ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ

ଶିବରାଜ ସିଂ ଚୌହାନ ନିଜେ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇ ତାଙ୍କର ସବୁ ସହକର୍ମୀଙ୍କୁ ନିବେଦନ କରି କହିଛନ୍ତି ଯେ ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଥିଲେ ସେମାନେ ନିଜର କରୋନା ପରୀକ୍ଷା କରାଇନେବା ଉଚିତ ।

ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ

ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ

  • Share this:
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chouhan) କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଆଜି ଟ୍ୱିଟ କରି କହିଛନ୍ତି ଯେ ତାଙ୍କର କରୋନା ପଜିଟିଭ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ସେ ନିକଟ ଅତୀତରେ ତାଙ୍କ ଯୋଗାଯୋଗରେ ରହିଥିବା ସବୁ ଲୋକଙ୍କୁ ଶୀଘ୍ର ନିଜ ନିଜର କୋଭିଡ-୧୯ (COVID-19) ପରୀକ୍ଷା କରାଇନେବାକୁ ନିବେଦନ କରିଛନ୍ତି ।

‘‘ମୁଁ କରୋନା ପଜିଟିଭ୍ ହୋଇସାରିଛି । ମୁଁ ମୋ’ର ସବୁ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯିଏ ବି ମୋ’ ସହିତ ଯୋଗାଯୋଗରେ ଅଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇନେବା ଉଚିତ୍ । ମୋ’ର ନିକଟ ସମ୍ପର୍କରେ ଥିବା ଲୋକେ କ୍ୱାରେଣ୍ଟାଇନରେ ରୁହନ୍ତୁ,’’ କହିଛନ୍ତି ଶିବରାଜ ।

ନିଜ ଟ୍ୱିଟରେ ସେ ଆହୁରି କହିଛନ୍ତି, ‘‘ମୁଁ କରୋନା ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅନୁସରଣ କରୁଛି । ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜକୁ କ୍ୱାରେଣ୍ଟାଇନ୍ କରି ଚିକିତ୍ସା କରାଇବି । ମୁଁ ମୋ’ ରାଜ୍ୟର ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ସାବଧାନ ରୁହନ୍ତୁ । ଟିକିଏ ଅସାବଧାନତା କରୋନାକୁ ଆମନ୍ତ୍ରଣ କରେ ।’’

ମଧ୍ୟ ପ୍ରଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୭୯୧ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି ।


ଶିବରାଜ ଲେଖିଛନ୍ତି ଯେ ସେ କରୋନା ପ୍ରତି ସତର୍କ ରହିବାକୁ ସବୁ ଚେଷ୍ଟା କରିଥିଲେ, କିନ୍ତୁ ଲୋକମାନଙ୍କ ସମସ୍ୟାକୁ ନେଇ ସେ ସେମାନଙ୍କ ସହ ମିଶୁଥିଲେ । ‘‘ଯେଉଁମାନେ ମୋତେ ସାକ୍ଷାତ କରିଛନ୍ତି ସେମାନଙ୍କୁ ନିଜର କରୋନା ପରୀକ୍ଷା କରାଇନେବାକୁ ମୁଁ ପରାମର୍ଶ ଦେଉଛି । କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି କରୋନାକୁ ଠିକ୍ ସମୟରେ ଚିକିତ୍ସା କରାଯାଏ, ତେବେ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହେବା ସମ୍ଭବ ।’’

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ମାର୍ଚ୍ଚ ୨୫ ତାରିଖରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶିବରାଜ ମଧ୍ୟ ପ୍ରଦେଶର (Madhya Pradesh) କରୋନା ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ କରନ୍ତି । ‘‘ଏବେ ମୁଁ ଯଥା ସମ୍ଭବ ଭିଡିଓ କନଫରେନ୍ସିଂରେ ଏହି କରୋନା ସ୍ଥିତି ସମୀକ୍ଷା କରିବାକୁ ଚେଷ୍ଟା କରିବି । ମୋ’ ଅନୁପସ୍ଥିତିରେ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର, ନଗର ଉନ୍ନୟନ ତଥା ପ୍ରଶାସନ ମନ୍ତ୍ରୀ ଭୁପେନ୍ଦ୍ର ସିଂ, ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ପ୍ରଭାସ ରାମ ଚୌଧୁରୀ ଏହି ବୈଠକ କରିବେ । ମୁଁ ନିଜେ ବି ଚିକିତ୍ସା ହେଉଥିବା ସମୟରେ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି । ଆପଣମାନେ ସମସ୍ତେ ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ।’’



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by:Anand Shankar Thankur Das
First published: