୩୦ ନଭେମ୍ବର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍; ଗୃହ ମନ୍ତ୍ରଣାଳୟ ଜାରି କଲେ ନିର୍ଦ୍ଦେଶାବଳୀ

Ministry of Home Affairs Extend Guidelines For lockdown: ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କଣ୍ଟେଣ୍ଟମେଣ୍ଟ ଜୋନ୍ ଥିବା ଅଞ୍ଚଳରେ ଲକଡାଉନ୍ ଆସନ୍ତା ୩୦ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ ।

୩୦ ନଭେମ୍ବର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍; ଗୃହ ମନ୍ତ୍ରଣାଳୟ ଜାରି କଲେ ନିର୍ଦ୍ଦେଶାବଳୀ
୩୦ ନଭେମ୍ବର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍
  • News18 Odia
  • Last Updated: October 27, 2020, 8:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ:କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲାଗିଥିବା ଲକଡାଉନ୍କୁ (lockdown) ନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରଣାଳୟର (Home Ministry) ନୂତନ ନିଷ୍ପତ୍ତି ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ୩୦ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ । ଏହା ବ୍ୟତୀତ ରାଜ୍ୟ ଭିତରେ ତଥା ବାହାରେ ପରିବହନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆହୁରି ମଧ୍ୟ ଲଗେଜ୍ କିମ୍ବା ବ୍ୟକ୍ତିଙ୍କ ଯାତ୍ରା ପାଇଁ କୌଣସି ଅନୁମତି ନେବା ଆବଶ୍ୟକ ନାହିଁ ।

ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା
କିଛି ସମୟ ପୂର୍ବରୁ ଦେଶରେ କରୋନା ଭୂତାଣୁ ଅନିୟନ୍ତ୍ରିତ ଦେଖାଯାଉଥିଲା । ପ୍ରତିଦିନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିଲା । ତେବେ ସେପ୍ଟେମ୍ବରର ତୃତୀୟ ସପ୍ତାହରୁ ମାମଲା ସଂଖ୍ୟା ହ୍ରାସ ପାଇଛି । ୨୬ ଅକ୍ଟୋବରରେ ଭାରତରେ କରୋନା ସଂକ୍ରମଣ ୭୯,୧୧,୧୦୪ ମାମଲା ଥିଲା । ସେଥିମଧ୍ୟରୁ ସକ୍ରିୟ ମାମଲା ସଂଖ୍ୟା ୬,୫୫,୯୩୫ ଥିଲା । ସୁସ୍ଥ ହାର ଦେଖିବାକୁ ଗଲେ ମୋଟ ସଂକ୍ରମିତ ଲୋକଙ୍କ ୯୦.୧୮ ପ୍ରତିଶତ ଆରୋଗ୍ୟ ଲାଭ କରିଥିଲେ । ତେବେ ସର୍ବାଧିକ ମୃତ୍ୟୁ ଦୃଷ୍ଟିରୁ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ଦେଶ ଅଟେ । ୱାର୍ଲ୍ଡୋମିଟର ଅନୁଯାୟୀ ମଙ୍ଗଳବାର ସକାଳ ୧୦.୫୩ ପର୍ଯ୍ୟନ୍ତ ଭାରତରେ ମୃତ୍ୟୁ ସଂଖ୍ୟା ୧,୧୯,୫୩୫ ଥିଲା । ତେବେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୯,୪୬,୪୨୯ ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼

କେବଳ ୫ଟି ରାଜ୍ୟରେ ୫୮ ପ୍ରତିଶତ ନୂତନ ମୃତ୍ୟୁ ଘଟିଛି
ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଗତ ପାଞ୍ଚ ସପ୍ତାହ ମଧ୍ୟରେ ହାରାହାରି କରୋନା ଭାଇରସ୍ ରୋଗ କ୍ରମାଗତ ଭାବେ ହ୍ରାସ ପାଉଛି । ସେ କହିଛନ୍ତି ଯେ ଭାରତର ସୁସ୍ଥ ହାର ୯୦.୬୨ ପ୍ରତିଶତ ଓ ଏହାର ସ୍ଥିର ବୃଦ୍ଧି ଏକ ଭଲ ସଙ୍କେତ । ଏକ ସାମ୍ବାଦିକ ସମ୍ମିଳନୀରେ ଭୂଷଣ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ ଓ କର୍ଣ୍ଣାଟକରେ କେବଳ ୫୮ ପ୍ରତିଶତ ନୂଆ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁବଲାଙ୍ଗିର: ସ୍କୁଟିରେ ଆସିଲେ ଦୁଇ ଭଉଣୀ, ପୋଲ ଉପରୁ ନଦୀ ଭିତରକୁ ଡେଇଁ  ପଡ଼ିଲେ; ର ଦିନ ମୃତ ଦେହ ମିଳିଲା



ସେ କହିଛନ୍ତି ଯେ ଏହି ପର୍ବ ଯୋଗୁଁ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଦିଲ୍ଲୀରେ ମାମଲା ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ୧ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ସୁସ୍ଥ ପାଇବାକୁ ଆମକୁ ୫୭ ଦିନ ସମୟ ଲାଗିଛି କିନ୍ତୁ ନିକଟରେ ନୂତନ ୧୦ ଲକ୍ଷ ସୁସ୍ଥ କେବଳ ୧୩ ଦିନ ମଧ୍ୟରେ ପୂରା ହୋଇଛି ।
Published by: Jagdish Barik
First published: October 27, 2020, 8:56 PM IST
corona virus btn
corona virus btn
Loading