News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ନିୟନ୍ତ୍ରଣରେ ରହୁଥିଲେ ବି କମୁ ନ ଥିବାରୁ ଲକଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢ଼ାଯାଇଛି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏ ରାଜ୍ୟରେ ତାଲାବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।
ଏ ଥର ଲକଡାଉନରେ ଆଉ ଟିକେ କଠୋର ହୋଇଛି କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ ଆଉ ଦୁଇ ଘଣ୍ଟା ହ୍ରାସ କରାଯାଇଛି। ପୂର୍ବରୁ ସକାଳ ୬ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନ୍ କଟକଣା କୋହଳ କରାଯାଇଥିଲା । ହେଲେ ଏବେ ସକାଳ ୭ଟାରୁ ୧୧ଟା ଯାଏ କୋହଳ ହୋଇଛି କଟକଣା । ଲୋକେ ନିଜ ଘରଠାରୁ ୫,୦୦ ମିଟର ଦୂରତା ଭିତରେ ଚାଲିଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ । ଏହି ସମୟରେ ସାମାଜିକ ଦୂରତାର ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ପୂର୍ବ ପରି ଶନିବାର ଓ ରବିବାର ସାରା ରାଜ୍ୟରେ ସମ୍ପୂର୍ଣ୍ଣ ସଟଡାଉନ୍ ରହିବ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!
‘‘ସାରା ରାଜ୍ୟରେ ଲକଡାଉନର ଅବଧି ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଗଲା । ଏହି ଅବଧି ମଧ୍ୟରେ ଯେମିତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟଡାଉନ୍ ରହୁଥିଲା ତାହା ପୂର୍ବ ପରି ଜାରି ରହିବ । କେବଳ ସକାଳ ୭ଟାରୁ ୧୧ଟା ଭିତରେ ପନିପରିବା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲୋକେ ଚାଲି ଚାଲି ଯାଇ ଘରଠାରୁ ୫୦୦ ମିଟର୍ ଭିତରେ କିଣିପାରିବେ,’’ ଲକଡାଉନ୍ ବଢ଼ିଲା ବୋଲି ଘୋଷଣା କରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରା
ପୂର୍ବରୁ ବିବାହ ସମାରୋହରେ ୫୦ ଜଣଙ୍କୁ ସାମିଲ୍ ହେବାକୁ ଅନୁମତି ଦିଆଯାଇଥିଲା । ହେଲେ ଏଣିକି ବର, କନ୍ୟା ଓ ପୂଜକଙ୍କୁ ମିଶାଇ ମୋ’ଟ ୨୫ ଜଣ ବାହାଘରରେ ଯୋଗ ଦେଇପାରିବେ । ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ମାତ୍ର ୨୦ ଜଣ ଯୋଗ ଦେବେ। ବାହାଘର, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ଭୋଜିଭାତକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ଯଦି କୌଣସି ଆୟୋଜକ ଖାଇବାକୁ ଦେବାକୁ ଚାହିଁବେ ତେବେ ପ୍ୟାକେଟରେ ଦେଇପାରିବେ ବୋଲି ନିୟମାବଳୀରେ କୁହାଯାଇଛି । ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ, ସେଲୁନ୍ ଓ ସ୍ପା ଆଦି ବନ୍ଦ ରହିବ । ପୂର୍ବ ପରି ବସ୍ ଚଳାଚଳ ବି ବନ୍ଦ ରହିବ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ ଓ VIDEOରେ ଜାରି
‘‘ଏହି ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ ହୋଉଛି ଜନସାଧାରଣଙ୍କ ଘର ଭିତରେ ରହିବା ସୁନିଶ୍ଚିତ କରାଇବା । ଆବଶ୍ୟକତା ନ ପଡ଼ିଲେ ସେମାନେ ବାହାରକୁ ଯିବେ ନାହିଁ । ଯେଉଁମାନେ ବିନା ଆବଶ୍ୟକତାରେ ବାହାରେ ବୁଲିବେ ସେମାନଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା
କୋଭିଡ ଟିକାକରଣରେ ନିୟୋଜିତ ହୋଇଥିବା ବ୍ୟକ୍ତି ଓ ଟିକା ନେବାକୁ ଯାଉଥିବା ଯୋଗ୍ୟ ହିତାଧିକାରୀଙ୍କୁ କଟକଣା ମୁକ୍ତ ରଖିଛନ୍ତି ସରକାର । ଲକଡାଉନରେ ଅତ୍ୟାବଶ୍ୟକ ସେବାଗୁଡ଼ିକର ପରିଚାଳନା ପୂର୍ବ ପରି ଜାରି ରହିବ । ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ଓ ୩୩ ପ୍ରତିଶତ କର୍ମଚାରୀରେ ବେସରକାରୀ ଅଫିସ ଚାଲିବ ।
ପଞ୍ଚାୟତ ସ୍ତରରେ କୋଭିଡ ନିୟନ୍ତ୍ରଣ ଉପରେ ବି ଗୁରୁତ୍ୱ ଦେଇଛନ୍ତି ସରକାର । ତିନି ମାସ ଧରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅଭିଯାନ ଚାଲିବ । ସ୍ୱାସ୍ଥ୍ୟଗତ ଆବଶ୍ୟକତା ନ ଥିଲେ ବୃଦ୍ଧ, ଗର୍ଭବତୀ ଓ ଶିଶୁମାନଙ୍କୁ ବାହାରକୁ ନ ବାହାରିବାକୁ କୁହାଯାଇଛି । ଜିଲ୍ଲାପାଳ ଓ କମିସନରମାନଙ୍କୁ ପରିସ୍ଥିତିକୁ ଦେଖି କଟକଣା ବଢ଼ାଇପାରିବାର ଅଧିକାର ଦେଇଛନ୍ତି ସରକାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।