News18 Odia Digital
ଭୁବନେଶ୍ୱର: ଲକଡାଉନକୁ ସପ୍ତାହେ ପୂରିଥିଲେ ବି ରାଜ୍ୟରେ ଦୈନିକ ସଂକ୍ରମଣ ୧୦,୦୦୦ ତଳକୁ ଖସିବାର ନାଁ ଧରୁ ନ ଥିବାରୁ ଏବେ ଲକଡାଉନ୍ ଅବଧି ବୄଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି । ଆଇ.ସି.ଏମ୍.ଆର୍.ର ମୁଖ୍ୟ ବଳରାମ ଭାର୍ଗବ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ଲକଡାଉନ୍ ଜାରି ରଖିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ୨୯ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର । ରାଜ୍ୟର ବିଶେଷଜ୍ଞମାନେ ମଧ୍ୟ ଲକଡାଉନ ଅବଧି ବୄଦ୍ଧି କରିବା ସପକ୍ଷରେ ଯୁ୍କ୍ତି ବାଢ଼ିଛନ୍ତି ।
ବର୍ତ୍ତମାନ ଦେଶର ମୋ’ଟ ୭୧୮ଟି ଜିଲ୍ଲାରୁ ୫୨୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଓଡ଼ିଶାର ୩୦ଟି ଜିଲ୍ଲାରୁ ମାଲକାନଗିରିକୁ ଛାଡି଼ ଦେଲେ ବାକି ପ୍ରତ୍ୟେକ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । କଳାହାଣ୍ଡିରେ ସଂକ୍ରମଣ ହାର ୪୬ ପ୍ରତିଶତ ଥିବା ବେଳେ ସମ୍ବଲପୁରରେ ଏହା ୩୮.୪ ପ୍ରତିଶତ ଓ ଖୋର୍ଦ୍ଧାରେ ୩୬.୭ ପ୍ରତିଶତ ରହିଛି । କନ୍ଧମାଳ ରେ ୧୦.୧ ପ୍ରତିଶତ ସଂକ୍ରମିତ ଅଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ପୂର୍ବ ଅପେକ୍ଷା କରୋନା ସଂକ୍ରମଣ କମିଛି ସତ, ମାତ୍ର ଯେଉଁ ଗ୍ରାଫ୍ ପିକ୍ ହେଉଥିଲା ତାହା ଏବେ ଫ୍ଲାଟ୍ ହୋଇ ରହିଛି । ଲୋକମାନଙ୍କ ହାତରେ ଏବେ ଚାବି କାଠି । କରୋନା ବ୍ୟାପିବା ବେଳେ ହଠାତ୍ କମେ ନାହିଁ । ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୨,୦୦୦ରୁ ଖସି ଏବେ ୧୦,୦୦୦ ରହୁଛି । ୧୯ ତାରିଖ ସୁଦ୍ଧା ଯଦି ସଂକ୍ରମଣ ନିୟନ୍ତ୍ରଣକୁ ନ ଆସେ ତେବେ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ନିଶ୍ଚିତ ବାଧ୍ୟ୍ୟ ହେବେ । କରୋନା ବାରମ୍ବାର ନିଜର ଷ୍ଟ୍ରେନ୍ ବଦଳାଏ । ତେଣୁ ଲୋକେ ଆତଙ୍କିତ ନ ହୋଇ ସରକାରଙ୍କ କୋଭିଡ଼ ନିୟମ ମାନନ୍ତୁ,’’ କହିଛନ୍ତି ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଲକ୍ଷ୍ମୀଧର ସାହୁ ।
ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍
ଓଡ଼ିଶାର ଜିଲ୍ଲାଗୁଡ଼ିରେ କରୋନା ପଜିଟିଭିଟି ହାର
ସେ କହିଛନ୍ତି ଯେ ଏବେ ରାଜ୍ୟର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢୁଛି । ‘‘ସହରରୁ ଲୋକେ ଗାଁକୁ ଯାଉଛନ୍ତି । ଗାଁ ଲୋକେ କୋଭିଡ ନିୟମ ମାନୁନାହାନ୍ତି । ଲୁଚାଇ ଛପାଇ ଭୋଜିଭାତ କରୁଛନ୍ତି । ତେଣୁ ଗାଁଗୁଡି଼କରେ ସଂକ୍ରମଣ ବୃଦ୍ଧି ହେଉଛି,’’ କହିଛନ୍ତି ଡଃ ସାହୁ ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!ଇଣ୍ଡିଆନ୍ ମେଡିକାଲ୍ ରିସର୍ଚ୍ଚ କାଉନସିଲର (ଆଇ.ସି.ଏମ୍.ଆର୍.) ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ ବୁଧବାର ଦିନ ଦେଶର ଅଧିକାଂଶ ସ୍ଥାନରେ ଲକଡାଉନ୍ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣର ହାର ୧୦ ପ୍ରତିଶତରୁ ଅଧିକ ଅଛି ସେଠାରେ ଛଅରୁ ଆଠ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରଖିବା ଉଚିତ ।
ଏହା ବି ପଢ଼ନ୍ତୁ | ‘‘ମୋ’ ଅକ୍ସିଜେନ୍ ସ୍ତର କମୁଛି… ଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲଲକଡାଉନ୍ ଓ ଶଟଡାଉନ୍ ଜାରି କରିବା ସତ୍ତ୍ୱେ ଏବେ ବି ଅନେକ ଲୋକ ଅମାନିଆ ହେଉଥିବା ଦେଖାଯାଉଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଲୋକେ କୋଭିଡ କଟକଣାକୁ ଅଧିକ ଉଲ୍ଲଙ୍ଘନ କରୁଛନ୍ତି । ଗାଁ ଲୋକେ ଭୋଜିଭାତ କରି ଶହ ଶହ ଲୋକଙ୍କୁ ଏକାଠି କରୁଛନ୍ତି । ପ୍ରଶାସନ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବି କରୁଛି । ଗ୍ରାମାଞ୍ଚଳରେ ଚିତ୍ରକୁ ଦେଖିଲେ ଲୋକେ ସଚେତନ ନ ଥିବା ପରି ମନେ ହେଉଛି । ଏପରି କି ଆଇସୋଲେସନର ନିୟମାବଳୀର ବି ଉଲ୍ଲଙ୍ଘନ ହେଉଛି ।
ରାଜ୍ୟରେ ମେ ୫ ତାରିଖରୁ ୧୪ ତାରିଖ ଯାଏ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟମାନେ ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ଓଡ଼ିଶା ସରକାର କି ପନ୍ଥା ଆପଣାଉଛନ୍ତି ତାହା ଶୁକ୍ରବାର ଜଣାପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।