News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ବଢ଼ିବା ଆରମ୍ଭ କରିଥିବାରୁ ରାଜ୍ୟକୁ ଫେରିଛି ରାତ୍ରୀକାଳୀନ କର୍ଫ୍ୟୁ । ମଙ୍ଗଳବାର ଠାରୁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବା ଘୋଷଣା ହୋଇଛି । ଜିଲ୍ଲାରେ ମାର୍ଚ୍ଚ ୨୩ରୁ ୩୧ ଯାଏଁ ନାଇଟ୍ କର୍ଫ୍ୟୁ ହେବ ।
କରୋନା ସଂକ୍ରମଣ ବଢୁଥିବାକୁ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିବାକୁ ବାଧ୍ୟ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ରାତି ୯ଟାରୁ ସକାଳ ୬ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ ବୋଲି ଘୋଷଣା ହୋଇଛି । ଆଗକୁ ହୋଲି ଓ ବଡ଼ ଯାତ୍ରା ଆସୁଥିବାରୁ ଜିଲ୍ଲା ପ୍ରଶାସନ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।
ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭଲ ଖବର ଆସିଛିସର୍ବସାଧାରଣ ଜାଗାରେ ସର୍ବାଧିକ ୨୦୦ ଲୋକରେ ବଡ଼ ଯାତ୍ରା ଆୟୋଜିତ ହେବ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । କୋଭିଡ଼ ଗାଇଡଲାଇନ ମାନି ମାସ୍କ ଓ ସାମାଜିକ ଦୂରତା ନିୟମାବଳୀ ପାଳନ କରି ବଡ଼ ଯାତ୍ରା ପାଳନ ହେବ । ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି ପର୍ବ ପାଳନ କରିବା ମନା ହୋଇଛି । କୋଭିଡ଼ ଗାଇଡଲାଇନ୍ ମାନି ମାତ୍ର ୫୦ ଜଣ ଲୋକଙ୍କୁ ନେଇ ପାଳିତ ହେବ ଦୋଳ ମେଲଣ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟରାତ୍ରିକାଳୀନ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବା ମିଳିବା ଜାରି ରହିବ । କରୋନାକୁ ମାତ୍ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକଡାଉନ୍ ମଧ୍ୟ ଜାରି ହୋଇପାରେ ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କାଓଡ଼ିଶାରେ ପୁଣି ଧୀରେ ଧୀରେ କରୋନା ସ୍ଥିତି ବିଗିଡ଼ିବା ଆରମ୍ଭ ହେଉଥିବାରୁ ଓ ଦୈନିକ ପଜିଟିଭ୍ ଲୋକଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଅନ୍ୟ ଜିଲ୍ଲାମାନଙ୍କରେ ବି ରାତ୍ରିକାଳୀନ କର୍ଫ୍ୟୁ ଓ ଲକଡାଉନ୍ ଜାରି କରିବା ନେଇ ବିଚାର ବିମର୍ଷ ହେଉଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ରରାଜ୍ୟର ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସତର୍କ ରହିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । ସଂକ୍ରମଣ ରୋକିବା ଦିଗରେ ୱାର୍ଡ ମେମ୍ବର୍, ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବାସୀଙ୍କ ଉପରେ ନଜର ରଖିବ ଗାଁ କମିଟି ।
ମଙ୍ଗଳବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୌନା ସଂକ୍ରମଣ ସ୍ଥିତିର ସମୀକ୍ଷା କରିବେ । ସ୍ଥିତି ଗମ୍ଭୀର ହେଲେ ଲକଡାଉନ୍ ଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଏସ୍.ଆର୍.ସି. ପ୍ରଦୀପ ଜେନା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।