋହୂକୁ ଗୋଡ଼େଇ ଗୋଡ଼େଇ ପିଟିଲେ ଦେଢଶୁର; ଭିଡିଓ ଭାଇରାଲ ହେଲା

ମହିଳାଙ୍କ ଉପରେ ଦେଢ଼ଶୁର ବିଧା ଓ ଗୋଇଠା ବର୍ଷା କରୁଥିଲେ ଆଉ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ଏକ ବାଉଁଶ ଠେଙ୍ଗାରେ ସେ ତାଙ୍କୁ ପିଟୁଥିବା ବି ଦେଖିବାକୁ ମିଳିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯାଜପୁର: ଗାଁ ଦାଣ୍ଡରେ ଭାଇବୋହୂକୁ ଗୋଡ଼େଇ ଗୋଡ଼େଇ ପିଟିଲେ ଦେଢଶୁର; ଭିଡିଓ ଭାଇରାଲ ହେଲା
ସଂଯୁକ୍ତାଙ୍କୁ ଗାଁ ଦାଣ୍ଡରେ ଚକ୍ରଧର ବାଡ଼ଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଆମ ପରମ୍ପରା ଅନୁସାରେ ଯେକୌଣସି ପୁରୁଷ ଓ ତାଙ୍କ ଭାଇବୋହୂଙ୍କ ମଧ୍ୟରେ ସମ୍ପର୍କ ପବିତ୍ର ଓ ସ୍ନେହପୂର୍ଣ୍ଣ ହୋଇଥାଏ । ହେଲେ ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଲୋକ ନିଜ ଭାଇବୋହୂଙ୍କ ଉପରେ ଏମିତି କ୍ରୋଧାନ୍ୱିତ ହୋଇଥିଲେ ଯେ ସେ ତାଙ୍କୁ ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ହିଂସାତ୍ମକ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତର ନୂଆପାଟଣା ଗ୍ରାମରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ସଂଯୁକ୍ତା ବାରିକଙ୍କ ପୁଅ ପ୍ରଦୀପ (୧୭) ନିଜ ଘର ସମ୍ମୁଖ ଦାଣ୍ଡରେ ବସିଥିବା ବେଳେ ସେହି ଗ୍ରାମକୁ ଆସିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ସେହି ସମୟରେ ପ୍ରଦୀପଙ୍କ ବଡବାପାଙ୍କ ପୁଅ ଧନଜନ ମଧ୍ୟ ସେଠାରେ ଥିଲେ ।

ଅଭିଯୋଗ ଅନୁସାରେ ଟ୍ରାକ୍ଟର ଡ୍ରାଇଭର ଓ ପ୍ରଦୀପଙ୍କ ମଧ୍ୟରେ ବଚସା ହେଉଥିବା ସମୟରେ ଧନଜନ ପ୍ରଦୀପଙ୍କୁ ଗାଳିଗୁଲଜ କରିଥିଲେ । ଏମାନଙ୍କ ପାଟିତୁଣ୍ଡ ଶୁଣି ଚକ୍ରଧର ବାରିକ ଓ ତାଙ୍କର ଆଉ ଏକ ପୁଅ ଗୌତମ ପହଞ୍ଚି ପ୍ରଦୀପଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିଲେ । ଏହି ସମୟରେ ସଂଯୁକ୍ତା ପାଣି ନେଇ ଘରକୁ ଫେରୁଥିଲେ । ପୁଅକୁ ବଞ୍ଚାଇବାକୁ ସଂଯୁକ୍ତା ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ । ସେଠାରେ ତାଙ୍କୁ ବାପ ପୁଅ ମିଶି ଆକ୍ରମଣ କରିଥିଲେ ।

ନିଜ ପୁଅକୁ ବଞ୍ଚାଇବାକୁ ସଂଯୁକ୍ତା ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ । ସେଠି ତାଙ୍କୁ ବାପ ପୁଅ ମିଶି ଆକ୍ରମଣ କରିଥିଲେ ।


ସଂଯୁକ୍ତାଙ୍କୁ ଗାଁ ଦାଣ୍ଡରେ ଚକ୍ରଧର ବାଡ଼େଇବା ସହ ତାଙ୍କ ଉପରେ ଗୋଇଠା ଓ ବିଧା ବର୍ଷା କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାର ଭିଡ଼ିଓ ଏବେ ଭାଇରାଲ ହୋଇଛି । ଏକ ବାଉଁଶ ଠେଙ୍ଗାରେ ଚକ୍ରଧର ସଂଯୁକ୍ତାଙ୍କୁ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନେଇ ମଙ୍ଗଳପୁର ଥାନାରେ ଏକ ଅଭିଯୋଗ କରାଯାଇଛି ।

ଘଟଣାଟି ଘଟିଛି ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତର ନୂଆପାଟଣା ଗ୍ରାମରେ ।


ହିନ୍ଦୁ ଶାସ୍ତ୍ର ଓ ପରମ୍ପରା ଅନୁସାରେ ଭାଇବୋହୂ ଓ ଦେଢ଼ଶୁରଙ୍କ ମଧ୍ୟରେ ଥାଏ ଏକ ପବିତ୍ର ସମ୍ପର୍କ । କେହି କାହାରିକୁ ଛୁଅଁନ୍ତି ନାହିଁ । କିନ୍ତୁ ଏଠାରେ ଦେଢଶୁର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ନିଜ ଭାଇବୋହୂଙ୍କୁ ଅମାନୁଷିକ ଭାବେ ଗାଁ ଦାଣ୍ଡରେ ଗୋଡ଼େଇ ପିଟୁଥିବା ଦେଖାଯାଇଥିଲା । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ପୋଲିସ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିପାରେ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 9, 2020, 2:50 PM IST
corona virus btn
corona virus btn
Loading