ପୁରୀରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ବିବାହ କଲେ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ

ପ୍ରେମିକାକୁ ନେଇ ଫେରାର ହେବା ପରେ ସେ ଅହମଦାବାଦରେ ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲେ । ହେଲେ ବିପଦ ସାଜିଲା କରୋନା । କମ୍ପାନୀଟି ବନ୍ଦ ହୋଇଯିବାରୁ ଘରକୁ ଫେରିବା ଚିନ୍ତାରେ ଥିଲେ ଦୁହେଁ ।

ପୁରୀରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ବିବାହ କଲେ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ
ବିବାହ ପରେ ସୌରଭ ଦାସ ଓ ପିଙ୍କିରାଣୀ ଦାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଦୁଇ ଫେରାର ପ୍ରେମୀ ଯୁଗଳଙ୍କ ପାଇଁ କରୋନା ପାଲଟିଲା ଆର୍ଶିର୍ବାଦ । ସେମାନେ ଘରୁ ପଳେଇଯାଇ ଚାରି ମାସ ଗୁଜରାଟରେ କାଟିବା ପରେ କରୋନା ଯୋଗୁଁ ବାଧ୍ୟ ହୋଇ ଓଡ଼ିଶା ଫେରି ଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହୁଥିଲେ । ଦୁଇ ଜଣଙ୍କ କରୋନା ଟେଷ୍ଟ୍‌ ନେଗେଟିଭ୍‌ ଆସିବା ପରେ ଦୁହେଁ ବାହା ହୋଇ ଘରକୁ ଫେରିଛନ୍ତି ।

ଗତ ଚାରି ମାସ ପୂର୍ବେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳର ୧୯ ବର୍ଷୀୟ ଯୁବକ ସୌରଭ ଦାସ ଓ ଡେଲାଙ୍ଗ ଥାନା ଅଞ୍ଚଳର ୧୯ ବର୍ଷୀୟା ଯୁବତୀ ପିଙ୍କିରାଣୀ ଦାସ ଘର ଛାଡ଼ି ଗୁଜରାଟର ଅହମଦାବାଦକୁ ପଳାଇଯାଇଥିଲେ । କରୋନା  ଲାକଡାଉନ ଲାଗି ମେ ୧୦ ତାରିଖରେ ଉଭୟେ ଅହମଦବାଦରୁ ନିଜ ଗ୍ରାମକୁ ଫେରି ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିଲେ । ନିୟମାନୁଯାୟୀ ସେମାନଙ୍କ ସ୍ୱାବ୍‌ ପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା । ପନ୍ଦର ଦିନ ସଙ୍ଗରୋଧରେ ରହିବା ପରେ ସେହି ସଙ୍ଗରୋଧ କେନ୍ଦ୍ରରେ ବିବାହ କରି ଘରକୁ ଫେରିଥିଲେ ।

ଏହି ବିବାହରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ମୋହନ ସାହୁ ବର ପିତା ଓ ଶିକ୍ଷକ ଭଗବାନ ସେଠୀ କନ୍ୟା ପିତା ଭାବେ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ସଙ୍ଗରୋଧ କେନ୍ଦ୍ରରେ ଆୟୋଜିତ ବିବାହ ଉତ୍ସବର ଏକ ଦୃଶ୍ୟ


ସୌରଭ ଅହମଦାବାଦରେ ଏକ ପ୍ଲାଷ୍ଟିକ କମ୍ପାନୀରେ କାର୍ଯ୍ୟ କରୁଥିଲା । ଉଭୟେ ଘରୁ ପଳାଇଯିବା ପରେ ଅହମଦାବାଦରେ ଏକ ଭଡ଼ା ଘରେ ରହୁଥିଲେ । ହେଲେ ସେମାନଙ୍କ ପାଇଁ ବିପଦ ସାଜିଲା କରୋନା । ସେଠାରେ କମ୍ପାନୀ ବନ୍ଦ ହୋଇଯାଇଥିବାରୁ କିଭଳି ଘରକୁ ଫେରିବେ ତାକୁ ନେଇ ଚିନ୍ତାରେ ଥିଲେ । ସାଙ୍ଗରେ ଥିବା ପ୍ରେମିକା ପିଙ୍କିରାଣୀକୁ ନେଇ ମଧ୍ୟ ଚିନ୍ତା ବଢିଯାଇଥିଲା ।

