ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆଜିଠୁ ଖୋଲୁଛି ଓଡ଼ିଶା, ହଟୁଛି ଲକ୍‌ଡାଉନ୍; ଖୋଲିବ ମଲ୍, ହଲ୍, ବାର୍; ହୋଟେଲ୍‌ରେ ବସି ଖାଇହେବ

ଆଜିଠୁ ଖୋଲୁଛି ଓଡ଼ିଶା, ହଟୁଛି ଲକ୍‌ଡାଉନ୍; ଖୋଲିବ ମଲ୍, ହଲ୍, ବାର୍; ହୋଟେଲ୍‌ରେ ବସି ଖାଇହେବ

Lockdown lifted in big way in Odisa, Unlock begins | ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଅଟୋ, ଟ୍ୟାକ୍ସି, ଓଲା ଓ ଉବର୍‌ ଚଳାଚଳକୁ ବି ସରକାରଙ୍କ ଅନୁମତି ମିଳିଛି ।

ଆଜିଠୁ ଖୋଲୁଛି ଓଡ଼ିଶା, ହଟୁଛି ଲକ୍‌ଡାଉନ୍; ଖୋଲିବ ମଲ୍, ହଲ୍, ବାର୍; ହୋଟେଲ୍‌ରେ ବସି ଖାଇହେବ
ଏସ୍‌.ଆର.ସି. ପ୍ରଦୀପ ଜେନା ଅନଲକ୍‌ ଘୋଷଣା କରୁଛନ୍ତି; (ଡାହାଣ) ଏ ମାର୍କେଟର ଫାଇଲ୍‌ ଛବି
  • News18 Odia
  • Last Updated: August 1, 2021, 1:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାରୁ ଜୀବନ ସହ ଜୀବିକାର ସମନ୍ବୟ ରଖିବାକୁ ଅଗଷ୍ଟ ପହିଲାରୁ ଅଲଲକ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଗଷ୍ଟରୁ ସେପ୍ଚେମ୍ବର ମାସେ ଅନଲକ୍‌ ପ୍ରକ୍ରିୟା ଜାରି ରହିବ । ଏହା ଭିତରେ ସର୍ତ୍ତମୂଳକ ଭାବେ ଖୋଲିବ ମଲ୍, ହଲ୍, ବାର୍, ପାର୍କ, ମ୍ୟୁଜିୟନ ଓ ଚିଡ଼ିଆଖାନା ।

ଯାତ୍ରା ଓ ମୁକ୍ତାକାଶ ରଙ୍ଗମଞ୍ଚ ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ, ହେଲେ ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ । ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରଖାଯାଇଥିବା ବେଳେ କେବଳ ଭୁବନେଶ୍ବର, କଟକ ଓ ପୁରୀରେ ସାପ୍ତାହିକ ସଟଡାଉନ୍‌ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତ

ରାଜ୍ୟର ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ (ଏସ୍‌.ଆର.ସି.) ପ୍ରଦୀପ ଜେନା ଶନିବାର ଦିନ କରିଥିବା ଘୋଷଣା ଅନୁସାରେ ଅଗଷ୍ଟ ୧ ତାରିଖ ସକାଳ ୬ଟାରୁ ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ କାର୍ଯ୍ୟକାରୀ ହେବ ଅନଲକ୍ ନିୟମାବଳୀ । ଅଗଷ୍ଟ ପହିଲାରୁ ଖୋଲିବ ମଲ୍ । କିନ୍ତୁ ମଲ୍ ଭିତରକୁ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ମିଳିବ ପ୍ରବେଶ ଅନୁମତି । ଏଣିକି ହୋଟେଲ୍, ରେସ୍ତୋରାଁ, ବାର୍ ଓ ଢାବାରେ ୫୦ ପ୍ରତିଶତ ଲୋକ ବସି ଖାଇପାରିବେ ।

ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ

‘‘ରାଜ୍ୟରେ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ ସିନେମା ହଲ୍, ଥିଏଟର, ନାଟ୍ୟଶାଳା, ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷ । କିନ୍ତୁ ଭୁବନେଶ୍ବର, କଟକ, ପୁରୀରେ ଦୁଇ ଡୋଜ୍ ଟିକା ନେଇଥିଲେ ହିଁ ମଲ୍, ହଲ୍, ରେସ୍ତୋରାଁ, ଢାବା ଓ ପ୍ରେକ୍ଷାଳୟକୁ ପ୍ରାପ୍ତବୟସ୍କମାନେ ଯାଇପାରିବେ । ରାସ୍ତାକଡ଼ ଜଳଖିଆ ଦୋକାନରେ ଏବେ ଲୋକେ କୋଭିଡ୍ ନିୟମ ମାନି ଖାଇପାରିବେ । କରୋନା କଟକଣା ଭିତରେ ନିତିଦିନିଆ ଓ ସାପ୍ତାହିକ ହାଟ ମଧ୍ୟ ଖୋଲିପାରିବ,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର କେମିତି ହୋଇଥିଲା: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ, କିନ୍ତୁ ନିର୍ଦ୍ଧାରିତ ସିଟ୍‌ ସଂଖ୍ୟାରୁ ଅଧିକ ଯାତ୍ରୀ ପରିବହନ ହୋଇପାରିବ ନାହିଁ । ଅଟୋ, ଟ୍ୟାକ୍ସି , ଓଲା ଓ ଉବର ଚଳାଚଳକୁ ବି ମିଳିଛି ସରକାରଙ୍କ ଅନୁମତି । ଅନଲକ୍ ଭିତରେ ଏକ ବଡ଼ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କ ଉପରେ ଧାର୍ମିକ ଅନୁଷ୍ଠାନ ଖୋଲିବା ଦାୟିତ୍ୱ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ କୋଭିଡ୍ ସ୍ଥିତି କିଭଳି ରହିଛି ତାକୁ ନଜରରେ ରଖି ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘୧୪ ବର୍ଷ ବୟସରେ ମୋ ଯୌନ ଶୋଷଣ ହୋଇଥିଲା,’’ କହିଲେ ଆମିର୍ ଖାନଙ୍କ ଝିଅ ଇରା ଖାନ୍

କିନ୍ତୁ ପୁରୀରେ ଶ୍ରୀମନ୍ଦିର ଓ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ ସେହି ନିଷ୍ପତ୍ତି ମନ୍ଦିର ପରିଚାଳନା କମିଟି ଉପରେ ଛାଡ଼ିଛନ୍ତି ସରକାର। ରାଜ୍ୟର କୌଣସି ମନ୍ଦିରକୁ ଭକ୍ତମାନେ ଭୋଗ ବା ପ୍ରସାଦ ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଏସ୍‌.ଆର୍‌.ସି. ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

ଅନ୍‌ଲକ୍ ପ୍ରକ୍ରିୟାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ । କିନ୍ତୁ ପୂର୍ବ ଭଳି ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶ ଉପରେ ରହିବ କଟକଣା । ସରକାରୀ କାର୍ଯ୍ୟକ୍ରମ ଓ ବ୍ୟାବସାୟିକ ବୈଠକରେ ସର୍ବାଧିକ ୧୦୦ ଜଣ ଓ ଉଦଘାଟନ ଏବ୍‌ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣ ସାମିଲ ହୋଇପାରିବେ ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ବିଭାଗୀୟ ନିର୍ଦ୍ଦେଶରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲିପାରିବ । ଇନ୍‌ଡୋର ପାର୍କ, ଆମୋଦ ପ୍ରମୋଦ ପାର୍କ ଓ ୱାଟର୍‌ ପାର୍କ ସହ ମ୍ୟୁଜିୟମ୍‌, ପର୍ଯ୍ୟଟନସ୍ଥଳୀ, ଚିଡି଼ଆଖାନା ଓ ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜି ସ୍ଥଳ ମଧ୍ୟ ଖୋଲିପାରିବ । ସରକାରୀ ଓ ବେସରକାରୀ ସୁଇମିଂ ପୁଲ୍ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ନିୟମ ମାନି ଲୋକେ ପାର୍କ ଓ ସମୁଦ୍ର କୂଳ ବୁଲିପାରିବେ ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

ବଡ଼ କଥା ହେଉଛି ଏ ସବୁ ସତ୍ତ୍ୱେ ସାରା ରାଜ୍ୟରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ । ରାତି ୮ଟାରୁ ସକାଳ ୬ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏଥି ସହ ଭୁବନେଶ୍ବର, କଟକ, ପୁରୀରେ ଜାରି ରହିବ ସପ୍ତାହାନ୍ତ ସଟଡାଉନ୍ । ସପ୍ତାହାନ୍ତ ସଟଡାଉନରେ ପୂର୍ବ ପରି ଅତ୍ୟାବଶ୍ୟକ ସେବା ଚାଲୁବ ରହିବ ବୋଲି କହିଛନ୍ତି ଏସ.ଆର.ସି. ପ୍ରଦୀପ ଜେନା । ସାରା ରାଜ୍ୟରେ ସପ୍ତାହ ସାରା ଦୋକାନ, ବଜାର ଓ ମଲ୍ ଆଦି ସକାଳ ୬ରୁ ରାତି ୮ ଯାଏଁ ଖୋଲିବାକୁ ଥିବା ବେଳେ ଭୁବନେଶ୍ବର, କଟକ, ପୁରୀରେ ଶନିବାର ଓ ରବିବାର ଏ ସବୁ ବନ୍ଦ ରହିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବିରାଟ ପଚାରିଲେ ସ୍ମୃତିଙ୍କୁ, ‘Love Marriage କରିବ ନା ଆରେଞ୍ଜଡ୍ ମ୍ୟାରେଜ୍?’ ଗଜବ ଉତ୍ତର ଆସିଲା

ବିଶ୍ୱର କେତେକ ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରୀ ଆସିଥିବା ବେଳେ ଓଡ଼ିଶାରେ ଦ୍ବିତୀୟ ଲହରୀ ଜାରି ରହିଛି । ପୁରୀ, କଟକ ଓ ଖୋର୍ଦ୍ଧାକୁ ଛାଡ଼ିଦେଲେ ବାକି ୨୭ଟି ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ରହିଛି । ମେ ୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନ୍ ଯୋଗୁଁ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସାପିରିଛି ।



ଜୀବନ ଓ ଜୀବିକା ଭିତରେ ସମନ୍ବୟ ଆଣିବା ପାଇଁ ସରକାର ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ଯୁଦ୍ଧରେ ବିଜୟୀ ହେବା ପାଇଁ ତିନିଟି ମୂଳ ମନ୍ତ୍ର – ସାମାଜିକ ଦୂରତା, ମାସ୍କ ପରିଧାନ ଓ ବାରମ୍ବାର ହାତ ସଫା ନିୟମ – ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସରକାର ।
Published by: Anand ST Das
First published: July 31, 2021, 6:38 PM IST