କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲା

ମହାରାଷ୍ଟ୍ର ସରକାର ପ୍ରତିଷ୍ଠିତ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ କୋଭିଡ-୧୯ ଯୁଦ୍ଧରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣେଇଛନ୍ତି ।

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ

  • Share this:
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ (Uddhav Thackeray) ସରକାର ପ୍ରତିଷ୍ଠିତ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ କୋଭିଡ-୧୯ ଯୁଦ୍ଧରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟୁଇଟ କରି ଏହି ଧନ୍ୟବାଦ ଜ୍ଞାପନ କରାଯାଇଛି ।

ସେହି ଟ୍ୱିଟରେ ଲେଖାଅଛି: ‘‘ମହାରାଷ୍ଟ୍ରରେ କୋଭିଡରୁ ମୁକ୍ତି ପାଇବା କାର୍ଯ୍ୟରେ ସାହାଯ୍ୟ କରିଥିବାରୁ ଆମେ ନୀତାଜୀ ଓ ମୁକେଶଜୀଙ୍କୁ ଧନ୍ୟବାଦ ଦେଉଛୁ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ଫିଲ୍ଡ ହସପିଟାଲ୍‌ ସହ ଜିଓ ୱାର୍ଲ୍ଡ ସେଣ୍ଟରକୁ ଏକ ଅତ୍ୟାଧୁନିକ ବିଚ୍ଛିନ୍ନତା କେନ୍ଦ୍ରରେ ପରିଣତ କରିବାକୁ ଅମ୍ବାନୀ ପରିବାର ସଦୟ ପ୍ରସ୍ତାବ ଦେଇଛି ।’’

ଏହା ପୂର୍ବରୁ ଦେଶରେ କରୋନା ଭାଇରସ୍ ସଙ୍କଟର ମୁକାବିଲା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପିଏମ୍‌ କେୟାର (PM Care) ଫଣ୍ଡରେ ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି । ଏହା ବ୍ୟତୀତ କମ୍ପାନୀ ମହାରାଷ୍ଟ୍ର ଓ ଗୁଜୁରାଟ ମୁଖ୍ୟ ମନ୍ତ୍ରୀମାନଙ୍କ ରିଲିଫ ପାଣ୍ଠିକୁ ୫-୫ କୋଟି ଟଙ୍କା ଅନୁଦାନ ବି ଘୋଷଣା କରିଛି ।



କରୋନା ଯୁଦ୍ଧରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବି ପ୍ରଶଂସା କରିଛନ୍ତି । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ସମଗ୍ର ରିଲାଏନ୍ସ ଟିମ୍ କୋଭିଡ-୧୯ (COVID-19) ବିରୋଧରେ ଲଢ଼େଇରେ ଏକ ପ୍ରଭାବଶାଳୀ ଯୋଗଦାନ ଦେଉଛି । ସ୍ୱାସ୍ଥ୍ୟ ସେବା ହେଉ ବା ଲୋକଙ୍କୁ ସାହାଯ୍ୟ କରିବା ହେଉ, ରିଲାଏନ୍ସ ପରିବାର ସବୁଥିରେ ସକ୍ରିୟ ରହିଛି ।

ଉଲ୍ଲେଖନୀୟ କଥା ହେଉଛି ବର୍ତ୍ତମାନ ମହାରାଷ୍ଟ୍ରରେ ହିଁ ଦେଶର ସର୍ବାଧିକ ସଂଖ୍ୟକ କରୋନା ଭାଇରସ୍ ରୋଗୀ ଦେଖାଦେଇଛନ୍ତି । ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୬୭,୬୫୫ଟି କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି । ସେଥି ମଧ୍ୟରୁ ୩୬ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ରାଜ୍ୟରେ ୨୯ ହଜାରରୁ ଅଧିକ ଲୋକ ଆରୋଗ୍ୟ ହୋଇଥିବା ବେଳେ ୨,୨୮୬ ଜଣ ଲୋକ ପ୍ରାଣ ହରାଇଛନ୍ତି ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)

ଏହା ବି ପଢ଼ନ୍ତୁ: 

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: