ମହାରାଷ୍ଟ୍ରରେ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ମେ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ

Corona Lockdown Imposed In Maharashtra | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ଲକଡାଉନ୍ ଜାରି କରିବା ରାଜ୍ୟମାନଙ୍କ ଶେଷ ବିକଳ୍ପ ହେବା ଉଚିତ୍ ବୋଲି କହିବାର ମାତ୍ର ୨୪ ଘଣ୍ଟା ପରେ ମହାରାଷ୍ଟ୍ର ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିଲେ ।

ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଏପ୍ରିଲ୍‌ ୨୧ ତାରିଖରେ ଘୋଷଣା କରାଯାଇଥିଲା ।

ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଏପ୍ରିଲ୍‌ ୨୧ ତାରିଖରେ ଘୋଷଣା କରାଯାଇଥିଲା ।

  • Share this:
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ରରେ (Mahatashtra) କରୋନା ଭାଇରସ୍‌ ସଂକ୍ରମଣ (Coronavirus) ମାମଲାରେ ଅତି ତୀବ୍ର ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ସାରା ରାଜ୍ୟରେ ଏପ୍ରିଲ୍‌ ୨୨ ତାରିଖଠାରୁ ସମ୍ପୂର୍ଣ୍ଣ ଲକଡାଉନ୍‌ ଘୋଷଣା କରିଛନ୍ତି । ଏହି ଲକଡାଉନ୍‌ (lockdown) ଏପ୍ରିଲ୍‌ ୨୨ ଗୁରୁବାରଠାରୁ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ସରକାର କହିଛନ୍ତି ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣଜନିତ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ (Maharashtra lockdown) ଲଗାଯାଇ ପାରେ ବୋଲି ଅନେକ ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା । ମହାରାଷ୍ଟ୍ରରେ ଏପ୍ରିଲ୍‌ ୨୧ ତାରିଖରେ ୬୭,୪୬୮ଟି ନୂଆ କରୋନା ସଂକ୍ରମଣ ମାମଲା ସାମନାକୁ ଆସିବା ପରେ ସରକାର ଲକଡାଉନ୍‌ ନିଷ୍ପତ୍ତି ନେଇଥିଲେ । ଏପ୍ରିଲ୍‌ ୨୧ ତାରିଖରେ ରାଜ୍ୟରେ ୫୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ | ପିପିଲି Bypoll: କଂଗ୍ରେସ୍ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କଲା

ମହାରାଷ୍ଟ୍ର ସରକାର ଏକ ଆଦେଶ ଜାରି କରି କହିଛନ୍ତି ଯେ ଏପ୍ରିଲ ୧୩ରୁ ରାଜ୍ୟରେ ଲାଗୁ ହୋଇଥିବା ପ୍ରତିବନ୍ଧକ ସହିତ ନୂଆ କରି ଜାରି କରାଯାଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ନିର୍ଦ୍ଦେଶାବଳୀ ମେ ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ‘ଶୃଙ୍ଖଳା ଭାଙ୍ଗିବା’ (Break the Chain) ଶବ୍ଦ ବ୍ୟବହାର କରି ମହାରାଷ୍ଟ୍ର ସରକାର ଆଶା କରିଛନ୍ତି ଯେ ଏହି ନୂଆ ପ୍ରତିବନ୍ଧକ ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧିକୁ କମ୍‌ କରିବାରେ ସାହାଯ୍ୟ କରିବ ।

ନାସିକରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ସମୟର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍‌ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ମହାରାଷ୍ଟ୍ରରେ ଲକଡାଉନ୍‌ ସମୟରେ ସର୍ବାଧିକ ୨୫ ଜଣ ଲୋକ ବିବାହ ଉତ୍ସବରେ ଯୋଗ ଦେଇ ପାରିବେ । ପୂର୍ବ ଅପେକ୍ଷା ରାଜ୍ୟରେ ଯାତାୟାତ ଅଧିକ ସୀମିତ ରହିବ । ବସ୍‌ରେ ୫୦ ପ୍ରତିଶତରୁ ଅଧିକ ଲୋକ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଲୋକାଲ୍‌ ଟ୍ରେନରେ କେବଳ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଥିବା ଲୋକେ ଯାତ୍ରା କରିପାରିବେ । ସରକାରୀ କାର୍ଯ୍ୟାଳୟକୁ କେବଳ ୧୫ ପ୍ରତିଶତ କର୍ମଚାରୀ ଆସିବେ ବୋଲି ଏହି ନୂଆ ନିୟମାବଳୀରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ଲକଡାଉନ୍‌ ଜାରି କରିବା ନିଷ୍ପତ୍ତି ରାଜ୍ୟମାନଙ୍କ ଶେଷ ବିକଳ୍ପ ହେବା ଉଚିତ୍ ବୋଲି କହିବାର ମାତ୍ର ୨୪ ଘଣ୍ଟା ପରେ ମହାରାଷ୍ଟ୍ର ସରକାର (Maharashtra government) ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିଲେ ।



ମହାରାଷ୍ଟ୍ରର ନାସିକରେ ଅକ୍ସିଜେନ୍ ଉପଲବ୍ଧ ଥାଇ ବି ଏକ ବଡ଼ ଅଘଟଣ ୨୪ ଜଣ କରୋନା ରୋଗୀଙ୍କ ଜୀବନ ଯାଇଥିଲା (Nashik Oxygen Tragedy) । ଭେଣ୍ଟିଲେଟରକୁ ଅକ୍ସିଜେନ୍ ସପ୍ଲାଏ ଦେଉଥିବା ଏକ ଟ୍ୟାଙ୍କରରୁ ଲିକ୍ ହେବା କାରଣରୁ ଅକ୍ସିଜେନ୍ ସପୋର୍ଟରେ ଥିବା ୨୪ ଜଣ କରୋନା ଆକ୍ରାନ୍ତ ଏପ୍ରିଲ୍‌ ୨୧ ତାରିଖ ଦିନ ଛଟପଟ ହୋଇ ଜୀବନ ହାରିଥିଲେ  । ନାସିକର ଜାକିର୍ ହୁସେନ୍ ମ୍ୟୁନିସିପାଲ୍ ହସ୍ପିଟାଲରେ ଘଟିଥିବା ଏହି  ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା  ।
Published by:Anand ST Das
First published: