ଦେଶରେ ଆଉ ୨ ସପ୍ତାହ ଯାଏଁ ବଢ଼ିଲା ଲକଡାଉନ୍‌; ଏବେ ମେ ୧୭ ତାରିଖ ଯାଏଁ କଟକଣା ଜାରି

ଏହି ବର୍ଦ୍ଧିତ ଲକଡାଉନ୍ ଅବଧିରେ ଗ୍ରୀନ୍‌ ଓ ଅରେଞ୍ଜ ଜୋନରେ କଟକଣା କିଛିଟା କୋହଳ କରାଯାଇଛି । ହେଲେ ସାରା ଦେଶରେ ଶିକ୍ଷାନୁଷ୍ଠାନ, ରେଳ, ମେଟ୍ରୋ ଓ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ୍‌, ସିନେମା ହଲ୍‌, ମଲ୍‌ ଓ ଜିମ୍‌ ମଧ୍ୟ ବନ୍ଦ ରହିବ ।

ଦେଶରେ ଆଉ ୨ ସପ୍ତାହ ଯାଏଁ ବଢ଼ିଲା ଲକଡାଉନ୍‌; ଏବେ ମେ ୧୭ ତାରିଖ ଯାଏଁ କଟକଣା ଜାରି
ଯାଜପୁର ଜିଲ୍ଲାରେ ଗୋଟେ ରାସ୍ତାରେ ପୋଲିସ୍ କର୍ମୀମାନେ ପହରା ଦେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶରେ ଜାରି ଥିବା ଲକଡାଉନ୍କୁ ଆଜି ଆଉ ଦୁଇ ସପ୍ତାହ ପାଇଁ ବଢ଼ାଯାଇଛି । ମେ ୩ ତାରିଖରେ ଚଳିତ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ସରୁଥିଲା । ଏବେ ମେ ୧୭ ତାରିଖ ଯାଏଁ ଲକଡାଉନ୍‌ ଅବଧି ଜାରି ରହିବ । ଏ ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ଏହି ବର୍ଦ୍ଧିତ ଲକଡାଉନ୍‌ ଅବଧିରେ ଗ୍ରୀନ୍‌ ଓ ଅରେଞ୍ଜ ଜୋନରେ କଟକଣା କିଛିଟା କୋହଳ କରାଯାଇଛି । ହେଲେ ସାରା ଦେଶରେ ଶିକ୍ଷାନୁଷ୍ଠାନ, ରେଳ, ମେଟ୍ରୋ ଓ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ୍‌, ସିନେମା ହଲ୍‌, ମଲ୍‌ ଓ ଜିମ୍‌ ମଧ୍ୟ ବନ୍ଦ ରହିବ । ଅନ୍ତଃରାଜ୍ୟ ସଡ଼କ ଯାତାୟାତ ବନ୍ଦ ରହିବ । ଅନ୍ତଃରାଜ୍ୟ ସଡ଼କ ଯାତାୟତ ବନ୍ଦ ରହିବ । କୌଣସି ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।

ରେଡ୍‌ ଜୋନ୍‌ରେ  ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ଓ ଜରୁରୀକାଳୀନ ସେବା ଛଡ଼ା ବାକି ସବୁ ବ୍ୟବସାୟ ବନ୍ଦ ରହିବ । କଣ୍ଟେନେମେଣ୍ଟ ଏରିଆ ବାହାରେ ରିକ୍ସା, ଅଟୋ ରିକ୍ସା, ବସ, ସ୍ପା ଓ ସେଲୁନ ଆଦି ମଧ୍ୟ ବନ୍ଦ ରହିବ । ରେଡ୍‌ ଜୋନ ଏରିଆରେ ବାଇକ୍‌ରେ କେବଳ ଜଣେ ଯାଇପାରିବେ । ସେହି ଭଳି କାରରେ ଡ୍ରାଇଭରକୁ ଛାଡ଼ି  ସର୍ବାଧିକ ଦୁଇ ଜଣ ଯାତ୍ରୀ ଯାଇପାରିବେ ।

ରେଡ୍‌ ଜୋନ ଏରିଆରେ ନରେଗା କାମ, ନିର୍ମାଣ କାମ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି କାର୍ଯ୍ୟ ହୋଇପାରିବ । ଅରେଞ୍ଜ ଜୋନ୍‌ରେ ଅନ୍ତଃଜିଲ୍ଲା ଯାତାୟତ ନିୟମରେ କୋହଳ ହୋଇଛି । ଅନୁମତି ସହ ଅନ୍ତଃଜିଲ୍ଲା ଯାତାୟାତ କରିହେବ । ଗ୍ରୀନ ଜୋନରେ କ୍ଷମତାର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବ ।

ସବୁ ଜୋନ୍‌ରେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକେ ଘରେ ରହିବେ । ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍‌ ଶିଶୁ ମଧ୍ୟ ଘରେ ରହିବେ । ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଓ ପେଶାଦାର ଭିନ୍ନ ଭିନ୍ନ ରାଜ୍ୟରେ ଫସି ଥିଲେ ଜାତୀୟ ଏସ୍‌.ଓ.ପି. ଜରିଆରେ ଦୁଇ ରାଜ୍ୟ ସରକାରଙ୍କ ସହମତିରେ ଆଣିପାରିବେ ।
First published: May 1, 2020, 7:12 PM IST
corona virus btn
corona virus btn
Loading