କରୋନା କଟକଣା ଭିତରେ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ; ନା ଫୁଟୁଛି ବାଣ, ନା ବାଜୁଛି ବାଜା

ମଧ୍ୟରାତ୍ରିରେ ହେବ ଦେବଦମ୍ପତିଙ୍କ ବିବାହ । ଗୁରୁବାର ଦିନ ମହାପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ରହିବେ । ସକାଳଧୂପ ଓ ବଦଶୃଙ୍ଗାର ବେଶ ପୂଜା କରାଯିବ।

କରୋନା କଟକଣା ଭିତରେ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ; ନା ଫୁଟୁଛି ବାଣ, ନା ବାଜୁଛି ବାଜା
ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେବଦମ୍ପତିଙ୍କ ବିବାହ ଉତ୍ସବ ବା ଶୀତଳଷଷ୍ଠୀ କଟକଣା ଭିତରେ ସମ୍ପନ୍ନ ହେବ । ଲିଙ୍ଗରାଜ ମନ୍ଦିର ପ୍ରଶାସନର କଟକଣା ଅନୁଯାୟୀ ମୋଟ ସାତ ଜଣ ସେବାୟତଙ୍କ ଉପସ୍ଥିତିରେ ହେବ ଶିବବିବାହ । ସାମାଜିକ ଦୂରତା ରଖିବା ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ ଲକ୍ଷଣ ଥିଲେ ଏହି କାର୍ଯ୍ୟରେ ସେବାୟତମାନେ ସାମିଲ ହୋଇପାରିବେନି ।

ପ୍ରଭୁ ଲିଙ୍ଗରାଜଙ୍କ ଏହି ଦୁଇ ପର୍ବ – ଅଶୋକାଷ୍ଟମୀରେ ରୁକୁଣା ରଥଯାତ୍ରା ଓ ଅକ୍ଷୟ ତୃତୀୟାରେ ଚନ୍ଦନ ଯାତ୍ରା – କରୋନା କଟକଣା ପାଇଁ ବନ୍ଦ ରହିଥିଲା । ଭାଙ୍ଗିଥିଲା ପରମ୍ପରା । ହେଲେ କଟକଣା କୋହଳ ହେବା ପରେ ଶୀତଳଷଷ୍ଠୀ ପାଇଁ ମିଳିଛି ଅନୁମତି । ଆଜି ମଧ୍ୟରାତ୍ରିରେ ହେବ ଦେବଦମ୍ପତିଙ୍କ ବିବାହ । ସନ୍ଧ୍ୟା ଧୂପ ପରେ ପାଲିଙ୍କିରେ ବିଜେ କରିବେ ଶ୍ରୀଜୀଉ। ପରେ ବଦଶୃଙ୍ଗାର ବେଶ କରାଯିବ । ରାତି ୧୧ଟାରୁ ସାଢ଼େ ୧୧ଟା ଭିତରେ ଆରମ୍ଭ ହେବ ଯାତ୍ରା । ମନ୍ଦିର ଭିତରୁ ବାହାରି ବିବାହ ଉତ୍ସବ ପାଇଁ ଅଗ୍ରସର ହେବେ ଶ୍ରୀଜୀଉ। ସାଥିରେ ଯିବେ ମାତା ପାର୍ବତୀ ଓ ଅନନ୍ତ ବାସୁଦେବ।

‘‘ମହାଦେବଙ୍କ ବରାଯାତ୍ରୀରେ ସାମିଲ ହୋଇଥାନ୍ତି ଶତାଧିକ ଶ୍ରଦ୍ଧାଳୁ। ବାଜା ବାଣ ରୋଷଣୀରେ ଦୁଲୁକି ଉଠେ ପୂରା ପରିବେଶ। ହେଲେ ଏଥର କଟକଣା ପାଇଁ ନା ଫୁଟିବ ବାଣ, ନା ବାଜିବ ବାଜା । ସୀମିତ ସଂଖ୍ୟକ ସେବାୟତରେ ସମ୍ପନ୍ନ ହେବ ଦେବବିବାହ । ତେବେ ନିରାଡ଼ମ୍ବରରେ ହେଉ ପଛେ, ପରମ୍ପରା ବଜାୟ ରଖିବାକୁ ଅନୁମତି ମିଳିଛି। ସେଥି ପାଇଁ ଆମେ ବହୁତ ଖୁସି,’’ କହିଛନ୍ତି ସେବାୟତ ରାଜକିଶୋର ମହାପାତ୍ର।

