ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା ଯୋଗୁଁ ମହାରାଷ୍ଟ୍ରରେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ଘୁଞ୍ଚିଲା; ଓଡ଼ିଶାରେ କ’ଣ ହେବ?

କରୋନା ଯୋଗୁଁ ମହାରାଷ୍ଟ୍ରରେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ଘୁଞ୍ଚିଲା; ଓଡ଼ିଶାରେ କ’ଣ ହେବ?

କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ମହାରାଷ୍ଟ୍ର ସରକାର ପରୀକ୍ଷା ଘୁଞ୍ଚାଇବା ନିଷ୍ପତ୍ତି ନେବା ପରେ ଓଡ଼ିଶାରେ ଏହି ଦୁଇଟି ପରୀକ୍ଷା କରାଇବା ନେଇ ଶିକ୍ଷା ବିଭାଗର ଉଚ୍ଚ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

କରୋନା ଯୋଗୁଁ ମହାରାଷ୍ଟ୍ରରେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ଘୁଞ୍ଚିଲା; ଓଡ଼ିଶାରେ କ’ଣ ହେବ?
ମହାରାଷ୍ଟ୍ରରେ ଏହି ଉଭୟ ପରୀକ୍ଷା ଏପ୍ରିଲ୍ ମାସରେ ହିଁ ହେବାର ଥିଲା । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 12, 2021, 5:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ହେବାକୁ ଥିବା ରାଜ୍ୟ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମହାରାଷ୍ଟ୍ରର ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକୱାଡ କହିଛନ୍ତି ଯେ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଏବେ ମେ ମାସ ଶେଷ ସୁଦ୍ଧା ହେବ ଓ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଜୁନ ମାସରେ ହେବ । କରୋନା ସଂକ୍ରମଣର ପରିସ୍ଥିତିକୁ ଆଧାର କରି ପରୀକ୍ଷାର ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ରରେ ଏହି ଉଭୟ ପରୀକ୍ଷା ଏପ୍ରିଲ୍‌ ମାସରେ ହିଁ ହେବାର ଥିଲା । ମ୍ୟାଟ୍ରିକ୍‌ ପରୀକ୍ଷା ଏପ୍ରିଲ ୩୦ ତାରିଖରୁ ଓ ପ୍ଲସ୍‌-ଟୁ ପରୀକ୍ଷା ଏପ୍ରିଲ୍‌ ୨୩ ତାରିଖରୁ ଆରମ୍ଭ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ସେଠାକାର ସରକାର ପରୀକ୍ଷା ଘୁଞ୍ଚାଇବା ନିଷ୍ପତ୍ତି ନେବା ପରେ ଓଡ଼ିଶାରେ ଏହି ଦୁଇଟି ପରୀକ୍ଷା କରାଇବା ନେଇ ଶିକ୍ଷା ବିଭାଗର ଉଚ୍ଚ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଏବେ କରୋନା ଭାଇରସ୍ ସହପଙ୍ଗାନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛିଥଲାଇଭି

ଦୁଇଟି ଯାକ ପରୀକ୍ଷା ଘୁଞ୍ଚାଇବା ନିଷ୍ପତ୍ତିର ଘୋଷଣା କରି ମହାରାଷ୍ଟ୍ରର ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକୱାଡ କହିଛନ୍ତି: ‘‘ପରୀକ୍ଷା ଆୟୋଜନ କରିବା ପାଇଁ ବର୍ତ୍ତମାନର ପରିସ୍ଥିତି ଅନୁକୂଳ ନୁହେଁ। ଆପଣଙ୍କ ସ୍ୱାସ୍ଥ୍ୟ ଆମର ପ୍ରାଥମିକତା ।’’ ଦୁଇଟି ଯାକ ପରୀକ୍ଷାକୁ ଘୁଞ୍ଚାଇବା ନିଷ୍ପତ୍ତି ଛାତ୍ର, ଶିକ୍ଷକ, ଅଭିଭାବକ, ବିଭିନ୍ନ ଦଳର ନିର୍ବାଚିତ ପ୍ରତିନିଧି ଆଦି ବିଭିନ୍ନ ହିତାଧିକାରୀଙ୍କ ସହ ପରାମର୍ଶ ଉପରେ ଆଧାରିତ ବୋଲି ସେ କହିଛନ୍ତି । ଗାଇକୱାଡ଼ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ସି.ବି.ଏସ୍.ଇ., ଆଇ.ସି.ଏସ୍.ଇ., ଆଇ.ବି. ଓ କେମ୍ବ୍ରିଜ୍ ବୋର୍ଡକୁ ମଧ୍ୟ ସେମାନଙ୍କର ପରୀକ୍ଷା ତାରିଖର ପୁନର୍ବିଚାର କରିବାକୁ ଅନୁରୋଧ କରିବ ।

