ସାରା ଦେଶରେ ମଇ ୩ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍, ପ୍ରଧାନ ମନ୍ତ୍ରୀ ମୋଦି ଘୋଷଣା କଲେ

ଯେଉଁ ଅଞ୍ଚଳରେ ଲକଡାଉନର ଅନୁପାଳନ ଖୁବ୍ ଭଲ ଢଙ୍ଗରେ ହୋଇଛି ଓ ନୂଆ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି, ସେହି ସବୁ ଅଞ୍ଚଳରେ ଏପ୍ରିଲ୍ ୨୦ ଠାରୁ କେତେକ କୋହଳତା ଦିଆଯିବ ବୋଲି ମୋଦି କହିଛନ୍ତି ।

ସାରା ଦେଶରେ ମଇ ୩ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍, ପ୍ରଧାନ ମନ୍ତ୍ରୀ ମୋଦି ଘୋଷଣା କଲେ
ଦେଶକୁ ସମ୍ବୋଧନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
  • News18 Odia
  • Last Updated: April 14, 2020, 10:33 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତରେ କରୋନା ଭାଇରସ୍‌ ମହାମାରୀର ମୁକାବିଲା ପାଇଁ ଜାରି ଥିବା ଲକଡାଉନକୁ ମଇ ୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଆସନ୍ତା ଗୋଟିଏ ସପ୍ତାହ କରୋନା ବିରୁଦ୍ଧରେ କଠୋରତାକୁ ଆହୁରି ବଢ଼ାଯାବ ବୋଲି ସେ କହିଛନ୍ତି ଓ ଦେଶର ବିଭିନ୍ନ ଅଞ୍ଚଳରେ ଲକଡାଉନର ଅନୁପାଳନର ମୂଲ୍ୟାଙ୍କନକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି ।

ଯେଉଁ ଅଞ୍ଚଳରେ ଲକଡାଉନର ଅନୁପାଳନ ଖୁବ୍‌ ଭଲ ଢଙ୍ଗରେ ହୋଇଛି ଓ ନୂଆ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି, ସେହି ସବୁ ଅଞ୍ଚଳରେ ଏପ୍ରିଲ୍‌ ୨୦ ଠାରୁ କେତେକ କୋହଳତା ଦିଆଯିବ ବୋଲି ସେ କହିଛନ୍ତି । ଏହି କୋହଳତା ସସର୍ତ୍ତ ହେବ ଓ ଲକଡାଉନର ଅନୁପାଳନ ଢିଲା ହେଲେ ଏହି କୋହଳତାକୁ ଫେରାଇ ନିଆଯିବ ବୋଲି କହିଛନ୍ତି ମୋଦି ।

ଆସନ୍ତା କାଲି ଏହି କୋହଳତା ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍‌ ଜାରି କରାଯିବ ବୋଲି କହି ମୋଦି କହିଛନ୍ତି ଯେ ଦେଶର ଗରୀବ ଓ ଦିନ ମଜୁରିଆ ସମୁଦାୟର ଦୁଃଖ ଦୂର କରିବା ତାଙ୍କର ପ୍ରଥମ ପ୍ରାଥମିକତା ।

ସେ କହିଛନ୍ତି ଯେ କରୋନା ଭାଇରସ୍‌ ବିଶ୍ୱ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ଅତ୍ୟନ୍ତ ଜୋରଦାର ଢଙ୍ଗରେ ଚାଲିଛି । ଭାରତୀୟ ନାଗରିକଙ୍କ ତପସ୍ୟା ଓ ବଳିଦାନ ଯୋଗୁଁ କରୋନା କାରଣରୁ ହେବାକୁ ଥିବା ଭୀଷଣ କ୍ଷତିରୁ ରକ୍ଷା ପାଇବାରେ ଦେଶ ସକ୍ଷମ ହୋଇଛି ବୋଲି ସେ କହିଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନସିଂ ଜରିଆରେ ଶନିବାର ଦିନ ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିଲେ ।


‘‘ମୁଁ ଜାଣେ ଆପଣ କେତେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିଛି ଲୋକ ଖାଇବା ପାଇଁ ଅସୁବିଧା ଭୋଗୁଛନ୍ତି, କିଛି ଲୋକ ଆସିବା ଯିବାରେ ଅସୁବିଧା ଭୋଗୁଛନ୍ତି, କେହି ପରିବାରଠାରୁ ଦୂରରେ ଅଛନ୍ତି… କିନ୍ତୁ ଆପଣମାନେ ସମସ୍ତେ ଦେଶ ପାଇଁ ଜଣେ ଶୃଙ୍ଖଳିତ ସୈନିକ ପରି ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି । ଭାରତର ସମ୍ବିଧାନରେ ଯେଉଁ We the people (ଆମେ ଦେଶର ଲୋକ) କଥା କୁହାଯାଇଛି, ଏହା ସେହି ଶକ୍ତିର ପରିଚାୟକ,’’ କହିଛନ୍ତି ମୋଦି ।

ଆଜି ବାବାସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ମନେ ପକାଇ ମୋଦି କହିଛନ୍ତି ଯେ ଭାରତବାସୀଙ୍କ ତରଫରୁ ଆମର ସାମୂହିକ ଶକ୍ତିର ଏହି ପ୍ରଦର୍ଶନ ଓ ଏହି ସଂକଳ୍ପର ପାଳନ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆମ ଦେଶରେ କରୋନା ସଂକ୍ରମଣର ମାତ୍ର ୫୫୦ ମାମଲା ଥିଲା, ସେତେବେଳେ ଭାରତ ୨୧ ଦିନର ଲକଡାଉନର ବଡ଼ ପଦକ୍ଷେପ ନେଇଥିଲା । ‘‘ଭାରତ ଏହି ସମସ୍ୟାର ବୃଦ୍ଧି ଦେଖିବା ପାଇଁ ଅପେକ୍ଷା କରି ନ ଥିଲା, ଶୀଘ୍ର ନିଷ୍ପତ୍ତି ନେଇ ସମସ୍ୟା ଦେଖାଯିବା ମାତ୍ରେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା,’’ କହିଛନ୍ତି ମୋଦି ।



First published: April 14, 2020, 10:33 AM IST
corona virus btn
corona virus btn
Loading