କରୋନା: ପଶ୍ଚିମ ବଙ୍ଗରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଢ଼େଇଲେ ମମତା ବାନାର୍ଜୀ

West Bengal Lockdown Extended Till July 31 | ଏକ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ମମତା କହିଥିଲେ ଯେ ନେତାମାନଙ୍କ ମଧ୍ୟରେ ଲକଡାଉନ୍ ବିଷୟରେ ମତଭେଦ ଥିଲେ ମଧ୍ୟ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି ।

କରୋନା: ପଶ୍ଚିମ ବଙ୍ଗରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଢ଼େଇଲେ ମମତା ବାନାର୍ଜୀ
ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: କରୋନା ଭାଇରସର ବଢ଼ି ଚାଲିଥିବା ପ୍ରକୋପକୁ ଦୃଷ୍ଟିରେ ରଖି ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee) ଆଜି ସାରା ରାଜ୍ୟରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଛନ୍ତି । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସମସ୍ତ ବିଦ୍ୟାଳୟ, କଲେଜ ଓ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ ବୋଲି ପଶ୍ଚିମ ବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହା ପୂର୍ବରୁ ଆଜି ପଶ୍ଚିମ ବଙ୍ଗର (West Bengal) ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କୋଲକାତାର ନବାନ୍ନ (Nabanna, Kolkata) ଠାରେ ରାଜ୍ୟରେ କୋଭିଡ-୧୯ (COVID-19) ପରିସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଆୟୋଜିତ କରିଥିଲେ । ଏହି ବୈଠକରେ ଭାଗ ନେଇଥିବା ନେତାଙ୍କ ମଧ୍ୟରେ ଥିଲେ ବିଜେପିର ପଶ୍ଚିମ ବଙ୍ଗ ରାଜ୍ୟ ସଭାପତି ଦିଲୀପ ଘୋଷ, ବହୁଜନ ସମାଜ ପାର୍ଟି (ବିଏସପି) ରୁ ମନୋଜ ହାୱଲଦାର, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସ୍ୱପନ୍ ବାନାର୍ଜୀ ଓ କଂଗ୍ରେସର ପ୍ରଦୀପ ଭଟ୍ଟାଚାର୍ଯ୍ୟ ପ୍ରମୁଖ।

ମମତା ଏହି ସର୍ବଦଳୀୟ ବୈଠକରେ ଯୋଗଦେବା ପରେ କହିଥିଲେ ଯେ ନେତାମାନଙ୍କ ମଧ୍ୟରେ ଲକଡାଉନ୍‌ ବିଷୟରେ ମତଭେଦ ଥିଲେ ମଧ୍ୟ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଲକଡାଉନ୍‌ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ କେତେକ କୋହଳତା ବି ରହିବ ବୋଲି ସେ କହିଥିଲେ ।

ଆଜି କରୋନା ଭାଇରସ୍ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କରିଥିବା ବିଧାୟକ ତମୋନାଶ୍ ଘୋଷ


ପଶ୍ଚିମ ବଙ୍ଗରେ ବର୍ତ୍ତମାନ ଜାରି ଥିବା ଲକଡାଉନ୍‌ ଜୁନ୍‌ ୩୦ରେ ସରିବାର ଥିଲା । ହେଲେ ଏହାକୁ ଏବେ ଆଉ ପୂରା ଗୋଟେ ମାସ ପାଇଁ ବଢ଼ାଇ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପଶ୍ଚିମ ବଙ୍ଗରେ ସମୁଦାୟ ୧୪,୭୨୮ଟି କୋଭିଡ-୧୯ ମାମଲା ସାମନାକୁ ଆସିଛି, ଯେଉଁଥିରୁ ୫୮୦ ଜଣ ଆକ୍ରାନ୍ତଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ହୋଇସାରିଲାଣି ।

ପଶ୍ଚିମ ବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର (Trinamool Congress) ବିଧାୟକ ତମୋନାଶ୍‌ ଘୋଷ (TMC MLA Tamonash Ghosh) ଆଜି ୬୦ ବର୍ଷ ବୟସରେ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେ ଗତ ମାସରେ କରୋନା ଭାଇରସ୍ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲେ ଓ ଚିକିତ୍ସାରେ ଥିଲେ ।

ଦକ୍ଷିଣ ୨୪ ପରଗଣା (South 24 Pargana) ଜିଲ୍ଲାର ଫାଲ୍ଟା (Falta) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ରହିଥିବା ଘୋଷ୍‌ କୋଭିଡ-୧୯ (COVID-19) ରୋଗରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟାରେ ବି ପୀଡ଼ିତ ଥିଲେ ।

ଏହା ବି ପଢ଼ନ୍ତୁ: 

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 24, 2020, 9:34 PM IST
corona virus btn
corona virus btn
Loading