ସେମାନେ କୌଣସି ମତେ ପ୍ରବାସୀ ଶ୍ରମିକ ଫେରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନାରେ ନିମାପଡ଼ା ଫେରିବାରେ ସମର୍ଥ ହୋଇଥିଲେ । ପଞ୍ଜୀକରଣ କରାଇ ନିମାପଡ଼ାର ଶଗଡ଼ା ପଞ୍ଚାୟତରେ ଥିବା ଶ୍ରୀମୁଖ ଜୟଦୁର୍ଗା କଲ୍ୟାଣ ମଣ୍ଡପରେ କ୍ୱାରାଣ୍ଟାଇନରେ ରହିଥିଲେ ।

‘‘ଏହି ପ୍ରେମୀ ଯୁଗଳ ଜାନୁଆରୀ ମାସରୁ ଫେରାର ହୋଇଯାଇଥିଲେ । ଆଉ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଫେରୁଥିବାରୁ ସେମାନେ ମେ ୧୦ରେ ନିମାପଡାରେ ପହଞ୍ଚିଥିଲେ । ସେମାନଙ୍କୁ କଲ୍ୟାଣ ମଣ୍ଡପରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଚରରେ ୧୪ ଦିନ ରଖାଯାଇଥିଲା । ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ସ୍ୱାବ ଟେଷ୍ଟ ବି କରାଯାଇଥିଲା । ଉଭୟଙ୍କର ରିପୋର୍ଟ ନେଗେଟିଭ ଆସିବାରୁ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଡିସଚାର୍ଜ କରାଯାଇଥିଲା,’’ କହିଛନ୍ତି ଶଗଡ଼ା ସରପଞ୍ଚ ଅମିତା ମଲ୍ଲିକ ।

ଫେରାର ହୋଇଯାଇଥିବାରୁ ଏହି ପ୍ରେମୀ ଯୁଗଳ ବିବାହ କରିପାରି ନ ଥିଲା । ତେଣୁ ଜିଲା ପରିଷଦ ସଭ୍ୟା ସ୍ୱର୍ଣ୍ଣଲତା ପ୍ରଧାନ, ସରପଞ୍ଚ ଅମିତା ପ୍ରଧାନ, ସମିତି ସଭ୍ୟ ଗଗନ ପଲେଇ, ୱାର୍ଡ ସଭ୍ୟ କିଶୋର ବେହେରା, ଅଙ୍ଗନବାଡି କର୍ମୀ ସ୍ନେହଲତା ସେଠୀ ଓ ଆଶା କର୍ମୀ କାବେରୀ ପ୍ରଧାନ ମିଶି ସେମାନଙ୍କର ବିବାହର ବ୍ୟବସ୍ଥା କରାଇଥିଲେ  । ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱରେ ଥିବା ଶିକ୍ଷକ ମୋହନ ସାହୁ ବର ପିତା ଓ ଶିକ୍ଷକ ଭଗବାନ ସେଠୀ କନ୍ୟା ପିତା ଭାବେ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ପନ୍ଦର ଦିନ ସଙ୍ଗରୋଧରେ ରହିବା ପରେ ସେହି ସଙ୍ଗରୋଧ କେନ୍ଦ୍ରରେ ବିବାହ କରି ଘରକୁ ଫେରିଥିବାରୁ ନିଜେ ବହୁତ ଖୁସି ବୋଲି କହିଛନ୍ତି ନବ ବଧୁ ସାଜିଥିବା ଯୁବତୀ ପିଙ୍କିରାଣୀ ଦାସ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 7:56 PM IST
corona virus btn
corona virus btn
Loading