ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ସୁପ୍ରିମ କୋର୍ଟରେ ପଶ୍ଚିମ ବଙ୍ଗ ସରକାର ଦାୟର କରିଥିବା ଯାଚିକାରେ କୁହାଯାଇଛି ଯେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ସଂଖ୍ୟାର କରୋନା ଟିକା ଉପଲବ୍ଧ କରାଇବା ଉଚିତ ଓ ଏହା ରାଜ୍ୟମାନଙ୍କୁ ମାଗଣାରେ ମିଳିବା ଉଚିତ ।

ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର
ମମତା ବାନାର୍ଜୀ (ପିଟିଆଇ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସାରା ଦେଶରେ ସାର୍ବଜନୀନ ଓ ଏକ ପ୍ରକାର କରୋନା ଭାଇରସ୍‌ ଟିକାକରଣ ନୀତି ଲାଗୁ କରିବା ଓ ବର୍ତ୍ତମାନ ଥିବା ଟିକାର ଭିନ୍ନ ଭିନ୍ନ ଦାମକୁ ଖାରଜ କରିବା ଦାବି କରି ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ସରକାର (Mamata Banerjee) ସୁପ୍ରିମ କୋର୍ଟକୁ ଯାଇଛନ୍ତି ।

ପଶ୍ଚିମ ବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଶୁକ୍ରବାର ଦିନ ଦାୟର ହୋଇଥିବା ଯାଚିକାରେ କୁହାଯାଇଛି ଯେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ସଂଖ୍ୟାର କରୋନା ଟିକା ଉପଲବ୍ଧ କରାଇବା ଉଚିତ ଓ ଏହା ରାଜ୍ୟମାନଙ୍କୁ ମାଗଣାରେ ଦେବା ଉଚିତ । ଏହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପଡି଼ବ ବୋଲି ବେଙ୍ଗଲ ସରକାର ନିଜ ଆବେଦନରେ କହିଛନ୍ତି । ଏହି ଯାଚିକା ଉପରେ ସୋମବାର ଦିନ ସୁପ୍ରିମ କୋର୍ଟ ଶୁଣାଣି ଆରମ୍ଭ କରିବେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ

ମେ ୧ ତାରିଖରୁ ଆରମ୍ଭ ହୋଇଥିବା ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଟିକାକରଣରେ କେନ୍ଦ୍ର ସରକାର ଟିକାର ଭିନ୍ନ ଭିନ୍ନ ଦାମକୁ ଦେଇଥିବା ସ୍ୱୀକୃତିକୁ ଅନେକ ରାଜ୍ୟ ବିରୋଧ କରିଛନ୍ତି । ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ନିର୍ମାତାମାନଙ୍କଠାରୁ ଟିକା କିଣୁଥିଲା । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ କୋଭିଶିଲ୍ଡ ଟିକା ଓ ଭାରତ ବାୟୋଟେକରୁ କୋଭାକ୍ସିନ୍ ଟିକା କିଣୁଥିଲା । ସେହି ଟିକାକୁ ରାଜ୍ୟମାନଙ୍କୁ ମାଗଣାରେ ବଣ୍ଟନ କରୁଥିଲା କେନ୍ଦ୍ର । ହେଲେ ମେ ୧ ତାରିଖରୁ ସେହି ନୀତି ବନ୍ଦ କରିଦିଆଯାଇଛି ।

ଏହା ବି ପଢ଼ନ୍ତୁ | ଡରିବା ମନା! Colors ଓଡ଼ିଆରେ ଦେଖନ୍ତୁ ହରର୍ ଶୋ‘ ‘କାଳରାତ୍ରି ସିଜିନ୍ ; ସୋମବାରରୁ ଶୁକ୍ରବାର ରାତି ୧୦

ସାରା ଦେଶରେ ଏବେ କରୋନା ଟିକାକରଣ ଚାଲିଛି । (ପ୍ରତୀକାତ୍ମକ ଛବି)


