ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା; ୧୦୮ ଗରା ଜଳରେ ସ୍ନାନ ପରେ ଗଜାନନ ବେଶ ହେଲେ

ଇତିହାସରେ ଏହା ଥିଲା ନିଆରା ସ୍ନାନ ଯାତ୍ରା । ପୂରା ବଡ଼ଦାଣ୍ଡରେ ଲାଗୁ ହୋଇଥିଲା ୧୪୪ ଧାରା । ଭକ୍ତଙ୍କ ଦର୍ଶନ ଉପରେ କଡ଼ା କଟକଣା ଥିବାରୁ ବଡ଼ଦାଣ୍ଡରେ ଗହଳି ନ ଥିଲା । ଭକ୍ତ ଓ ଭଗବାନଙ୍କ ମଝିରେ ଛିଡାହୋଇଥିଲା କରୋନା ଭୂତାଣୁ ।

ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା; ୧୦୮ ଗରା ଜଳରେ ସ୍ନାନ ପରେ ଗଜାନନ ବେଶ ହେଲେ
ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀ ବେଶ ହୋଇଥିଲେ । ଏବେ ଧଳା ଓ କଳା ହାତୀ ବେଶରେ ଶ୍ରୀଜିଉ ଦର୍ଶନ ଦେଉଛନ୍ତି ।

ପ୍ରତି ବର୍ଷ ସ୍ନାନ ଯାତ୍ରାରେ ଯେଉଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହୁଥିଲା, ଆଜି ସେହି ବଡ଼ଦାଣ୍ଡ ପୂରା ଖାଁ ଖାଁ ଥିଲା । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସମ୍ପନ୍ନ କରାଯାଇଥିଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ନାନ ଯାତ୍ରା ପାଇଁ ପୂରା ବଡ଼ଦାଣ୍ଡରେ ଲାଗୁ ହୋଇଥିଲା ୧୪୪ ଧାରା । ଭକ୍ତଙ୍କ ଦର୍ଶନ ଉପରେ କଡ଼ା କଟକଣା ଥିବାରୁ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଗହଳି ଲାଗି ନ ଥିଲା । ଇତିହାସରେ ଏହା ହେଉଛି ନିଆରା ସ୍ନାନଯାତ୍ରା । ଭକ୍ତ ଓ ଭଗବାନଙ୍କ ମଝିରେ ଛିଡାହୋଇଗଲା କରୋନା ଭୂତାଣୁ ।

ସ୍ନାନ ଯାତ୍ରାରେ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଥିଲେ । ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଭାଇ ବଳଭଦ୍ର ଓ ତା’ପରେ ମା’ ସୁଭଦ୍ରା ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ଆଉ ଶେଷରେ ବିଜେ କରିଥିଲେ କାଳିଆ ଠାକୁର । ଆଜି ଠାରୁ ୧୫ ଦିନ ଦିନ ପାଇଁ ଅଣସର ଘରେ ରହିବେ ଶ୍ରୀଜିଉ । ଅଣସର ସମୟରେ ମହାପ୍ରଭୁଙ୍କ ସେବା କରିବେ ଦଇତାପତି ସେବକ ।

ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ପାଇଁ ପ୍ରସ୍ତୁତ ହୋଇ ରହିଛି ୧୦୮ ଗରା ସୁବାସିତ ଜଳ ।


ମହାପ୍ରଭୁଙ୍କ ହାତୀ ବେଶ ରାଘବଦାଶ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଗଜାନନ ବେଶରେ ମହାପ୍ରଭୁଙ୍କୁ ଭୋଗ ଲାଗି ହୋଇଛି । ଆଜି ଦିନରେ ଏହି ଗୋଟିଏ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ । ଗଜାନନ ବେଶ ସରିବା ପରେ ଅନ୍ୟାନ୍ୟ ନୀତି କରା ଯାଉଛି । ସନ୍ଧ୍ୟା ପୂର୍ବରୁ ମହାପ୍ରଭୁଙ୍କ ବେଶ ଓଲାଗି ଓ ପହଣ୍ଡି କରାଯାଇଛି ।

ଏ ଥର ସ୍ନାନ ମଣ୍ଡପକୁ ଛେରାପହଁରା କରିବାକୁ ଆସିଲେ ନାହିଁ ଗଜପତି ମହାରାଜ । ତାଙ୍କ ପ୍ରତିନିଧି ଭାବେ ଛେରାପହଁରା କରିଛନ୍ତି ମୁଦିରସ୍ତ ।

କରୋନା କଟକଣା ପାଇଁ ସୀମିତ ସେବାୟତଙ୍କୁ ନେଇ ଏଥର ସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ମୋଟ ୩୮ ପ୍ଲାଟୁନ୍ ଫୋର୍ସ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 6:48 PM IST
corona virus btn
corona virus btn
Loading