ମେ ୩୧ ପରେ ଦେଶରେ ଆଉ ୨ ସପ୍ତାହ ପାଇଁ ବଢ଼ିପାରେ ଲକଡାଉନ୍; କୋହଳତା ବି ବଢ଼ିବ

ପଞ୍ଚମ ଲକଡାଉନରେ ଯେଉଁ କଟକଣାଗୁଡ଼ିକୁ କୋହଳ କରାଯିବ ବା ଉଠେଇଦିଆଯିବ ତା’ ଭିତରେ ଅଛି ମନ୍ଦିର ଆଦି ପୂଜାପାଠ ସ୍ଥାନ ଓ ଜିମ୍ ଖୋଲିବା । ହେଲେ ଧାର୍ମିକ ସମାଗମକୁ ବା ପର୍ବକୁ ଏବେ ଅନୁମତି ମିଳିବ ନାହିଁ ।

ମେ ୩୧ ପରେ ଦେଶରେ ଆଉ ୨ ସପ୍ତାହ ପାଇଁ ବଢ଼ିପାରେ ଲକଡାଉନ୍; କୋହଳତା ବି ବଢ଼ିବ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ ବ୍ୟାପିବା ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଆସନ୍ତା ମେ ୩୧ ତାରିଖ ପରେ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନକୁ ବଢେଇବାର ସମ୍ଭାବନା ଅଛି, କିନ୍ତୁ ପୂର୍ବ ଅପେକ୍ଷା ଆହୁରି ଅନେକ କଟକଣା ଉଠିବ ।

ସରକାରଙ୍କ ଏକ ଶୀର୍ଷ ସୂତ୍ର ପରବର୍ତ୍ତୀ ପର୍ଯ୍ୟାୟର ଲକଡାଉନକୁ “କେବଳ ଆତ୍ମାରେ ଲକଡାଉନ୍ ପ୍ରସାର” ବୋଲି ବର୍ଣ୍ଣନା କରିଛନ୍ତି ଓ କହିଛନ୍ତି ଯେ ଦେଶର ୧୧ଟି ସହର ଉପରେ ଅଧିକ ଧ୍ୟାନ ଦିଆଯିବ ଯେଉଁଠୁ ଦେଶରେ କୋଭିଡ-୧୯ର ପ୍ରାୟ ୭୦% ମାମଲା ସାମନାକୁ ଆସିଛି । ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଅହମଦାବାଦ ଓ କୋଲକାତା ସହ ପୁଣେ, ଥାନେ, ଜୟପୁର, ସୁରଟ ଓ ଇନ୍ଦୋର ଅନ୍ତର୍ଭୁକ୍ତ ଅଛନ୍ତି ।

ଇତି ମଧ୍ୟରେ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିସାରିଛି ଓ ଗତ ୧୪ ଦିନ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଆଜି ସୁଦ୍ଧା ୧,୫୧,୭୬୭ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟ ତଥ୍ୟରୁ ଜଣାପଡିଛି । ଗତ ୧୬ ଦିନରେ ଭାରତରେ ମୃତ୍ୟୁ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪,୩୩୭ ରେ ପହଞ୍ଚିଛି ।

ହାଇଦରାବାଦରେ (Hyderabad) ଲକଡାଉନ ସମୟର ଏକ ଦୃଶ୍ୟ


କରୋନା ସଂକ୍ରମଣ ମାମଲାଗୁଡ଼ିକର କ୍ରମାଗତ ବୃଦ୍ଧି ଭାରତର ଚାପଗ୍ରସ୍ତ ଚିକିତ୍ସା କ୍ଷମତା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଘୋର ଆହ୍ୱାନ ସୃଷ୍ଟି କରିଛି । ଏହା ଗତ ଦୁଇ ମାସରୁ ଅଧିକ ସମୟ ଧରି ଜାରି ଥିବା ଲକଡାଉନର ପ୍ରଭାବ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଯଦିଓ ଲକଡାଉନ ଫଳରେ କରୋନା ସଂକ୍ରମଣର ବୃଦ୍ଧିରେ ମନ୍ଥରତା ଆସିଛି, ହେଲେ ଉପରକୁ ଉଠି କରି ଥିବା କରୋନା ଗ୍ରାଫ୍‌ ଏ ପର୍ଯ୍ୟନ୍ତ ସମତଳ ହୋଇ ନାହିଁ ।

ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକାଂଶ ପ୍ରତିବନ୍ଧକ ଲଗାଇଥିଲା ଓ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ଅର୍ଥନୀତିକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଏବେ ସମସ୍ତ ବଜାର, ଅଫିସ୍, ଶିଳ୍ପ ଓ ବ୍ୟବସାୟକୁ ଅନୁମତି ମିଳିଛି । ଗତ ସପ୍ତାହରେ ସରକାର ସୀମିତ କ୍ଷମତାରେ ଘରୋଇ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।

ଲକଡାଉନ୍ ୫.୦ରେ ଯେଉଁ କଟକଣାଗୁଡ଼ିକୁ କୋହଳ କରାଯିବ ବା ସମ୍ପୂର୍ଣ୍ଣ ଉଠେଇଦିଆଯିବ ତା’ ଭିତରେ ଅଛି ମନ୍ଦିର ଆଦି ପୂଜାପାଠ ସ୍ଥାନଗୁଡିକୁ ଓ ଜିମ୍‌ (ଜିମ୍ନାସିୟମ୍) ଆଦିକୁ ଖୋଲିବା । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଯଦି ସାମାଜିକ ଦୂରତା ବଜାୟ ରଖିହୁଏ ଓ ପୂଜକମାନେ ମାସ୍କ ପିନ୍ଧନ୍ତି ତେବେ ମନ୍ଦିର ଓ ଅନ୍ୟାନ୍ୟ ପୂଜାପାଠ ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇପାରେ । ହେଲେ କୌଣସି ଧାର୍ମିକ ମଣ୍ଡଳୀ ବା ସମାଗମକୁ କିମ୍ବା ପର୍ବକୁ ଅନୁମତି ଦିଆଯିବ ନାହିଁ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ଇଏ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି; ବଲିଉଡ ସିନେମାରେ ଅଭିନୟ ପାଇଁ ସେ ପ୍ରସ୍ତୁତ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 5:12 PM IST
corona virus btn
corona virus btn
Loading