ବର୍ତ୍ତମାନ ଟିକା ଉତ୍ପାଦକମାନେ ରାଜ୍ୟ ତଥା ବେସରକାରୀ ସଂସ୍ଥାମାନଙ୍କୁ ଆବଶ୍ୟକୀୟ ଟିକାର ୫୦ ପ୍ରତିଶତ ଡୋଜ୍‌ ଯୋଗାଇ ଦେଉଛନ୍ତି । ଅବଶିଷ୍ଟ ଟିକା ଶସ୍ତା ଦରରେ କେନ୍ଦ୍ର ସରକାରଙ୍କୁ ବିକ୍ରି କରାଯାଉଛି, ଯାହାକୁ ମାଗଣାରେ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଓ ୪୫ ବର୍ଷରୁ ଅଧିକର ନାଗରିକମାନଙ୍କୁ ଦିଆଯାଉଛି ।

ଏହା ବି ପଢ଼ନ୍ତୁ | COVIDରେ ଆଖି ବୁଜିଲେ CRPF DIG ସୁନୀଲ କୁମାର ପାର୍ଥ; ରାଜ୍ୟରେ ଆଉ ୧୭ ଜୀବନ ନେଲା ମହାମାରୀ

ସେରମ୍‌ ଇନଷ୍ଟିଚ୍ୟୁଟ୍‌ କୋଭିଶିଲ୍ଡ ଟିକାର ପ୍ରତି ଡୋଜର ଦାମ୍‌ ରାଜ୍ୟମାନଙ୍କ ପାଇଁ ୪୦୦ ଟଙ୍କାରେ ଓ ଘରୋଇ ଡାକ୍ତରଖାନା ପାଇଁ ୬୦୦ ଟଙ୍କା ଘୋଷଣା କରିଥିବା ବେଳେ ଭାରତ ବାୟୋଟେକ୍‌ କୋଭାକ୍ସିନ୍‌ ଟିକାର ଦାମ୍‌ ଯଥା କ୍ରମେ ୬୦୦ ଟଙ୍କା ଓ ୧,୨୦୦ ଟଙ୍କା ଘୋଷଣା କରିଥିଲା । ପରେ ଉଭୟ କମ୍ପାନୀ ରାଜ୍ୟ ସରକାରମାନଙ୍କ ପାଇଁ ଚିକାର ଦାମ୍‌ କମ୍‌ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ପଶ୍ଚିମ ବଙ୍ଗରେ ଗତ ସପ୍ତାହରେ ବିଧାନ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିପୁଳ ବିଜୟ ହାସଲ କରି ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି । ରାଜ୍ୟରେ ନିର୍ବାଚନ ଫଳାଫଳ ପରେ ଘଟୁଥିବା ହିଂସାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଚାର୍ଗେଟ୍‌ କରିଛନ୍ତି ।



ଗୁରୁବାର ଦିନ ତୃତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମମତା ବାନାର୍ଜୀ କହିଛନ୍ତି, “ମୋ’ ସରକାର ଦାୟିତ୍ୱ ଗ୍ରହଣ କରିବାର ୨୪ ଘଣ୍ଟା ବି ହୋଇନାହିଁ, ହେଲେ ସେମାନେ (କେନ୍ଦ୍ର ସରକାର) ଏଠାକୁ କିଛି ଦଳ ଓ ମନ୍ତ୍ରୀମାନଙ୍କୁ ପଠାଉଛନ୍ତି । ଯିଏ ବି ବାହାରୁ ଆସୁଛନ୍ତି, ଏପରିକି ସ୍ୱତନ୍ତ୍ର ବିମାନରେ ଆସୁଥିରେ ମଧ୍ୟ, ଆମେ ସମସ୍ତଙ୍କର ଆର୍‌.ଟି.ପି.ସି.ଆର୍‌. ପରୀକ୍ଷା ହୋଇଥିବା ଚାହୁଁ । କାହା ସହିତ କୌଣସି ଭେଦଭାବ ହେବା ଉଚିତ ନୁହେଁ ।’’
Published by: Anand ST Das
First published: May 7, 2021, 6:41 PM IST