News18 Odia Digital
ମୁମ୍ବାଇ: କରୋନା ଭାଇରସ୍ ମହାମାରୀ (COVID-19 pandemic) ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ (Maharashtra) ପୁଣି ଥରେ ଲକଡାଉନ୍ ଜାରି ହେବାର ଆଶଙ୍କା ଦେଖାଦେଇଛି । ଗୁରୁବାର ଦିନ ରାଜ୍ୟରେ କରୋନା ସଂକ୍ରମଣର ୧୪,୩୧୭ଟି ନୂଆ ମାମଲା ସାମନାକୁ ଆସିଛି ।
ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ (Mumbai) କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୦୦ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ପୁଣି ଥରେ ଲକଡାଉନ୍ ଲଗାଇବାର ସମ୍ଭାବନା ବଢ଼ିଛି । ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ଲକଡାଉନ୍ ଜାରି କରିବା ବିଷୟରେ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ କେବଳ ଟାୱେଲ୍ ପିନ୍ଧି ଫଟୋ ଶେୟାର୍ କଲେ; ତାପମାତ୍ରା ହଠାତ୍ ବଢ଼ିଗଲା!ଏହାରି ଭିତରେ ଔରଙ୍ଗାବାଦ ସହରରେ (Aurangabad) ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସୀମିତ ଲକଡାଉନ୍ ଘୋଷଣା କରାଯାଇଛି । ଏହା ସହ ସେଠାରେ ଶନିବାର ଓ ରବିବାର ଦିନ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ରହିବ । ପ୍ରାପ୍ତ ସୂଚନା ଅନୁଯାୟୀ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ଏହି ସୀମିତ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ କେବଳ ଆବଶ୍ୟକ ସେବା ଅବ୍ୟାହତ ରହିବ ।

ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି ।
ନାଗପୁରରେ (Nagpur) ମାର୍ଚ୍ଚ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ସେଠାରେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ରାଜ୍ୟର ଅନୟ କେତେକ ଜିଲ୍ଲାରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନା କୋଚିଂ ନା ଟେଷ୍ଟ୍ ସିରିଜ୍; କେବଳ ଇଣ୍ଟରନେଟ୍ ବ୍ୟବହାର କରି IAS ହେଲେ ଏହି ଯୁବତୀମହାରାଷ୍ଟ୍ରର ଅମରାବତୀ, ପୁଣେ ଓ ଜଲଗାଓଁ ଭଳି ଜିଲ୍ଲାରେ ମଧ୍ୟ ଏହି ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ରରୁ ସର୍ବାଧିକ କରୋନା ସଂକ୍ରମଣ ମାମଲା ଆସୁଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣର (Corona vaccination) ଗତି ମଧ୍ୟ ତ୍ୱରାନ୍ୱିତ ହୋଇଛି । ମହାରାଷ୍ଟ୍ର ପରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି କେରଳ । ତେବେ ଏହି ଦୁଇ ରାଜ୍ୟ ମଧ୍ୟରେ ନୂଆ ମାମଲା ସଂଖ୍ୟାରେ ଏକ ବଡ଼ ପାର୍ଥକ୍ୟ ରହିଛି ।
ଏହା ବି ପଢ଼ନ୍ତୁ | ଜଙ୍ଗଲ ନିଆଁ ଓ ଧାନ କିଣା: ବିଧାନ ସଭାରେ ବିରୋଧୀ ଉଠାଇବେ ‘ସରକାରଙ୍କ ମିଛ’ ପ୍ରସଙ୍ଗଏଥି ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ରିପୋର୍ଟରେ କହିଛି ଯେ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲ ନାଡୁରେ କ୍ରମାଗତ ଭାବରେ କୋଭିଡ-୧୯ର ଅଧିକ ମାମଲା ଦେଖାଯାଉଛି । ଦେଶରେ ଗଲା ୨୪ ଘଣ୍ଟା ମଧ୍ୟରେ ସାମନାକୁ ଆସିଥିବା ମୋଟ କରୋନା ସଂକ୍ରମଣ ମାମଲାର ୮୫.୯୧ ପ୍ରତିଶତ ଏହି ଛଅଟି ରାଜ୍ୟରୁ ଆସିଛି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍ ଅଫିସର୍; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲାଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ-୧୯ର ୨୨,୮୫୪ଟି ପଞ୍ଜିକୃତ ହୋଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର କହିଥଲେ ଯେ ମହାରାଷ୍ଟ୍ରରେ କୋଭିଡ-୧୯ ମାମଲା ବୃଦ୍ଧି ହେବାର କାରଣ ହେଉଛି ମହାମାରୀ ବିଷୟରେ ସଚେତନତା ଓ ଲୋକଙ୍କ ଭୟ କମିଯିବା ।
ମହାରାଷ୍ଟ୍ରରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେଠାକୁ ଏକ ଉଚ୍ଚସ୍ତରୀୟ ଦଳ ପଠାଇଛନ୍ତି । ଏହି ଦଳ କରୋନା ଉପରେ ନଜର ରଖିବାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।