News18 Odia Digital
କୋଲକାତା: ପଶ୍ଚିମ ବଙ୍ଗରେ (West Bengal) ରବିବାର ଠାରୁ ଅର୍ଥାତ୍ ୧୬ ମଇ ଠାରୁ ୧୫ ଦିନ ପର୍ୟ୍ୟନ୍ତ ଲକଡାଉନ୍ (West Bengal lockdown) ଘୋଷଣା କରାଯାଇଛି । ମେ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ରହିବ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଅଲାପାନ୍ ବନ୍ଦୋପାଧ୍ୟାୟ ଘୋଷଣା କରିଛନ୍ତି ।
ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ସାନ ଭାଇ ଅସୀମ୍ ବନ୍ଦୋପାଧ୍ୟାୟଙ୍କର ଦେହାନ୍ତ ହୋଇଯାଇଛି । ଅସୀମ ବନ୍ଦୋପାଧ୍ୟାୟ (Ashim Bandopadhyay) କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇ ଗତ ମାସେ ଧରି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲ ତଳକୁ ଖସିପଡ଼ିଲା କାର୍; ୩ ଜଣଙ୍କ ମୃତ୍ୟୁ; ଜଣେ ଆହତଶନିବାର ସକାଳେ କରୋନା ସହିତ ଲଢୁଥିବା ବେଳେ ଅସୀମ ବନ୍ଦୋପାଧ୍ୟାୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା । କୋଲକାତା ସ୍ଥିତ ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଆଲୋକ ରାୟ ୬୨ ବର୍ଷୀୟ ଅସୀମ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ କରୋନା କାରଣରୁ ହୋଇଥିବା ସ୍ପଷ୍ଟ କରିଥିଲେ । ସେ କହିଥିଲେ ଯେ ହଠାତ୍ ଅସୀମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍ପଶ୍ଚିମ ବଙ୍ଗରେ ପୂର୍ବରୁ କରୋନା ସଂକ୍ରମଣକୁ ନେଇ ଅନେକ ପ୍ରତିବନ୍ଧକ ଜାରି ହୋଇଛି । ନିକଟରେ ଶେଷ ହୋଇଥିବା ବିଧାନ ସଭା ନିର୍ବାଚନ (West Bengal Assembly elections) ପରେ ବେଙ୍ଗଲରେ କରୋନା ଭାଇରସ୍ ସଂକ୍ରମଣରେ ବୃଦ୍ଧି ଘଟିଥିଲା । ଏଭଳି ପରିସ୍ଥିତିରେ ସେବେ ଠାରୁ କଡ଼ା ପ୍ରତିବନ୍ଧକ ଲାଗି ରହିଥିଲା ।
ଏହା ବି ପଢ଼ନ୍ତୁ | ଓଡ଼ିଶା FCIର ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍ରେ ଥିଲେସରକାର ଏବେ ଲଗାଇଥିବା ଲକଡାଉନ୍ ୧୬ ମେ ସକାଳ ୬ଟାରୁ ୩୦ ମେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସ୍କୁଲ୍ କଲେଜ ଓ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଜରୁରୀକାଳୀନ ସେବା ବ୍ୟତୀତ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୧୫ ଦିନ ଧରି ସରକାର ସବୁ ରାଜନୈତିକ, ପ୍ରଶାସନିକ, ଧାର୍ମିକ ଓ ସବୁ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏହା ବି ପଢ଼ନ୍ତୁ | ଏଣିକି ମର୍ଣ୍ଣିଂ ୱାକ୍ କରିବା ଓ ସାଇକେଲ୍ ଚଳେଇବା ମନା; କଟକ ଓ ଭୁବନେଶ୍ୱରରେ ଲାଗିଲା କଟକଣାପଶ୍ଚିମ ବଙ୍ଗରେ ଲକଡାଉନ୍ ସମୟରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଦୋକାନଗୁଡି଼କ ଓ ମାର୍କେଟଗୁଡି଼କ ଖୋଲା ରହିବ ବୋଲି ସରକାର କହିଛନ୍ତି । ଯାତ୍ରୀ ପରିବହନକୁ ମଧ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବାରଣ କରିଛନ୍ତି । ସୂଚନା ଅନୁଯାୟୀ ସବୁ ଆନ୍ତଃରାଜ୍ୟ ବସ୍, ସ୍ଥାନୀୟ ମେଟ୍ରୋ ଟ୍ରେନ୍ ଓ ଫେରି ସେବା ବନ୍ଦ ରହିବ । ଟ୍ରକ୍ ଓ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ । ସରକାର କେବଳ ଜରୁରୀକାଳୀନ ସେବାକୁ କଟକଣାମୁକ୍ତ କରିଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା ଗ୍ରାଫ୍ କମୁଛି, ହେଲେ ଚିନ୍ତା ବଢ଼ାଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗ; ଓଡ଼ିଶାରେ ବି ଚିହ୍ନଟ ହେଲାଲକଡାଉନ୍ ସମୟରେ ସବୁ ଶିଳ୍ପ ସଂସ୍ଥା ଓ କାରଖାନା ବନ୍ଦ ରହିବ । ଚା ବଗିଚାଗୁଡ଼ିକୁ ୫୦ ପ୍ରତିଶତ କର୍ମଚାରୀଙ୍କ କ୍ଷମତା ସହିତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଝୋଟ କଳ କେବଳ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବ ବୋଲି ସରକାର କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ କହିଲେ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’ରାଜ୍ୟରେ ରାତି ୯ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ବିବାହ ଉତ୍ସବରେ କେବଳ ୫୦ ଜଣ ଲୋକଙ୍କୁ ଯୋଗଦେବାକୁ ସରକାର ଅନୁମତି ଦେଇଛନ୍ତି । ଏହି ସମୟ ମଧ୍ୟରେ ଜିମ୍, ସ୍ପା, ସପିଙ୍ଗ୍ ମଲ୍ ଓ ସିନେମା ହଲ୍ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ବେଙ୍ଗଲରେ ଲକଡାଉନରେ କେବଳ ଜରୁରୀକାଳୀନ ସେବା ଓ ଗଣମାଧ୍ୟମ ସଂସ୍ଥା କାର୍ଯ୍ୟ ଜାରି ରଖିପାରିବେ। ମେଡିକାଲ୍ ଷ୍ଟୋର, ଅପ୍ଟିକାଲ ଶୋ’ରୁମ ଓ ଏଟିଏମ୍ ବନ୍ଦ ରହିବ ନାହିଁ । ପେଟ୍ରୋଲ ପମ୍ପଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ବିମାନ ବନ୍ଦରରୁ ଯାତ୍ରା କରୁଥିବା ଯାତ୍ରୀ ଓ ଫେରି ଯାତ୍ରୀଙ୍କ ପରିବହନ ପାଇଁ କୋହଳତା ମିଳିବ ବୋଲି କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।