ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଦୋକାନ ଖୋଲିବା କଟକଣା କୋହଳ ହେଲା, ହେଲେ ଅନେକ ବ୍ୟବସାୟୀ ଦ୍ୱନ୍ଦ୍ୱରେ

ଦୋକାନ ଖୋଲିବା କଟକଣା କୋହଳ ହେଲା, ହେଲେ ଅନେକ ବ୍ୟବସାୟୀ ଦ୍ୱନ୍ଦ୍ୱରେ

ଦୋକାନ ଉପରୁ କଟକଣା କୋହଳ ହେବା ସତ୍ତ୍ୱେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ଦୋକାନ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ସରକାରୀ ନିଷ୍ପତ୍ତି ବାବଦରେ ଅନେକ ବ୍ୟବସାୟୀ ଏ ପର୍ଯ୍ୟନ୍ତ ଅଜ୍ଞ ଅଛନ୍ତି ।

ଦୋକାନ ଖୋଲିବା କଟକଣା କୋହଳ ହେଲା, ହେଲେ ଅନେକ ବ୍ୟବସାୟୀ ଦ୍ୱନ୍ଦ୍ୱରେ
ଭୁବନେଶ୍ୱରରେ ଖୋଲିଥିବା ଏକ ଦୋକାନ
  • News18 Odia
  • Last Updated: April 28, 2020, 3:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଥମ ପର୍ଯାୟରେ ବହି ଦୋକାନ ଓ ଫ୍ୟାନ ଦୋକାନ ଉପରୁ କଟକଣା ହଟିବା ପରେ ସପିଂ ମଲ ଓ ବଡ଼ ବଡ଼ ସପିଂ କମ୍ପ୍ଲେକ୍ ସକୁ ବାଦ ଦେଇ ଅନ୍ୟ ଦୋକାନଗୁଡିକୁ ଖୋଲିବା ପାଇଁ ରାଜ୍ୟ  ସରକାର ଅନୁମତି ପ୍ରଦାନ କରିଛନ୍ତି । କେଦ୍ରର ନିଷ୍ପତ୍ତିକୁ ରାଜ୍ୟ ଅନୁସରଣ କରିଥିବାରୁ ଏ ଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଡ଼ିଶା ବ୍ୟବସାୟୀ ମହାସଙ୍ଘ । ହେଲେ ଏହି କଟକଣା କୋହଳ ନିଷ୍ପତ୍ତି ବାବଦରେ ଅନେକ ବ୍ୟବସାୟୀ ଦ୍ବନ୍ଦ୍ୱରେ ଥିବାରୁ ଭୁବନେଶ୍ୱର ସମେତ ଏକାଧିକ ସହରରେ ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳୁଛି ।

ଗତ ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଏକାଧିକ ସାମଗ୍ରୀ ବିକ୍ରୀ ଦୋକାନକୁ କଟକଣା କୋହଳ କରିଥିବା ବେଳେ ଏହାର ଅନୁସରଣ କରି ରାଜ୍ୟ ସରକାର ଶନିବାର ଅନୁରୂପ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତି ଅନୁସାରେ ରାଜ୍ୟର ସମସ୍ତ ମହାନଗର ନିଗମ ଓ ମ୍ୟୁନସିପାଲଟି ଆଦି ଅଞ୍ଚଳରେ ଖୋଲା ରହିବ ପଞ୍ଜୀକୃତ ଦୋକାନ । ତେବେ ପଞ୍ଜିକରଣ ହୋଇଥବା ଦୋକାନ ଭିତରୁ ବାଦ ହେବେ ସପିଂ ମଲ ଓ ସପିଂ କମ୍ପ୍ଲେକ୍ସ ଆଦି ଅଧିକ ଗହଳି ହେଉଥିବା ସ୍ଥାନ । କେବଳ ପଞ୍ଜିକୃତ ଦୋକାନୀମାନେ ଦୋକାନ ଖୋଲିବାକୁ ଅନୁମତି ପାଇଛନ୍ତି । ସେମାନେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ଦୋକାନର କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଖୋଲା ରହୁଥିବା ଦୋକାନଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ  ନେଇ ଚାଲିବ । ତେବେ ଦୋକାନ ଖୋଲିବା ବାବଦରେ ଚୂଡାନ୍ତ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ ।

ରାଜ୍ୟ ବ୍ୟବସାୟୀ ମହାସଙ୍ଘ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି । ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି: ‘‘ଏହା ଦ୍ବାରା ରାଜ୍ୟରେ କେବଳ ପଞ୍ଜିକୃତ ୫ ଲକ୍ଷରୁ ଅଧିକ ବ୍ୟବସାୟୀ ଉପକୃତ ହେବେ । ମୋଟ ଉପରେ ଦେଖିବାକୁ ଗଲେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଛୋଟ ବଡ଼ ବ୍ୟବସାୟୀ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ । ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଅନୁରୋଧ କରିଥିଲୁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ମାନିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି ।’’

ଦୋକାନ ଉପରୁ କଟକଣା କୋହଳ ସତ୍ତ୍ୱେ ରାଜଧାନୀ ଭୁବନେଶ୍ବର ସମେତ ଅନେକ ସ୍ଥାନରେ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ଦୋକାନ ଖୋଲିବା ନିଷ୍ପତ୍ତି ବାବଦରେ ଅନେକ ବ୍ୟବସାୟୀ ଏ ପର୍ଯ୍ୟନ୍ତ ଅଜ୍ଞ ଅଛନ୍ତି । ଅନେକ ମଧ୍ୟ କାର୍ଯ୍ୟାନୁଷ୍ଠାନ ଭୟରେ ଦୋକାନ ଖୋଲି ନ ଥିବା କହିଛନ୍ତି । ରାଜଧାନୀ ବାସିନ୍ଦା ବ୍ୟବସାୟୀ ପ୍ରଶାନ୍ତ ସ୍ୱାଇଁ କହିଛନ୍ତି: ‘‘ସରକାରୀ ନିଷ୍ପତ୍ତିକୁ ନେଇ ବ୍ୟବସାୟୀ ଅଡୁଆରେ । କଣ କରିବେ ସେମାନେ ଜାଣି ପାରୁନାହାନ୍ତି ।’’

ରାଜଧାନୀ ବାସିନ୍ଦା ପ୍ରୟାଗ ଚନ୍ଦ୍ର ସ୍ବାଇଁ କହିଛନ୍ତି: ‘‘ସରକାରୀ ନିଷ୍ପତ୍ତି ସ୍ପଷ୍ଟ ହେବା ଦରକାର । ଦୋକାନଗୁଡ଼ିକୁ କଟକଣା ମୁକ୍ତ କରାଗଲେ ମଧ୍ୟ ଲୋକଙ୍କ ଦୋକାନ ଯିବା ଉପରେ କଟକଣା ଥିବାରୁ ତାହାକୁ ମଧ୍ୟ ଦିନରେ କିଛି ସମୟ ପାଇଁ କୋହଳ କରାଯିବା ଉଚିତ ।’’
First published: April 28, 2020, 3:41 PM IST