News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ହାର କମିଥିଲେ ମଧ୍ୟ ରାଜ୍ୟରେ ସରକାର ଲକଡାଉନ୍ ପୂରା ନ ଉଠାଇ ଆସନ୍ତା ୧୪ ଦିନ ପାଇଁ ଆଂଶିକ ଲକଡାଉନ୍ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସରକାରଙ୍କ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ଗୁରୁବାର ସକାଳ ୫ଟା ପରଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ ହେବ । ଏହା ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ବଳବତ୍ତର ରହିବ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଲା; ଅନେକ ଦେଶରେ ପୁଣି ଲକଡାଉନ୍ ଲାଗୁ ହେଲାଆଂଶିକ ଲକଡାଉନ୍ ଘୋଷଣା କରିବା ସହିତ ସରକାର ରାଜ୍ୟର ସବୁ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ପାଞ୍ଚ ପ୍ରତିଶତରୁ କମ୍ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀରେ ରଖାଯାଇଛି । ଏହି ବର୍ଗରେ ଅଛନ୍ତି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲା ।
ଏହା ବି ପଢ଼ନ୍ତୁ | ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ଓ ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା‘ଏ’ ବର୍ଗରେ ଅନ୍ତର୍ଭୁକ୍ତ ୧୭ଟି ଜିଲ୍ଲାରେ କଟକଣା ନିୟମକୁ ଟିକେ ଅଧିକ କୋହଳ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଦୋକାନ ବଜାର ଖୋଲା ରହିବ, କିନ୍ତୁ ମଲ୍, ଜିମ୍, ସେଲୁନ୍ ଓ ସ୍ପା ଆଦି ବନ୍ଦ ରହିବ । ଉଠା ଦୋକାନୀମାନେ ରାସ୍ତା କଡ଼ରେ ଖାଦ୍ୟ ପଦାର୍ଥ ବିକ୍ରି କରିପାରିବେ । ହେଲେ ଲୋକେ ସେଠାରେ ଛିଡ଼ା ହୋଇ ଖାଇପାରିବେ ନାହିଁ । କେବଳ ପାର୍ସଲ କିଣି ଲୋକେ ସେଠାରୁ ନେଇ ନିଜ ଘରେ ଖାଇପାରିବେ ବୋଲି କହିଛନ୍ତି ମୁଖ୍ୟ ସଚିବ।
ଏହା ବି ପଢ଼ନ୍ତୁ | ଜୁ୍ନ୍ ୩୦ ପୂର୍ବରୁ ଆଧାର ଓ PAN କାର୍ଡ଼ ଲିଙ୍କ୍ ନ କଲେ ଜୋରିମାନା ହେବ; କେମିତି କରିବେ ଜାଣନ୍ତୁଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲାଗୁଡ଼ିକୁ ‘ବି’ ବର୍ଗରେ ରଖାଯାଇଛି । ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଲକଡାଉନ୍ କଟକଣାକୁ କୋହଳ କରାଯାଇଛି । ଏ ସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ନିର୍ମାଣ ସାମଗ୍ରୀ ଦୋକାନ ଓ ଇଲେକ୍ଟ୍ରିକାଲ୍ ସାମଗ୍ରୀ ଦୋକାନ ଆଦି ଖୋଲା ରହିବ। ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ବି ଖୋଲା ରହିବ ।
ଏହା ବି ପଢ଼ନ୍ତୁ | OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତି‘‘ଦୁଗ୍ଧ ଚାଷୀମାନଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୬ଟାରୁ ୯ଟା ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ପାର୍କ ବନ୍ଦ ରହିବ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ୍ ପୁର୍ବ ଭଳି ବଳବତ୍ତର ରହିବ । ବିବାହ ଓ ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ୍, ସେଲୁନ୍ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସାରା ରାଜ୍ୟରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରେ କେବଳ ନୀତିକାନ୍ତି ହେବ । ଯାତ୍ରା ଓ ଆଉଟ୍-ଡୋର୍ ଶୂଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ୍ ୫୦% ଷ୍ଟାଫ୍ରେ କାର୍ଯ୍ୟ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEOସେ ଆହୁରି କହିଛନ୍ତି ଯେ ସାଇକେଲ୍ ଓ ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ।
ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ‘‘ଏବେ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ୨୦ଟି ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ ହାର । ରାଜ୍ୟରେ ପଜିଟିଭିଟି ହାର କମୁଛି । ଦେଶ ଓ ରାଜ୍ୟରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ କମୁଛି ।’’
‘‘ସବୁ ଉପଲବ୍ଧ ଡାଟାକୁ ଅଧ୍ୟୟନ କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ । ମୃତ୍ୟୁ ହାର କମୁଛି । ଧୀରେ ଧୀରେ କରୋନା ସଂକ୍ରମଣ କମୁଛି । ଆଶା କରିବା ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କମିଯିବ । ଲୋକେ ସଚେତନ ହେଲେ କରୋନା ନିୟନ୍ତ୍ରଣ ହେବ । ଅନଲକ୍ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡ଼ାକଡି଼ ପାଳନ କରିବାକୁ ହେବ । ଏବେ କମ୍ ରୋଗୀ ଆଇସିୟୁରେ ରହିଛନ୍ତି,’’ କହିଛନ୍ତି ଡି.ଏମ୍.ଇ.ଟି. ଡଃ ସି.ବି.କେ. ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।