ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

COVID ସଂକ୍ରମଣରେ ମରୁଥିବା ଲୋକଙ୍କ ଶବକୁ ଉତ୍ତର ପ୍ରଦେଶରେ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଥିବାରୁ ସେହି ଶବଗୁଡ଼ିକ ବେଙ୍ଗଲକୁ ପ୍ରବାହିତ ହୋଇ ଆସୁଛି ଓ କରୋନା ସଂକ୍ରମଣକୁ ବଢ଼ାଉଛି ବୋଲି କହିଛନ୍ତି ମମତା ବାନାର୍ଜୀ ।

ମମତା ବାନାର୍ଜୀ ଓ (ଡାହାଣ) ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)

ମମତା ବାନାର୍ଜୀ ଓ (ଡାହାଣ) ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଦେଶର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କରିଥିବା ବୈଠକକୁ ତୀବ୍ର ସମାଲୋଚନା କରିଛନ୍ତି ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) । ସେ କହିଛନ୍ତି ଯେ ଏହି ବୈଠକ ବଡ଼ ହାଲୁକା ଓ ସୁପର୍‌ ଫ୍ଲପ୍‌ ଥିଲା । ଏହି ବୈଠକରେ କୌଣସି ମୁଖ୍ୟ ମନ୍ତ୍ରୀଙ୍କୁ କିଛି କହିବା ପାଇଁ ଦିଆଯାଇ ନ ଥିଲା ବୋଲି ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ।

ଦେଶର କରୋନା ଭାଇରସ୍‌ ସଂକ୍ରମଣ (Coronavirus) ପରିସ୍ଥିତି ସମ୍ପର୍କରେ ମୋଦି ଡାକିଥିବା ଏକ ବୈଠକରେ ଯୋଗ ଦେବା ପରେ ଗୁରୁବାର ଦିନ ମମତା ବାନାର୍ଜୀ କହିଛନ୍ତି ଯେ ସବୁ ମୁଖ୍ୟ ମନ୍ତ୍ରୀଙ୍କୁ “କଣ୍ଢେଇ” ଭଳି ବସିରହିବା ପାଇଁ ବାଧ୍ୟ କରାଯାଇଥିଲା । ସେ କହିଛନ୍ତି ଯେ ଦେଶରେ ଏକଛତ୍ରବାଦୀ ଶାସନ (dictatorship) ଚାଲିଛି ।

ଏହା ବି ପଢ଼ନ୍ତୁ ତାଙ୍କ ଗୀତ ଶୁଣନ୍ତୁ |ଜୀବନରେ ଯେବେ ମୋ ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ

“ପ୍ରଧାନ ମନ୍ତ୍ରୀ ଗୌଟିଏ ବୈଠକ ଡାକିଥିଲେ, ଆଉ ମୁଖ୍ୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିଥିଲେ । ସବୁ ମୁଖ୍ୟ ମନ୍ତ୍ରୀ କଣ୍ଢେଇ ପରି ବସିରହିଥିଲେ । କାହାକୁ କିଛି କହିବାକୁ ଅନୁମତି ଦିଆଯାଇ ନ ଥିଲା । ତା’ହେଲେ ଆମେ ଜନସାଧାରଣଙ୍କ ଦାବି ବିଷୟରେ କେମିତି କହିବୁ? ଆମେ ତ ବନ୍ଧୁଆ ଶ୍ରମିକ ନୋହୁଁ । ଆମେ ଅପମାନିତ ଅନୁଭବ କରୁଛୁ । ଏକଛତ୍ରବାଦୀ ଶାସନ ଚାଲିଛି । ପ୍ରଧାନ ମନ୍ତ୍ରୀ ଏତେ ଅସୁରକ୍ଷିତ ଅନୁଭବ କରୁଛନ୍ତି ଯେ ସେ ମୁଖ୍ୟ ମନ୍ତ୍ରୀମାନଙ୍କ କଥା ବି ଶୁଣୁନାହାଁନ୍ତି । ଏହି ଭୟ କ’ଣ ପାଇଁ?’’ ପଚାରିଥିଲେ ମମତା ବାନାର୍ଜୀ ।

ଏହା ବି ପଢ଼ନ୍ତୁ | ଥର ଲକ୍ଡାଉନ୍ରେ ବିବାହ ବ୍ରତ ସମାରୋହରେ ଭୋଜିଭାତ ମନା; ପ୍ୟାକେଟରେ ଦେଇପାରିବେ ଖାଦ୍ୟ

