ଭ୍ୟାକ୍ସିନର ୨ଟି ଯାକ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କୁ କରୋନା ହେଉଛି, କହିଲେ ମମତା ବାନାର୍ଜୀ

Mamata Banerjee says many people who took 2 doses vaccine get Corona infected | ମମତା କହିଛନ୍ତି ଯେ ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି ଯେ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଛନ୍ତି । ସେ ସ୍ୱାସ୍ଥ୍ୟ ସଚିବଙ୍କୁ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାକୁ କହିଛନ୍ତି ।

ମମତା ବାନାର୍ଜୀ (ଫାଇଲ୍‌ ଫଟୋ)

ମମତା ବାନାର୍ଜୀ (ଫାଇଲ୍‌ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ ଭୂତାଣୁ (Coronavirus) ଏକ ଘୋର ସଙ୍କଟ ସୃଷ୍ଟି କରିଛି। ଏହି ଭୂତାଣୁ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କରୋନା ସଂକ୍ରମଣର ପ୍ରତିରୋଧରେ ଟିକା (Corona Vaccine) ହେଉଛି ସବୁଠାରୁ ବଡ ଅସ୍ତ୍ର । ସେଇଥି ପାଇଁ ଦେଶରେ ତ୍ୱରିତ ଢଙ୍ଗରେ ଟିକାକରଣ ଅଭିଯାନ ଚାଲିଛି ଓ ଏ ପର୍ଯ୍ୟନ୍ତ ୧୦୦ କୋଟିରୁ ଅଧିକ ଟିକାକରଣର ଯାଦୁକରୀ ଅଙ୍କ ଅତିକ୍ରମ ହୋଇଛି । ହେଲେ ଏତିକି ବେଳେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କରୋନା ଟିକା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ।

ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଯେଉଁମାନେ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଉଛନ୍ତି ସେମାନେ ହିଁ କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହେଉଛନ୍ତି । ବାନାର୍ଜୀ କହିଛନ୍ତି ଯେ ଯେଉଁ ଲୋକେ କୋଭିଡ-୧୯ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି ସେମାନଙ୍କ ପ୍ରତିରକ୍ଷା କ୍ଷମତା ବି ହ୍ରାସ ପାଉଛି । ସେ କହିଛନ୍ତି ଯେ ଏହି ଟିକା ନେଉଥିବା ଲୋକଙ୍କ ପ୍ରତିରକ୍ଷା ଶକ୍ତି (immunity) ମାତ୍ର ଛଅ ମାସ ରହିଥାଏ ଓ ତା’ ପରେ ସେମାନେ ସଂକ୍ରମଣର ଶିକାର ହେଉଛନ୍ତି ।

ଏହା ବି ପଢ଼ନ୍ତୁ | IND vs PAK, T20 World Cup: ଭାରତର ହାରିବା ପଛରେ ଥିଲେ ଏହି ୫ ବଡ଼ ଦୋଷୀ ଓ ୫ ବଡ଼ କାରଣ

ମମତା କହିଛନ୍ତି ଯେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି କରୋନା ଟିକାର ଉଭୟ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି । ସେ ସ୍ୱାସ୍ଥ୍ୟ ସଚିବଙ୍କୁ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିବାକୁ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ସଚିବ ସରକାରଙ୍କୁ ପଚାରିବା ଉଚିତ ଯେ ଆପଣଙ୍କ କରୋନା ଔଷଧ ସେବନ କରୁଥିବା ଲୋକମାନେ କାହିଁକି ଏତେ ମାତ୍ରାରେ ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଯିବା ଉଚିତ ବୋଲି ବି ମମତା କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍‌ ଖାନଙ୍କୁ

ଏହା ପୂର୍ବରୁ, ପାର୍ବଣ ଋତୁର ଆରମ୍ଭରୁ ରାଜ୍ୟରେ କୋଭିଡ-୧୯ ମାମଲାର ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ରବିବାର ଦିନ ଲୋକଙ୍କୁ ସୁରକ୍ଷା ନିୟମକୁ କଡାକଡି ପାଳନ କରିବାକୁ ଅନୁରୋଧ କରିଛନ୍ତି । ମହାମାରୀର ବିସ୍ତାରକୁ ରୋକିବା ପାଇଁ ନାକକୁ ସଠିକ୍ ଭାବରେ ଆଚ୍ଛାଦନ କରୁଥିବା ମାସ୍କ ପିନ୍ଧିବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ ।

ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା

‘‘ଦୟାକରି ମାସ୍କ୍‌ ଠିକ୍ ଢଙ୍ଗରେ ପିନ୍ଧନ୍ତୁ । ଦୁର୍ଗା ପୂଜା ପରେ କୋଭିଡ ସଂକ୍ରମଣରେ ବୃଦ୍ଧି ଘଟିଛି । ତେଣୁ ଆପଣମାନେ ନିଶ୍ଚିତ ଭାବରେ COVID ସୁରକ୍ଷା ସାବଧାନତା ଅବଲମ୍ବନ କରିବେ । ମାସ୍କକୁ ନିଜ ଥୋଡ଼ିରେ ଲଟକାଇ ରଖନ୍ତୁ ନାହିଁ । ସମସ୍ତେ କାଳୀ ପୂଜା, ଦିପାବଳୀ, ଛଟ୍‌ ପୂଜା ଓ ଜଗଧାତ୍ରୀ ପୂଜା ଉତ୍ସବରେ COVID-୧୯ ସୁରକ୍ଷା ପ୍ରୋଟୋକଲ୍‌ ଅନୁସରଣ କରିବା ଉଚିତ,’’ ଏକ ସଭାରେ କହିଛନ୍ତି ବାନାର୍ଜୀ ।
Published by:Anand S.T. Das
First published: