ସରୁଛି ସକଡାଉନ୍ ଅବଧି; ଅନଲକ୍ ହେବ ନା କୋହଳ ହେବ କଟକଣା? ଆଜି ଆସିବ ନୂଆ ଗାଇଡଲାଇନ୍

ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିଲେ ବି କଟକଣାଗୁଡ଼ିକ ଆହୁରି କୋହଳ ହୋଇପାରେ ବୋଲି ସଙ୍କେତ ମିଳୁଛି । ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଯଦିଓ ରାଜ୍ୟରେ ସଂକ୍ରମଣ କମିଛି, ତାହା ପୁଣି ବଢ଼ିବାର ଆଶଙ୍କା କମି ନାହିଁ।

ସରୁଛି ସକଡାଉନ୍ ଅବଧି; ଅନଲକ୍ ହେବ ନା କୋହଳ ହେବ କଟକଣା? ଆଜି ଆସିବ ନୂଆ ଗାଇଡଲାଇନ୍
ଲକଡାଉନ୍ ସମୟରେ ଭୁବନେଶ୍ୱରରେ ଜଣେ ବାଇକ୍ ଚାଳକଙ୍କ ଠାରୁ ଫାଇନ୍ ଆଦାୟ ହେଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜୁଲାଇ ୧ ସକାଳ ୫ଟାରେ ରାଜ୍ୟର ଏହି ବର୍ଷର ଚତୁର୍ଥ ଲକଡାଉନର ଅବଧି ସରୁଥିବାରୁ ତା’ ଦିନକ ପୂର୍ବରୁ ସରକାର ନୂଆ ଗାଇଡ଼ଲାଇନ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଛି । ଏହି ନୂଆ ଗାଇଡ଼ଲାଇନରେ କେଉଁ କଟକଣା ରହିବ ଓ କ’ଣ କୋହଳ ହେବ ତାକୁ ଚାହିଁ ବସିଛନ୍ତି ରାଜ୍ୟବାସୀ । ରାଜ୍ୟ ସରକାର ଅନଲକ୍‌ କରିବେ ନା ପୂର୍ବ ଭଳି ଆଂଶିକ ଲକଡାଉନ୍‌ ଜାରି ରଖିବେ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ରାଜ୍ୟରେ ଆଂଶିକ ଲକଡାଉନ୍‌ ଜାରି ରହିଲେ କଟକଣାଗୁଡ଼ିକ ଆହୁରି କୋହଳ ହୋଇପାରେ ବୋଲି ସଙ୍କେତ ମିଳୁଛି । ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଯଦିଓ ରାଜ୍ୟରେ ସଂକ୍ରମଣ କମିଛି, ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା କମି ନାହିଁ । ତେଣୁ ସମସ୍ତେ ସଚେତନ ରହିବା ଉଚିତ ବୋଲି ସେ କହିଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କିନ୍ତୁ ଲକଡାଉନ୍‌ ଜାରି ରହିବା ସପକ୍ଷରେ ମତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ରାଜ୍ୟରେ ଏ ବର୍ଷ ଏ ପର୍ଯ୍ୟନ୍ତ ଚାରିଟି ପର୍ଯ୍ୟାୟରେ ଲକଡାଉନ୍‌ ଜାରି ହୋଇସାରିଛି – ମେ ମାସ ୫ ତାରିରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍‌ ୧ ଦ୍ବିତୀୟ ପର୍ଯ୍ୟାୟ, ଜୁନ୍‌ ୧ରୁ ୧୭ ପର୍ଯ୍ୟନ୍ତ ତୄତୀୟ ପର୍ଯ୍ୟାୟ, ଓ ଜୁନ୍‌ ୧୭ରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍‌ । ମିଳିଥିବା ସୂଚନା ଅନୁସାରେ ଜୁଲାଇ ୧ତାରିଖ ପରେ ଆଂଶିକ ଲକଡାଉନ୍‌ ବଳବତ୍ତର ରହିପାରେ । ‘ବି’ କ୍ୟାଟେଗରୀ ଜିଲ୍ଲାଗୁଡ଼ିକ ଉପରେ ସରକାରଙ୍କ ସ୍ବତନ୍ତ୍ର ନଜର ରହିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ‘ଏ’ କ୍ୟାଟେଗରୀରେ ଥିବା ଜିଲ୍ଲାଗୁଡି଼କରେ କଟକଣା ଆଧିକ କୋହଳ ହୋଇପାରେ । ‘ବି’ କ୍ୟାଟେଗରୀ ଜିଲ୍ଲାଗୁଡ଼ିକରେ ଆଉ ଦୁଇ ଘଣ୍ଟାର କୋହଳତା ମିଳିପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଡ଼ି କାର୍ ଏତେ ଜୋରରେ ପିଟିଲା ଅଟୋକୁଯାତ୍ରୀର ମୃତ୍ୟୁ; CCTV ଫୁଟେଜରେ ବେଗର ପରିଣତି

ଟେଷ୍ଟ୍‌ ପଜିଟିଭିଟି ରେଟ୍‌ ୫ ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡି଼କରେ ବି କିଛି କଟକଣା କୋହଳ ହୋଇପାରେ ବୋଲି ସଙ୍କେତ ମିଳିଛି । ସାପ୍ତାହିକ ସଟଡାଉନ୍‌ ଓ ରାତ୍ରିକଳୀନ କର୍ଫ୍ୟୁ ଭଳି କଟକଣା ଜାରି ରହିପାରେ । କଟକଣା କୋହଳ ହେବା ସହ ଦୋକାନ ବଜାର ଓ ଏପରିକି ସପିଙ୍ଗ୍‌ ମଲ୍‌ ନିର୍ଦ୍ଦିଷ୍ଟ ସମୟ ଯାଏ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର । ବାକି କଟକଣା ପୂର୍ବ ଭଳି ବଜାୟ ରହିପାରେ ।

ଏହା ବି ପଢ଼ନ୍ତୁ | ‘ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

‘‘ସାମଗ୍ରିକ ଭାବେ ଓଡ଼ିଶାର ସ୍ଥିତିରେ ସୁଧାର ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି, ସଂକ୍ରମଣ ହାର କମିଛି ଓ ଆକ୍ଟିଭ୍‌ କେସ୍‌ ସଂଖ୍ୟା ବି କମିଛି । ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସଂଖ୍ୟା ବି କମିଛି । ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ଏ ପର୍ଯ୍ୟନ୍ତ ଦୂର ହୋଇନି । ତେଣୁ ଲୋକେ ଆଦୌ ଢିଲା ହେବା ଉଚିତ ନୁହେଁ । ସବୁ କଟକଣା ଏବେ ବି ମାନିବାର ଆବଶ୍ୟକତା ରହିଛି । ଆମେ ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିକୁ ଆଉ କିଛି ଦିନ ଚାଲୁ ରଖିବାକୁ ପଡି଼ବ । ଯେଉଁ ପାଞ୍ଚଟି ଜିଲ୍ଲାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଟିକିଏ ଅଧିକ ରହୁଛି ସେଠି ବି କମିବ, ମାତ୍ର ଆମକୁ ଧୈର୍ଯ୍ୟ ଧରି ରହିବାକୁ ପଡ଼ିବ,’’ କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏହା ବି ପଢ଼ନ୍ତୁ | ବେଙ୍ଗଲ୍‌ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ଓ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ

ତିନି ଦିନ ପରେ ରାଜ୍ୟରେ ପୁଣି ୩,୦୦୦ ତଳକୁ ଖସିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ରାଜ୍ୟରେ କରୋନାରେ ଆଉ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ କମୁଥିଲେ ବି ମୄତ୍ୟୁ ସଂଖ୍ୟା କମୁ ନ ଥିବାରୁ ସ୍ଥିତି ଚିନ୍ତାଜନକ ରହିଛି ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

‘‘ଏହି ଲକଡାଉନ୍‌ ଅବଧି ସରିବା ପରେ ବି କଟକଣା ଜାରି ରହିବା ଭଲ । ସବୁ ମାର୍କେଟକୁ ଅଧିକ ସମୟ ଖୋଲାଯାଉ । ଏପରିକି ଜିମ୍‌ ବି ଖୋଲାଯାଉ । କିନ୍ତୁ ପାର୍କ, ମନ୍ଦିର ଓ ରେଷ୍ଟୁରାଣ୍ଟରେ ସାମାଜିକ ଦୂରତା ଅବଲମ୍ବନ ହୋଇ ନ ପାରିବା କାରଣରୁ ତାକୁ ବନ୍ଦ ରଖାଯାଉ,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର ।



ଲକଡାଉନ ଯୋଗୁଁ ଗତ ଦୁଇ ମାସ ଧରି ସାଙ୍ଘାତିକ ଭାବେ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବାରୁ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ସାରା ରାଜ୍ୟର ଲୋକଙ୍କ ନଜର ରହିଛି ।
Published by: Anand ST Das
First published: June 29, 2021, 11:25 PM IST