ଦେଶର କୋଭିଡ-୧୯ ସଙ୍କଟକୁ ପ୍ରଧାନ ମନ୍ତ୍ରୀ ହାଲୁକା ଭାବେ ଗ୍ରହଣ କରିଥିବା ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି ଯେ ଟିକା, ଅମ୍ଳଜାନ ଓ କୋଭିଡ-୧୯ ଔଷଧର ଅଭାବ ଓ ଯୋଗାଣ ବିଷୟରେ ବିଭିନ୍ନ ରାଜ୍ୟରୁ ପଚରାଯାଇଥିବା ପ୍ରଶ୍ନକୁ ପ୍ରଧାନ ମନ୍ତ୍ରୀ ଏଡ଼ାଇ ଯାଇଥିଲେ । ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ବିରାଟ କୋଠା ଓ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ସମୟ ଅଛି କିନ୍ତୁ ମୁଖ୍ୟ ମନ୍ତ୍ରୀମାନଙ୍କ କଥା ଶୁଣିବାକୁ ସମୟ ନାହିଁ।

ଏହା ବି ପଢ଼ନ୍ତୁ | ଓଡ଼ିଆ କ୍ରିକେଟର୍ପ୍ରଶାନ୍ତ ମହାପାତ୍ରଙ୍କୁ ଛଡ଼େଇ ନେଲା କରୋନା; ୧୦ ଦିନ ତଳେ ବାପାଙ୍କ ଜୀବନ ନେଇଥିଲା; ସଚିନ ତେନ୍ଦୁଲକର ଦୁଃଖିତ



‘‘ଦେଶ ଏକ ସଙ୍ଗୀନ ପରିସ୍ଥିତି ଦେଇ ଗତି କରୁଛି, କିନ୍ତୁ ପ୍ରଧାନ ମନ୍ତ୍ରୀ ବଡ଼ ହାଲୁକା ଆଭିମୁଖ୍ୟରେ କାମ କରୁଛନ୍ତି । ଏହି ବୈଠକ ଏକ କାଜୁଆଲ୍ ଓ ସୁପର୍‌ ଫ୍ଲପ୍ ବୈଠକ ଥିଲା ।ଦିଲ୍ଲୀର ଶାହେନଶାହ କହୁଛନ୍ତି ସବୁ ଠିକ୍‌ ଅଛି, କିନ୍ତୁ ପ୍ରତି ଦିନ ଲୋକେ ମରୁଛନ୍ତି,’’ କହିଛନ୍ତି ମମତା ବାନାର୍ଜୀ ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି

କୋଭିଡ୍‌-୧୯ରେ ସନ୍ଦିଗ୍ଧ ଭାବେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବଗୁଡ଼ିକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଛି ବୋଲି କହି ମମତା ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା ବି କରିଛନ୍ତି । ସେହି ଘଟଣାର ତଦନ୍ତ କରିବା ପାଇଁ ଏକ କେନ୍ଦ୍ରୀୟ ଦଳ କିମ୍ବା ସିବିଆଇ କାହିଁକି ପଠାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।



“କେନ୍ଦ୍ର ସରକାର ‘ନମାମି ଗଙ୍ଗେ’କୁ ମୃତ୍ୟୁପୁରୀ ଗଙ୍ଗେରେ ପରିଣତ କରିଛନ୍ତି । କୋଭିଡ-୧୯ରେ ସଂକ୍ରମିତ ହୋଇ ମରୁଥିବା ଲୋକଙ୍କ ଶବକୁ ଉତ୍ତର ପ୍ରଦେଶରେ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଛି । ସେହି ଶବଗୁଡ଼ିକ ବେଙ୍ଗଲକୁ ପ୍ରବାହିତ ହୋଇ ଆସୁଛି । ଏହା ଜଳକୁ ପ୍ରଦୂଷିତ କରୁଛି ଓ ପରିବେଶକୁ କ୍ଷତି ପହଞ୍ଚାଉଛି ।ଏହା ବି କରୋନା (COVID-19) ସଂକ୍ରମଣକୁ ବଢ଼ାଉଛି । ଏତେ ସଂଖ୍ୟକ ମୃତ ଦେହ ଗଙ୍ଗାରେ ପକାଯାଉଛି, ମାତ୍ର ତା’ର କୌଣସି ରେକର୍ଡ଼ ନାହିଁ । ପ୍ରକୃତି ସହିତ ଏମିତି କରିବା ଉଚିତ ନୁହେଁ,’’ କହିଛନ୍ତି ମମତା ବାନାର୍ଜୀ ।
Published by:Anand S.T. Das
First published: