ମମତା ବାନାର୍ଜୀ ପଶ୍ଚିମ ବଙ୍ଗର ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ଅନୁମତି ଦେଉନାହାନ୍ତି: ଅମିତ ଶାହା

ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଅମିତ ଶାହା ସପ୍ତାହେ ନୀରବ ରହିବା ପରେ ଏବେ କେବଳ ଲୋକଙ୍କୁ ମିଛ କହିବା ପାଇଁ ମୁହଁ ଖୋଲିଛନ୍ତି । ’’ଶାହା ନିଜ ଅଭିଯୋଗ ପ୍ରମାଣ କରନ୍ତୁ, ନଚେତ କ୍ଷମା ମାଗନ୍ତୁ,’’ ସେ କହିଛନ୍ତି ।

ମମତା ବାନାର୍ଜୀ ପଶ୍ଚିମ ବଙ୍ଗର ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ଅନୁମତି ଦେଉନାହାନ୍ତି: ଅମିତ ଶାହା
ଅମିତ ଶାହା ଓ ମମତା ବାନାର୍ଜୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା/ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ୍‌ ସରକାର ରାଜ୍ୟ ବାହାରେ ଥିବା ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିବାକୁ ଥିବା ଟ୍ରେନଗୁଡ଼ିକୁ ରାଜ୍ୟରେ ପହଞ୍ଚିବାକୁ ଅନୁମତି ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏପରି ସ୍ଥିତି ଶ୍ରମିକମାନଙ୍କ ପାଇଁ ଆହୁରି କଷ୍ଟ ସୃଷ୍ଟି କରିପାରେ ବୋଲି କହିଛନ୍ତି ଶାହା ।

ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଏକ ଚିଠିରେ ଶାହା କହିଛନ୍ତି ଯେ ପଶ୍ଚିମ ବଙ୍ଗରୁ ଆସିଥିବା ପ୍ରବାସୀମାନେ ଘରେ ପହଞ୍ଚିବାକୁ ବ୍ୟାକୁଳ, କିନ୍ତୁ ରାଜ୍ୟ ତରଫରୁ କେନ୍ଦ୍ର ସରକାରଙ୍କୁ ଆଶାଜନକ ସହଯୋଗ ମିଳୁନାହିଁ । ଗୃହ ମନ୍ତ୍ରୀ ଆହୁରି କହିଛନ୍ତି ଯେ ପଶ୍ଚିମ ବଙ୍ଗ ଟ୍ରେନଗୁଡ଼ିକୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । ଏହି ସ୍ଥିତି ପ୍ରବାସୀ ଶ୍ରମିକଙ୍କ ସହ ଅନ୍ୟାୟ ଓ ଏହା ସେମାନଙ୍କ ପାଇଁ ଆହୁରି କଷ୍ଟ ସୃଷ୍ଟି କରିବ ବୋଲି ଶାହା କହିଛନ୍ତି ।

କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ଥିବା ନିଜ ଘରେ ପହଞ୍ଚିବାର ବ୍ୟବସ୍ଥା କରିଛି ବୋଲି କହିଛନ୍ତି ଗୃହ ମନ୍ତ୍ରୀ । ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାର ‘ଶ୍ରମିକ ସ୍ପେଶାଲ୍' ଟ୍ରେନ୍ ଚଳାଉଛନ୍ତି ।

କୋଲକାତାରେ ବାସହୀନ ଲୋକଙ୍କୁ ସରକାର ଖାଦ୍ୟ ଯୋଗେଇ ଦେଉଛନ୍ତି ।


ଶାହଙ୍କ ଚିଠି ବିଷୟରେ ଗଣ ମାଧ୍ୟମରେ ଖବର ଆସିବା ପରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ଗୃହ ମନ୍ତ୍ରୀଙ୍କୁ ନିଜ ଅଭିଯୋଗ ପ୍ରମାଣ କରିବାକୁ ବା କ୍ଷମା ମାଗିବାକୁ କହିଛନ୍ତି । ‘‘ଅମିତ ଶାହା ସପ୍ତାହେ ନୀରବ ରହିବା ପରେ ଏବେ କେବଳ ଲୋକଙ୍କୁ ମିଛ କହିବା ପାଇଁ ମୁହଁ ଖୋଲିଛନ୍ତି । ସେ ନିଜ ଅଭିଯୋଗ ପ୍ରମାଣ କରନ୍ତୁ, ନଚେତ କ୍ଷମା ମାଗନ୍ତୁ,’’ କହିଛନ୍ତି ବାନାର୍ଜୀ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ବୁଧବାର ଦିନ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକୁ ପଶ୍ଚିମ ବଙ୍ଗ ସରକାର କାର୍ଯ୍ୟକାରୀ କରୁ ନ ଥିବା ତଥା କୋଲକାତା ଓ ହାଓଡ଼ାର କେତେକ “ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ’’ଙ୍କୁ ଲକଡାଉନ୍‌ ନିୟମଗୁଡ଼ିକୁ ଉଲ୍ଲଙ୍ଘନ କରିବା ଓ ପୋଲିସ୍ ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ପାଇଁ ଅନୁମତି ଦେଇଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲା ।

ପଶ୍ଚିମ ବଙ୍ଗ ସରକାରଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ପଶ୍ଚିମ ବଙ୍ଗରେ ଅନେକ ସ୍ଥାନରେ ରିକ୍ସା ଚାଲୁଥିବା, ପିଲାମାନେ କ୍ରିକେଟ୍ ଖେଳୁଥିବା ଓ ଲୋକେ ନଦୀରେ ଗାଧୋଉଥିବା ବିଷୟରେ କହିଥିଲେ ।

ଏହା ବି ପଢ଼ନ୍ତୁ:

କରୋନା ସମୟରେ ରାଜନୀତି: ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ:

ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ; ଏହାକୁ ନେଇ ବିବାଦ ଆରମ୍ଭ
First published: May 9, 2020, 3:40 PM IST
corona virus btn
corona virus btn
Loading