ଏ ଥର ବିନା ଭକ୍ତରେ ହେବ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା; ସେବାୟତମାନେ ସାମାଜିକ ଦୂରତା ମାନିବେ

୨୧ ଦିନ ଯାକ ବିମାନରେ ବସି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାମାନେ ଶ୍ରୀମନ୍ଦିରରୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଚାପ ବା ଜଳକ୍ରୀଡ଼ା କରିବେ ।

ଏ ଥର ବିନା ଭକ୍ତରେ ହେବ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା; ସେବାୟତମାନେ ସାମାଜିକ ଦୂରତା ମାନିବେ
ପୁରୀର ଶ୍ରୀମନ୍ଦିର
  • News18 Odia
  • Last Updated: April 18, 2020, 2:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସାରା ଦେଶ ସମେତ ରାଜ୍ୟରେ କରୋନା ଭାଇରସର ପ୍ରକୋପ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍‌ ଯୋଗୁଁ ଯାହା କେବେ ହୋଇ ନ ଥିଲା ତାହା ଏବେ ହେବ । ଏଥର ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ।

ଆସନ୍ତା ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା । ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟାଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ହେଲେ କରୋନା ଲକଡାଉନକୁ ନେଇ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରାଶାସନିକ କାର୍ଯ୍ୟାଳୟରେ ହୋଇଛି ଆଲୋଚନା । ଏଥିରେ ସ୍ଥିର ହୋଇଛି ଯେ ଏଥର ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।

ସେବାୟତମାନେ ସାମାଜିକ ଦୂରତ୍ୱ ରକ୍ଷା କରି କିଭଳି ନୀତି ସମ୍ପାଦିତ କରିବେ ଶ୍ରୀମନ୍ଦିରର ନୀତି ପ୍ରଶାସକ ଏ ନେଇ ମହାଜନ ସେବାୟତ ଓ ସିଂହାରୀ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ୨୧ ଦିନ ଯାକ ବିମାନରେ ବସି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାମାନେ ଶ୍ରୀମନ୍ଦିରରୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଚାପ ବା ଜଳକ୍ରୀଡ଼ା କରିବେ । ତେଣୁ ଯେଉଁ ସେବାୟତଙ୍କର ଯେଉଁ ନୀତି ରହିଛି ତାହାକୁ ସାମାଜିକ ଦୂରତ୍ୱ ରଖି କରିବା ସହ ଆବଶ୍ୟକ ପଡିଲେ ସେବାୟତଙ୍କ ସଂଖ୍ୟା ବି କମ୍‌ କରାଯିବ ବୋଲି ସ୍ଥିର ହୋଇଛି  ।

ଚାପକୁ ବିଜେ କରିବା ବେଳେ କେବଳ ସମ୍ପୃକ୍ତ ପାଳିଆ ସେବାୟତଙ୍କୁ ଛାଡି କେହି ଚାପ ଉପରେ ରହିବେ ନାହିଁ  । ମୁହଁରେ ମାସ୍କ ବ୍ୟବହାର ନେଇ ସେବାୟତମାନେ ଗାମୁଛା ବ୍ୟବହାର କରିବେ ବୋଲି କହିଛନ୍ତି  । ସେପଟେ ଚନ୍ଦନ ଯାତ୍ରା, ସ୍ନାନପୁର୍ଣିମା ଓ ରଥ ଯାତ୍ରା ବିନା ବାଧାରେ କରିବା ନେଇ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କୁ ଇ-ମେଲ ମାଧ୍ୟମରେ ଅବଗତ କରାଇଛନ୍ତି ।
First published: April 18, 2020, 2:03 PM IST
corona virus btn
corona virus btn
Loading