News18 Odia Digital
ଭୁବନେଶ୍ୱର: କରୋନା ସଂକ୍ରମଣର ସ୍ଥିତି ସଙ୍ଗୀନ ହୋଇଚାଲିଥିବାରୁ ରାଜ୍ୟ ରାଜଧାନୀରେ ବଦଳିପାରେ ନାଇଟ୍ କାର୍ଫ୍ୟୁର ସମୟ ସୀମା ଓ ଫେରିପାରେ ଲକଡାଉନ୍ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣରେ ରୋକ୍ ଦେବାକୁ ଏଭଳି କିଛି ଯୋଜନା କରୁଛି ବି.ଏମ୍.ସି. । ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି ।
ଭୁବନେଶ୍ୱରରେ ନାଇଟ୍ କାର୍ଫ୍ୟୁର ସମୟ ସୀମା ବଦଳାଇବା ଓ ଲକଡାଉନ୍ ଲାଗୁ କରିବା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ଆସିପାରେ । କରୋନା ପ୍ରତି ଲୋକଙ୍କ ବେପରୁଆ ମନୋବୃତ୍ତି ପାଇଁ କଟକଣା କଡ଼ାକଡି଼ ହେବା ଜରୁରୀ ବୋଲି କହିଛନ୍ତି କୋଭିଡ ସଚେତକ ଓ ବିଶେଷଜ୍ଞମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କୁ ମନେ ପକାଇ ତାଙ୍କ ଝିଅ ଜାହ୍ନବୀ କପୁର ଶେୟାର୍ କଲେ କେତେକ ଅଦେଖା ଫଟୋନୂଆ ନିୟମ ଅନୁସାରେ ଏଣିକି ରାତି ୯ଟା ବଦଳରେ ତା’ର ଢେର୍ ପୂର୍ବରୁ ଲାଗିପାରେ କର୍ଫ୍ୟୁ । ସପ୍ତାହାନ୍ତ ସଟଡାଉନ୍ ବଦଳରେ ପୂରା ସପ୍ତାହେ ସଟଡାଉନ୍ ବି ହୋଇପାରେ । ଏ ଭଳି କିଛି ଯୋଜନା କରୁଛି ବି.ଏମ୍.ସି. । ଏ ନେଇ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଷ ଚଳାଇଛି ବି.ଏମ୍.ସି.।
ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ୩ ଲକ୍ଷ ଟଙ୍କାରୁ ଅଧିକ‘‘ବୁଧବାର ୧,୦୦୦ ଟପିଛି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖିବାକୁ ମିଳିବା ଚିନ୍ତାର କାରଣ ସାଜିଛି । କରୋନାକୁ ନେଇ ଯେମିତି କାହାରି ମନରେ ଭୟ ନାହିଁ । ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ଲୋକେ ଭୁଲିଯାଉଛନ୍ତି । ତେଣୁ ବଢୁଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ନେଇ ନିୟମ କଡ଼ାକଡ଼ି କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି,’’ କହିଛନ୍ତି ବି.ଏମ୍.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।
ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ
ବି.ଏମ୍.ସି. କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷଗତ ସପ୍ତାହକର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ିଚାଲିଛି । ଏପ୍ରିଲ ୨୧ରେ ୪୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ଥିଲା ୩,୫୮୫ । ଏପ୍ରିଲ୍ ୨୨ରେ ପଜିଟିଭ ସଂଖ୍ୟା ୫୯୦ ଓ ଆକ୍ଟିଭ କେସ ୪,୦୩୬ ରହିଥିଲା । ଏପ୍ରିଲ୍ ୨୩ରେ ପଜିଟିଭ୍ ସଂଖ୍ୟା ୬୯୮ ଓ ଆକ୍ଟିଭ୍ କେସ୍ ୪,୪୧୭ ଥିଲା, ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୪ରେ ପଜିଟିଭ ସଂଖ୍ୟା ୭୪୫ ଓ ଆକ୍ଟିଭ କେସ ୪,୭୬୩ ଥିଲା । ଏପ୍ରିଲ ୨୫ରେ ପଜିଟିଭ୍ ସଂଖ୍ୟା ୬୮୩ ଓ ଆକ୍ଟିଭ କେସ୍ ୫,୧୧୩ ଥିଲା, ଆଉ ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୬ରେ ପଜିଟିଭ ସଂଖ୍ୟା ୭୦୮ ଥିଲା ଓ ଆକ୍ଟିଭ କେସ୍ ୫,୪୬୮ ହୋଇଥିବା ବେଳେ ତିନି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୭ରେ ପଜିଟିଭ ସଂଖ୍ୟା ୭୭୩ ଓ ଆକ୍ଟିଭ କେସ ସଂଖ୍ୟା ୫,୮୯୬ ଥିବା ବେଳେ ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ୨୮ ତାରିଖରେ ୧,୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁରାଜଧାନୀର ସ୍ଥିତି ନିୟନ୍ତ୍ରଣ ପାଇଁ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଓ କୋଭିଡ ସଚେତକମାନେ । ‘‘କୋଭିଡର ପ୍ରଥମ ଲହରୀ ସମୟରେ ଲୋକେ ସଚେତନ ଥିଲେ। ନିୟମ ମାନୁଥିଲେ। ହେଲେ ଏ ଥର ଲୋକ ମାନୁ ନାହାନ୍ତି । ହୋମ ଆଇସୋଲେସନରେ ଥିବା ଲୋକେ ବି ବାହାରେ ମନଇଚ୍ଛା ବୁଲୁଛନ୍ତି। ତେଣୁ କଡ଼ା କଟକଣା ହେବ ଦରକାର । ନହେଲେ ପରିସ୍ଥିତି ଅସମ୍ଭାଳ ହେବ,’’ କହିଛନ୍ତି କୋଭିଡ ସଚେତକ ଶେଖ୍ ନିଜାମୁଦ୍ଦିନ୍ ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲାକୋଭିଡ ସଂକ୍ରମଣକୁ ନଜରରେ ରଖି ସିଲିଂ ଓ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେଉଛି ବି.ଏମ୍.ସି. । ଅଧିକ ପଜିଟିଭ ବାହାରୁ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଅନେକ ପଦକ୍ଷେପ ନିଆଯାଉଥିଲେ ବି ଲୋକଙ୍କ ଭିତରେ ସଚେତନତାର ଅଭାବ ଦେଖା ଯାଉଛି । ବିଶେଷ କରି ମାର୍କେଟ ଅଞ୍ଚଳରେ ଲୋକେ ନିୟମ ମାନୁନାହାନ୍ତି । ତେଣୁ ସଂକ୍ରମଣ ରୋକିବାକୁ ହେଲେ ଲୋକଙ୍କୁ ସହଯୋଗ କରିବାକୁ ପଡିବ ବୋଲି କହିଛନ୍ତି ବି.ଏମ୍.ସି. କର୍ତ୍ତୃପକ୍ଷ । ଠିକ୍ ସମୟରେ ଟେଷ୍ଟିଙ୍ଗ କରିବାକୁ ଅନୁରୋଧ କରାଯାଉଥିଲେ ବି ଲକ୍ଷଣ ଥାଇ ଅନେକ ଲୋକ ଟେଷ୍ଟ କରୁ ନ ଥିବା ଦେଖାଯାଉଛି । ଫଳରେ ସ୍ଥିତି ବିଗୁଡୁଛି।
‘‘ବର୍ତ୍ତମାନ ସହରର ବିଭିନ୍ନ କୋଭିଡ ହସ୍ପିଟାଲରେ ମୋଟ ୩,୦୦୦ ବେଡ୍ ରହିଛି । ସେଥିରେ ଏବେ ସୁଦ୍ଧା ୫୦ ପ୍ରତିଶତ ବେଡ଼ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ଆସନ୍ତା ୧୦ ଦିନ ଭିତରେ ଅଧିକ ୩,୦୦୦ ବେଡ଼ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି । ଏବେ ୮୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି । ସେମାନଙ୍କ ପାଖକୁ ମେଡ଼ିକାଲ କିଟ୍ ପଠାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ତଥାପି ଲୋକେ ସଚେତନ ହେବା ଜରୁରୀ,’’ କହିଛନ୍ତି ବି.ଏମ୍.ସି. କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।