Lockdown 4.0: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ମେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଷେଧ ରହିବ ।

Lockdown 4.0: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି
ସାର୍ବଜନୀନ ସ୍ଥାନରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA, National Disaster Management Authority)ର ନିର୍ଦ୍ଦେଶ ଅନୁଯାୟୀ ସୋମବାର (ମେ ୧୮) ଠାରୁ ଲକଡାଉନର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ । ଦେଶବ୍ୟାପୀ ଲକଡାଉନର ଏହି ପର୍ଯ୍ୟାୟ ମେ ୩୧ ପର୍ଯ୍ୟନ୍ତ ଜାରି ରହିବ ଓ ସମଗ୍ର ଦେଶରେ କରୋନା ଭାଇରସ୍ ରୋଗର ସଂଖ୍ୟାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକଳାପକୁ ଧୀରେ ଧୀରେ ପୁଣି ଥରେ ଚାଲୁ କରିବା ଉପରେ ଧ୍ୟାନ ଦିଆଯିବ ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରବିବାର ଦିନ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଏକ ଚିଠି ଲେଖି ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ତଥା ରାଜ୍ୟ ସରକାର ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଲକଡାଉନ୍ ପଦକ୍ଷେପକୁ ମେ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୬ (୨) (କ) ଅନୁଯାୟୀ NDMA ଉପରେ ନ୍ୟସ୍ତ ହୋଇଥିବା କ୍ଷମତାର ବ୍ୟବହାର କରି ଏହି ରାଷ୍ଟ୍ରୀୟ ସଙ୍ଗଠନ ଏହି ନିର୍ଦ୍ଦେଶ ଜାରି କରିଛି ।

ଜାଣନ୍ତୁ ଆପଣ ଏହି ସମୟ ମଧ୍ୟରେ କଣ କରିପାରିବେ ଓ କଣ କରିପାରିବେ ନାହିଁ ।

ଏହି କାର୍ଯ୍ୟଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବ:

- ମେଟ୍ରୋ ରେଳ ସେବା ଉପରେ ପ୍ରତିବନ୍ଧକ ଜାରି ରହିବ। ବିଦ୍ୟାଳୟ ଓ କଲେଜ ସମେତ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନଲାଇନ୍ ଅଧ୍ୟୟନ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

- ହୋଟେଲ, ରେସ୍ତୋରାଁ, ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ବାର୍ ଓ ଅଡିଟୋରିୟମ୍ ବନ୍ଦ ରହିବ ।

- ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଷେଧ ରହିବ ।

- ସମସ୍ତ ସାର୍ବଜନୀନ ଧାର୍ମିକ ସ୍ଥାନ ବନ୍ଦ ରହିବ । ଧାର୍ମିକ ସଭାଗୁଡ଼ିକ ସମ୍ପୂର୍ଣ୍ଣ ନିଷେଧ ହେବ ।

- ସାର୍ବଜନୀନ ସ୍ଥାନରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କଣ୍ଟେନମେଣ୍ଟ ଜୋନରେ କୋହଳତା ନାହିଁ

କଣ୍ଟେନମେଣ୍ଟ ଜୋନରେ କଠୋରତା ବଜାୟ ରହିବ । ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲାଯିବ ଓ ଇ-କମର୍ସ ମାଧ୍ୟମରେ କେବଳ ଜରୁରୀ ସାମଗ୍ରୀ ମଗାଯାଇପାରିବ ।

ଗଞ୍ଜାମରେ ପ୍ରବାସୀ ଓଡ଼ିଆମାନେ ଟ୍ରେନରୁ ଓହ୍ଲେଇ ଚାଲିଛନ୍ତି ।


ଏହି କାର୍ଯ୍ୟ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସ୍ଥାନରେ ଆରମ୍ଭ ହେବ:

୧. ଯାତ୍ରୀବାହୀ ଟ୍ରେନ୍ ଓ ବସ୍ ଦ୍ୱାରା ରାଜ୍ୟ ଭିତରେ ଯାତ୍ରା କରିହେବ । ଏଥି ପାଇଁ ରାଜ୍ୟ ସରକାରମାନେ ଅନୁମତି ଦେବା ଆବଶ୍ୟକ ।

୨. ରାଜ୍ୟ ରାଜ୍ୟ ଭିତରେ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ଯାତାୟାତ ଆରମ୍ଭ ହୋଇପାରିବ । ଏଥି ପାଇଁ ସମ୍ପୃକ୍ତ ରାଜ୍ୟମାନଙ୍କ ସହମତି ଆବଶ୍ୟକ ।

୩. ଲୋକଙ୍କ କାର୍ଯ୍ୟକଳାପ ପାଇଁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅଧୀନରେ କାର୍ଯ୍ୟକଳାପ ହୋଇପାରିବ ।

ରାତିରେ କର୍ଫ୍ୟୁ

ସନ୍ଧ୍ୟା ୭ଟାରୁ ସକାଳ ୭ଟା ମଧ୍ୟରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ କୌଣସି ସବୁ ବ୍ୟକ୍ତିଙ୍କ ଗତିବିଧି କଠୋର ଭାବେ ନିଷେଧ ରହିବ । ସ୍ଥାନୀୟ କର୍ତ୍ତୃପକ୍ଷମାନେ ସେମାନଙ୍କର ଅଧିକାରର ସମଗ୍ର ଅଞ୍ଚଳରେ ଆଇନର ଉପଯୁକ୍ତ ନିୟମାବଳୀ ଅନୁଯାୟୀ, ଯଥା CrPCର ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଆଦେଶ (କର୍ଫ୍ୟୁ) ଜାରି କରିପାରିବେ ଓ ଏହି କଡ଼ା ନିୟମର ଅନୁପାଳନ ସୁନିଶ୍ଚିତ କରିବେ ।

ଅସୁରକ୍ଷିତ ବ୍ୟକ୍ତିଙ୍କ ସୁରକ୍ଷା

- ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ପୁରୁଣା ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ପିଲାମାନେ ଜରୁରୀ ଓ ସ୍ୱାସ୍ଥ୍ୟ କାରଣ ବ୍ୟତୀତ ଘରେ ଭିତରେ ରହିବେ ।

- ରାଜ୍ୟଗୁଡିକ ଓ UTମାନେ ପରିସ୍ଥିତିର ମୂଲ୍ୟାଙ୍କନ ଉପରେ ଆଧାର କରି ବିଭିନ୍ନ ଜୋନରେ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରିପାରନ୍ତି କିମ୍ବା ଆବଶ୍ୟକ ପ୍ରତିବନ୍ଧକ ଲଗାଇ ପାରନ୍ତି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହେଲା; ପୁଣି ନୂଆ ୯୧ ଆକ୍ରାନ୍ତ ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ: ସାମୁଦ୍ରିକ ଝଡ଼ର ରୂପ ନେଲା ଅମ୍ଫନ; ପ. ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

 
First published: May 17, 2020, 7:48 PM IST
corona virus btn
corona virus btn
Loading