News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋକଙ୍କ ପାଇଁ ଭଲ ଖବର ଆସିଛି । ସହରରେ ଗତ ଚାରି ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା ମଲଗୁଡ଼କୁ ଖୋଲିବା ପାଇଁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି । କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ନିୟମାବଳୀର ପାଳନ କରି ମଲ୍ ଖୋଲିବାକୁ ମଲ୍ ମାଲିକମାନଙ୍କୁ ଓ ବ୍ୟବସାୟୀମାନଙ୍କୁ ଅନୁମତି ମିଳିଛି ।
ମଲ୍ ଖୋଲିବା ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଗ୍ରାହକ ଓ କର୍ମଚାରୀଙ୍କ ପାଇଁ ୬ ଫୁଟ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ସମସ୍ତେ ମାସ୍କ ପିନ୍ଧିବେ । ପ୍ରବେଶ ପଥରେ ହାତ ଧୋଇବାକୁ ସାବୁନ ଓ ସାନିଟାଇଜର ରହିବ । ମଲ୍ ଭିତରକୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ । ସବୁ ଠୁ ବଡ଼ କଟକଣା ହେଲା ମଲ୍ ଭିତରେ ଫୁଡ୍ କୋର୍ଟ ଖୋଲିବ ନାହିଁ ।
ମଲ୍ ଭିତରେ ସିନେମା ହଲ୍ ବି ଖୋଲାଯାଇ ପାରିବ ନାହିଁ । ପିଲାଙ୍କ ପାଇଁ ଗେମ୍ ଜୋନ୍ ବନ୍ଦ ରହିବ । ମଲ୍ ଭିତରେ କୌଣସି ପ୍ରମୋସନାଲ୍ କାର୍ଯ୍ୟକଳାପ ମଧ୍ୟ କରାଯାଇ ପାରିବ ନାହିଁ । ବାରମ୍ବାର ମଲକୁ ବିଶୋଧନ କରାଯିବ । ମଲ୍ ଭିତରେ କେହି ଛେପ ପକାଇ ପାରିବେ ନାହିଁ ।

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ମୋଟ ୨୮୬୧ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ତା’ ଭିତରୁ ୫୭୧ ଜଣ ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ଭୁବନେଶ୍ବରରେ ୬୦ ପ୍ରତିଶତ ବସ୍ତିରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ସଚେତନତା ଓ ସତର୍କତା ଅବଲମ୍ବନ ସହ ପ୍ରଶାସନର କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦାମାନେ ନିଷ୍ଠାପର ଭାବେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।
‘‘ମାର୍କେଟ୍ ଯିବା ବେଳେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ନିୟମକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ । ସନ୍ଧ୍ୟା ବେଳେ ମାର୍କେଟ୍ ନ ଯାଇ କମ୍ ଗହଳି ସମୟ ଖରା ବେଳେ କିଣାକିଣି କରନ୍ତୁ । ଏମିତି କି ନିୟମିତ ମାର୍କେଟ ନ ଯାଇ ତିନି ଚାରି ଦିନ ପାଇଁ ସାମଗ୍ରୀ କିଣି ଆଣନ୍ତୁ । ଯଦି ସମ୍ଭବ ଅନଲାଇନ ସପିଂ ବ୍ୟବସ୍ଥାକୁ ଅଧିକ ଆପଣାନ୍ତୁ,’’ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କମିଶନର ।
ଏହା ବି ପଢ଼ନ୍ତୁ: ସୁଶାନ୍ତ ମୃତ୍ୟୁ ତଦନ୍ତ: ରିୟାଙ୍କ ଖୋଜଖବର ନାହିଁ; ବିହାର ପୋଲିସ୍ ଲୁକ୍-ଆଉଟ୍ ନୋଟିସ ଜାରି କରିପାରେଏହା ବି ପଢ଼ନ୍ତୁ: ‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟଚା’ ଓ ଜଳଖିଆ ଦୋକାନରେ ଏକଜୁଟ୍ ହୋଇ ଖିଆପିଆ କରନ୍ତୁ ନାହିଁ ବୋଲି ବି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ‘‘ଭୁବନେଶ୍ବରର ଆଳୁଗଦିରେ ଜଣେ ଆକ୍ରାନ୍ତଙ୍କ ପାଇଁ ୪୧ ଜଣ ଆକ୍ରାନ୍ତ ହେଲେ । ୪ ନମ୍ବର ମାଛ ମାର୍କେଟରୁ ସେମିତି ୨୧ ଜଣ ପଜିଟିଭ ଚିହ୍ନଟ ହେଲେ । ତେଣୁ ଦୋକାନୀ ଓ ବ୍ୟବସାୟୀମାନେ କିଭଳି ନିୟମ ମାନିବେ, ସେଥି ପାଇଁ ବିଏମସି ପକ୍ଷରୁ ଏସଓପି ଲାଗୁ କରାଯାଇଛି । ବଜାର କମିଟିଗୁଡ଼ିକ ସହ ପ୍ରଶାସନ ଆଲୋଚନା କରୁଛି । ଦୋକାନୀମାନେ ନିଜେ ସତର୍କ ହେବେ ଓ ଗ୍ରାହକମାନଙ୍କୁ ସତର୍କ କରାଇବେ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।
କୋଭିଡ୍ ପରୀକ୍ଷା ଓ ପଜିଟିଭ୍ ସଂଖ୍ୟାକୁ ନେଇ ଗୁଜବ ସୃଷ୍ଟି ନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଚୌଧୁରୀ । ‘‘ଗୁଜବରେ ବିଶ୍ବାସ ନ କରି ଯଦି କୌଣସି ସମସ୍ୟା ବା ଅଭିଯୋଗ ଥାଏ ତେବେ ୱାର୍ଡ଼ ଅଫିସର କିମ୍ବା ସଚେତକ କମିଟି କିମ୍ବା ୧୯୨୯ ହେଲ୍ପଲାଇନ୍ ନମ୍ବରକୁ ଜଣାନ୍ତୁ,’’ ଚୌଧୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।