ମୋଟ ସାତ ଜଣ ସେବାୟତଙ୍କ ଉପସ୍ଥିତିରେ ହେବ ଶିବବିବାହ ।


ଆପଟ ସେବାୟତ ମହାଦେବଙ୍କ ପାଲିଙ୍କି କାନ୍ଧେଇ ନେବେ ଓ ସମର୍ଥ ସେବାୟତ ଘଣ୍ଟା ବଜାଇବେ । ବିବାହ ଉତ୍ସବରେ ରହିବେ ପୂଜାପଣ୍ଡା, ପାଳିଆ ବଡୁ ଓ ପତ୍ରି ସେବାୟତ। ପ୍ରଭୁଙ୍କ ଆଗେ ଆଗେ ଯିବେ ବଡୁ ସେବାୟତ। କେଦାରଗୌରୀ ମନ୍ଦିର ପହଞ୍ଚିବା ବେଳେ ବରଙ୍କୁ ବାଟବରଣୀ କରିବାକୁ ପ୍ରସ୍ତୁତ ଥିବେ ସେବାୟତ।

‘‘ବିଧି ଅନୁସାରେ ସୁସ୍ୱାଦୁ ମିଷ୍ଠାନ୍ନ ଓ ଥଣ୍ଡା ପାନୀୟ ଦେଇ ମହାଦେବଙ୍କୁ ସ୍ୱାଗତ କରାଯିବ । ରାତି ୧୨ଟା ୪୫ରେ ହେବ ପାଣିଗ୍ରହଣ । ପ୍ରଥମ ବରଣ, ଦ୍ଵିତୀୟ ବରଣ ଓ ତୃତୀୟ ବରଣ ଭଳି ନୀତି ଅନୁଯାୟୀ ବିବାହ ଉତ୍ସବ ସମ୍ପନ୍ନ ହେବ,’’ କହିଛନ୍ତି କେଦାରଗୌରୀ ମନ୍ଦିରର ସେବାୟତ ମିହିର କୁମାର ମହାପାତ୍ର।

ଗୁରୁବାର ଦିନ ମହାପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ରହିବେ । ସକାଳଧୂପ ଓ ବଦଶୃଙ୍ଗାର ବେଶ ପୂଜା କରାଯିବ। ଫେରିବା ବେଳେ ପରମ୍ପରା ଅନୁଯାୟୀ ଗୋସାଗରେଶ୍ୱର ଛକରେ ଇନ୍ଦ୍ରହାତୀ ରହିବେ। ନଡ଼ାରେ ପ୍ରସ୍ତୁତ ହେବ ଇନ୍ଦ୍ରହାତୀ। ହାତୀ ଉପରେ ବସିବେ ରାଜା । ଆଉ ପ୍ରଭୁଙ୍କୁ ପାଛୋଟି ନେବେ ମନ୍ଦିର ଭିତରକୁ।

‘‘ବର୍ଷକରେ ଥରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ହୁଏ ଏକାମ୍ର କ୍ଷେତ୍ର । ମହାଦେବଙ୍କ ବରାଯାତ୍ରୀ ଦଳରେ ସାମିଲ ହେଇ ଧନ୍ୟ ମନେ ହୁଏ । ପୁଣି ଅଷ୍ଟପ୍ରହର ଓ ନାମଯଜ୍ଞରେ ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୁଏ। ହେଲେ ଏଥର ଆମେ ଦେବବିବାହରେ ସାମିଲ ହେବାର ସୁଯୋଗ ପାଇଲୁନି। କଟକଣା ପାଇଁ କେବଳ ସୀମିତ ସେବାୟତ ସାମିଲ ହେବେ। ଯାହା ମହାପ୍ରଭୁଙ୍କ ଇଚ୍ଛା,’’ ଦୁଃଖର ସହ କହିଛନ୍ତି ଏକାମ୍ର କ୍ଷେତ୍ର ବାସିନ୍ଦା ସରୋଜ ।

‘‘ଯାତ୍ରାପୂଜାରେ ସାମିଲ ହେବା ପୂର୍ବରୁ ସେବୟତଙ୍କର ଥର୍ମାଲ ସ୍କାନିଂ କରାଯିବ। କୋଭିଡ-୧୯ ଲକ୍ଷଣ ଥିଲେ ଏହି କାର୍ଯ୍ୟରେ ସାମିଲ ହୋଇ ପାରିବେନି ସେବାୟତ,’’ କହିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ । ଶାନ୍ତିଶୃଙ୍ଖଳାର ସହ ଯାତ୍ରାପୂଜା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 10:02 PM IST
corona virus btn
corona virus btn
Loading