ଲକଡାଉନରୁ ଲାଭ ମିଳିଛି: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ବହୁତ କମ

ଏପ୍ରିଲ୍ ୧୪ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ କୋଭିଡ-୧୯ ଆକ୍ରାନ୍ତ ୨,୬୮୪, ଦିଲ୍ଲୀରେ ୧୫୬୧, ତାମିଲ ନାଡୁରେ ୧,୨୦୪ ଓ ରାଜସ୍ଥାନରେ ୧,୦୦୫ ଥିବା ବେଳେ ଓଡ଼ିଶାରେ ମାତ୍ର ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ରାଜ୍ୟରେ ପଜିଟିଭ ହାର ମାତ୍ର ୧.୦୮ ପ୍ରତିଶତ ରହିଛି ।

ଲକଡାଉନରୁ ଲାଭ ମିଳିଛି: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ବହୁତ କମ
ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସାମ୍ବାଦିକ ସମ୍ମିଳନୀକୁ ସମେବୋଧିତ କରୁଛନ୍ତି ।
  • News18 Odia
  • Last Updated: April 15, 2020, 8:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ୍‌ ଲୋକଙ୍କୁ କଷ୍ଟ ଦେଉଥିଲେ ବି ଏଥିରୁ ବହୁତ ଲାଭ ମିଳିଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ସଂଖ୍ୟା ବହୁତ କମ୍‌ ରହିଛି । ପଚିଶି ଦିନର ଲକଡାଉନ ଶୃଙ୍ଖଳାକୁ ଓଡ଼ିଶାବାସୀ ମାନିଥିବାରୁ ତାହା ରାଜ୍ୟ ପାଇଁ ଲାଭ ଦାୟକ ହୋଇ ପାରିଛି ବୋଲି ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ଏପ୍ରିଲ୍‌ ୧୪ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ କୋଭିଡ-୧୯ ଆକ୍ରାନ୍ତ ୨,୬୮୪, ଦିଲ୍ଲୀରେ ୧୫୬୧, ତାମିଲ ନାଡୁରେ ୧,୨୦୪, ରାଜସ୍ଥାନରେ ୧,୦୦୫, ମଧ୍ୟ ପ୍ରଦେଶରେ ୭୪୧, ଉତ୍ତର ପ୍ରଦେଶରେ ୬୬୦, ଗୁଜୁରାଟରେ ୬୫୦, ତେଲେଙ୍ଗାନାରେ ୬୪୫, ଆନ୍ଧ୍ର ପ୍ରଦେଶରେ ୪୮୩, କେରଳରେ ୩୮୬, ଜମ୍ମୁ ଓ କଶ୍ମୀରରେ ୨୭୮, କର୍ଣ୍ଣାଟକ ୨୬୦, ପଶ୍ଚିମ ବଙ୍ଗରେ ୨୧୩, ହରିୟାଣାରେ ୧୯୮, ପଞ୍ଜାବରେ ୧୮୪, ବିହାର ୬୬ ଓ ତା’ ପଛକୁ ଓଡ଼ିଶାରେ ୬୦, ଉତ୍ତରାଖଣ୍ଡରେ ୩୭, ଛତିଶଗଡ଼ରେ ୩୩, ହିମାଚଳ ପ୍ରଦେଶରେ ୩୩ ରହିଛି ବୋଲି କହିଛନ୍ତି ପଣ୍ଡିତ ।

ଓଡ଼ିଶାରେ ନମୁନା ପରୀକ୍ଷା କମ୍‌ ହେଉଥବା ସନ୍ଦେହକୁ ଦୂର କରି ପଣ୍ଡିତ କହିଛନ୍ତି ଯେ ରାଜ୍ୟରେ ୫,୫୦୦ରୁ ଅଧିକ ପରୀକ୍ଷା ହୋଇଛ । ଏଥିରୁ ମାତ୍ର ୬୦ଟି ପଜିଟିଭ ବାହାରିଛି । ମାଲକାନଗିରି, କଳାହାଣ୍ଡିରରେ ୨୦୦ ଓ ବଲାଙ୍ଗୀରରେ ୩୦୦ରୁ ଅଧିକ ଟେଷ୍ଟ ହେଉଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ପଜିଟିଭ ହାର ମାତ୍ର ୧.୦୮ ପ୍ରତିଶତ ରହିଛି ।