ଏହା ବି ପଢ଼ନ୍ତୁ | ସାପ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇକିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ

ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପରିଚାଳନା କରିବା ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବ । ଏହି ଉଭୟ ପରୀକ୍ଷା ଓଡ଼ିଶାରେ ଅବଶ୍ୟ ମେ ମାସରେ ହେବାର ଅଛି । ହେଲେ କରୋନାର ବଢୁଥିବା ପ୍ରକୋପକୁ ଦେଖି ପରୀକ୍ଷା ଧାର୍ଯ୍ୟ ତାରିଖରେ କରାଇହେବ କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି । ଓଡ଼ିଶାରେ ମାଟ୍ରିକରେ ପ୍ରାୟ ୬ ଲକ୍ଷ ପିଲା ମେ ୩ରୁ ପରୀକ୍ଷା ଦେବାକୁ ଥିବା ବେଳେ ମେ ୧୮ରୁ ଯୁକ୍ତ୨ରେ ପରୀକ୍ଷା ଦେବେ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ ।

ଏହା ବି ପଢ଼ନ୍ତୁ | ଅଭିଷେକ କହିଥିଲେ: ‘ମୋଷ୍ଟ୍ବ୍ୟୁଟିଫୁଲ୍ ଐଶ୍ୱର୍ଯ୍ୟାଙ୍କୁ ବାହା ହୋଇ ଆଇନା ଦେଖିଲି, ଭୟଙ୍କର ଲାଗିଥିଲା

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ଲଗାତର ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୧,୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ଅଛନ୍ତି ୧,୦୧୫ ଜଣ ଓ ବିଭିନ୍ନ ସ୍ଥାନରୁ ଅଛନ୍ତି ୭୨୬ ଜଣ । ସୁନ୍ଦରଗଡ଼ରେ ସର୍ବାଧିକ ୨୬୮ ଜଣ, ଖୋର୍ଦ୍ଧାରେ ୨୦୪ ଜଣ, ବାଲେଶ୍ବରରେ ୧୫୮, ସମ୍ବଲପୁରରେ ୧୨୧ ଜଣ ଓ କଳାହାଣ୍ଡିରେ ୧୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡ଼ରେ ୯୭ ଜଣ, ନୂଆପଡ଼ାରେ ୯୬ ଜଣ, ବଲାଙ୍ଗିରରେ ୯୩ ଜଣ ଓ ନବରଙ୍ଗପୁରରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୮, ପୁରୀରୁ ୫୪, କେନ୍ଦୁଝରରୁ ୫୩ ଓ ଝାରସୁଗୁଡ଼ାରୁ ୪୩ଟି ପଜିଟିଭ୍ ମାମଲା ସାମନାକୁ ଆସିଛି ।



ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨କୁ ବୃଦ୍ଧି ପାଇଛି । ମୋ’ଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨ରେ ପହଞ୍ଚିଛି । ଏବେ ବି ଚିକିତ୍ସାଧୀନ ଅଛନ୍ତି ୯,୨୫୯ ଜଣ । ରାଜ୍ୟରେ ସୋମବାର ଦିନ ଆଉ ଦୁଇ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଉଭୟ ମୃତକଙ୍କ ଘର ନୂଆପଡ଼ା ଜିଲ୍ଲାରେ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୯୨୮କୁ ବୃଦ୍ଧି ପାଇଛି ।
Published by: Anand ST Das
First published: April 12, 2021, 5:51 PM IST