ଆକ୍ସନ ମୁଡ୍ରେ ମମତା: ଆସନ୍ତାକାଲି ଠାରୁ ବେଙ୍ଗଲରେ ବନ୍ଦ ରହିବ ଲୋକାଲ ଟ୍ରେନ୍; ବଜାର ଦିନକୁ ୫ ଘଣ୍ଟା ଖୋଲିବ
West Bengal Coronavirus Cases: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଶପଥ ଗ୍ରହଣ କରିବାର କିଛି ସମୟ ପରେ ରାଜ୍ୟରେ କରୋନା ଭୂତାଣୁ ରୋକିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ଆକ୍ସନ ମୁଡ୍ରେ ମମତା
- News18 Odia
- Last Updated: May 5, 2021, 4:20 PM IST
କୋଲକାତା: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee) ଶପଥ ଗ୍ରହଣ ପରେ ଆକ୍ସନ ମୁଡ୍ରେ ଆସିଛନ୍ତି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଠାରୁ ବେଙ୍ଗଲରେ ଲୋକାଲ ଟ୍ରେନ୍ ବନ୍ଦ ରହିବ । ଏହା ସହିତ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ RT-PCR ଟେଷ୍ଟ କରାଯିବ । ଏଥିସହ ମାସ୍କ ପିନ୍ଧିବା ରାଜ୍ୟରେ ବାଧ୍ୟତାମୂଳକ କରାଯାଇଛି ।
ଟେଷ୍ଟ ରିପୋର୍ଟ ବିନା ବିମାନବନ୍ଦରରେ ପ୍ରବେଶ ନିଷେଧ
ଏଥି ସହିତ କୋଭିଡ ସଂକ୍ରମଣର ବିସ୍ତାରକୁ ହ୍ରାସ କରିବା ପାଇଁ ମେଟ୍ରୋ ସମେତ ସମସ୍ତ ରାଜ୍ୟ ପରିବହନ ମାଧ୍ୟମରେ ୫୦ ପ୍ରତିଶତ କ୍ଷମତା ବିଶିଷ୍ଟ ଯାତ୍ରୀମାନଙ୍କୁ ଚଢ଼ାଇ ପାରିବେ । ମମତା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆରଟି- PCR ରିପୋର୍ଟ ବିନା (୭୨ ଘଣ୍ଟାରୁ କମ୍ ସମୟ) ବିମାନବନ୍ଦରରେ ପ୍ରବେଶ ଉପଲବ୍ଧ ହେବ ନାହିଁ ।
ମମତା ସରକାରଙ୍କ ଆଦେଶ ଅନୁଯାୟୀ ଜରୁରୀକାଳୀନ ତଥା ଅତ୍ୟାବଶ୍ୟକ ସେବା, ଆଇନ ଶୃଙ୍ଖଳା ଓ ଟେଲିକମ୍ କ୍ଷେତ୍ରକୁ ସମ୍ପୃକ୍ତ ନିର୍ଦ୍ଦେଶରୁ ମୁକ୍ତ କରାଯାଇଛି । ଏହା ବ୍ୟତୀତ ବଜାର, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପରିମଳ ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।