‘‘ଓଡିଶାବାସୀ ଯେଉଁ ମାତ୍ରାରେ ଶୃଙ୍ଖଳା ବଜାୟ ରଖିଛନ୍ତି, ସେଥି ପାଇଁ ଦେଶ ତୁଳନାରେ ରାଜ୍ୟରେ ଏଠି ଏହି ସଂକ୍ରମଣ ଧିମା ଗତିରେ ବଢୁଛି । ସମ୍ପୂର୍ଣ୍ଣ ଭାବେ ସଂକ୍ରମଣକୁ ଶେଷ କରିବାକୁ ପଡିବ। ଆଇ.ସି.ଏମ.ଆର. ସର୍ଭେ ଅନୁସାରେ ଯଦି ଲକଡାଉନ ପାଳନ ନ ହୁଏ, ତେବେ ଜଣେ କରୋନା ପଜିଟିଭ ବ୍ୟକ୍ତି ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ । ଲକଡାଉନ ସମୟରେ ଜଣେ ପଜିଟିଭ ଦୁଇ ଜଣଙ୍କୁ ସଂକ୍ରମିତ କରିପାରିବ,’’ ସେ କହିଛନ୍ତି ।

ରାଜ୍ୟରେ ୧୯ଟି ଜିଲ୍ଲାର ୨୧ଟି କୋଭିଡ ହସ୍ପିଟାଲରେ ୩,୬୦୦ ଶଯ୍ୟା ରଖାଯାଇଛି । ଏବେ ୪୧ ଜଣ ପଜିଟିଭଙ୍କ ମଧ୍ୟରୁ ମାତ୍ର ଦୁଇ ଜଣଙ୍କୁ ହସ୍ପିଟାଲ କେୟାର ଦରକାର ପଡୁଛି । ସେଥି ମଧ୍ୟରୁ ଜଣଙ୍କର ନେଗେଟିଭି ବହାରିଛି, କିନ୍ତୁ ତାଙ୍କର ଅନ୍ୟ ରୋଗ ଥିବାରୁ  ଡିସଚାର୍ଜ କରାଯାଉ ନ ଥିବା କହିଛନ୍ତି ପଣ୍ଡିତ ।

ଆଇ.ଜି.ଏଚ. ରାଉରକେଲା ଓ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ରେ ଟେଷ୍ଟି ଆରମ୍ଭ ହୋଇଛି ବୋଲି କହିଛନ୍ତି ରାଜ୍ୟ କରୋନା ମୁକାବିଲା ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

କରୋନା ବିଷୟରେ ଭ୍ରାନ୍ତ ଧାରଣା ଦୂର କଲେ ବାଗଚୀ:

କରୋନାକୁ ନେଇ ଲୋକଙ୍କ ମଧ୍ୟର୍ରେ ଥିବା ଭ୍ରାନ୍ତ ଧାରଣା ସମ୍ପର୍କରେ ବି କହିଛନ୍ତି ବାଗଚୀ । ଏହି ଭ୍ରାନ୍ତ ଧାରଣା ମଧ୍ୟରେ ଥିବା କଥାଗୁଡ଼ିକ ହେଉଛି ନାକରେ ଲୁଣ ପାଣି ଟାଣିଲେ କରୋନ ହେବ ନାହିଁ, ଗରମରେ କରୋନା ଭୁତାଣୁ ମରିଯିବ, କରୋନା ଯଦି ଧରିବ ସାରା ଜୀବନ ରହିବ, ନିଶ୍ୱାସ ପ୍ରଶ୍ୱାସକୁ ୧୦ ସେକେଣ୍ଡ ଧରି ରଖିଲେ କରୋନା ହେବ ନାହିଁ, ମଦ ପିଇଲେ କରନା ହେବ ନାହିଁ, ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ, ମଶା କାମୁଡ଼ିଲେ କରୋନା ହେବ, ରସୁଣ ଖାଇଲେ କରୋନା ହେବ ନାହିଁ, ଓ ଆଣ୍ଟିବାୟୋଟିକ ଖାଇଲେ କରୋନା ହେବ ନାହିଁ ।
First published: April 15, 2020, 8:12 PM IST
corona virus btn
corona virus btn
Loading