ରାଜ୍ୟରେ ଖୋଲିଗଲା ମଦ ଦୋକାନ ସବୁ; ୱେବସାଇଟରୁ ଇ-ଟୋକନ୍‌ ନେଇ ଦେଖାଇଲେ ମିଳୁଛି

Liquor shops reopen in Odisha | ମଦ ଦୋକାନରୁ ମଦ କିଣିବାକୁ ଗ୍ରାହକମାନଙ୍କୁ ପ୍ରଥମେ OSBCର ୱେବସାଇଟରୁ ଇ-ଟୋକନ୍‌ ସଂଗ୍ରହ କରିବାକୁ ହେଉଛି । ଏହାକୁ ମଦ ଦୋକାନରେ ଦେଖାଇ ସେମାନେ ମଦ ପାଉଛନ୍ତି । କେମିତି ଇ-ଟୋକନ୍ ପାଇବେ ଜାଣନ୍ତୁ ।

ରାଜ୍ୟରେ ଖୋଲିଗଲା ମଦ ଦୋକାନ ସବୁ; ୱେବସାଇଟରୁ ଇ-ଟୋକନ୍‌ ନେଇ ଦେଖାଇଲେ ମିଳୁଛି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଠାରୁ ଅଫ୍‌ଲାଇନରେ ମଦ ମିଳିବା ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମଦ କାଉଣ୍ଟର ଖୋଲା ରହୁଛି (liquor shops in Odisha) । ଧାର୍ଯ୍ୟ ଦର ଅନୁଯାୟୀ ଗ୍ରାହକଙ୍କୁ ମଦ ମିଳୁଛି । ତେବେ ଗ୍ରାହକମାନେ ଇ-ଟୋକନ୍‌ (e-token for liquor) ନେଇ ଦୋକାନରୁ ମଦ ଆଣୁଛନ୍ତି ।

ଉଭୟ ମଦ ଦୋକାନର କର୍ମଚାରୀ ଓ ଗ୍ରାହକମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦୋକାନରେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟମ ନ ମାନିଲେ ଦୋକାନ ବନ୍ଦ କରାଯିବ ବୋଲି ଏଥିରେ କୁହାଯାଇଛି । ଅବକାରୀ ଓ ପୋଲିସ ମିଳିତ ଭାବେ ଏହାର ତଦାରଖ କରୁଛନ୍ତି ।

କେମିତି ଇ-ଟୋକନ୍‌ ପାଇବେ ଜାଣନ୍ତୁ:

ଗ୍ରାହକମାନଙ୍କୁ ପ୍ରଥମେ osbc.co.in ୱେବସାଇଟରେ ଲଗ୍‌-ଇନ୍‌ କରି ଇ-ଟୋକନ୍‌ ସଂଗ୍ରହ କରିବାକୁ ହେବ । ଏହାକୁ ମଦ ଦୋକାନରେ ଦେଖାଇ ସେମାନେ ମଦ ନେଇ ପାରିବେ । ଗ୍ରାହକମାନଙ୍କୁ osbc.co.in ୱେବସାଇଟରେ “Slot Booking” ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ (How to get e-token for liquor) ।  ଏହି ଲିଙ୍କ୍‌ ଡେସ୍କଟପ୍‌ କମ୍ପ୍ୟୁଟରରେ ଦିଶୁଥିବା ୱେବସାଇଟରେ ଉପର ଆଡ଼କୁ ଡାହାଣ ପଟେ ଅଛି । ସେଠି କ୍ଲିକ୍‌ କଲେ “e-token for slot booking” ପେଜ୍‌ ଖୋଲିବ । ସେଠାରେ ନିଜ ମୋବାଇଲ୍‌ ଫୋନ୍‌ ନମ୍ବର୍‌ ଦେବାକୁ ହେବ । ତା’ପରେ ଇ-ଟୋକନ୍‌ ମିଳିବ। ଏହି ଇ-ଟୋକନକୁ ଡାଉନଲୋଡ଼ କରିବା ପରେ ଏହା SMS ମାଧ୍ୟମରେ ମିଳିବ । ଏହାକୁ ମଦ ଦୋକାନରେ ଦେଖାଇବାକୁ ହେବ ।

ମୋବାଇଲ୍ ଫୋନରେ ୱେବସାଇଟକୁ ଯାଇ ଏହି ସ୍ଥାନରେ (ହଳଦିଆ ବୃତ୍ତ) ପ୍ରଥମେ କ୍ଲିକ୍ କରନ୍ତୁ ।


ମୋବାଇଲ୍‌ ଫୋନରେ ବି ଏହି ୱେବସାଇଟରୁ ଇ-ଟୋକନ୍‌ ଆପଣ ପାଇପାରିବେ । ମୋବାଇଲ୍‌ ଫୋନରେ osbc.co.in ଟାଇପ୍‌ କରି ପ୍ରଥମେ ୱେବସାଇଟକୁ ଯିବାକୁ ହେବ । ତା’ପରେ ଉପରେ ଡାହାଣ ପଟେ ଥିବା ତିନୋଟି ଗାର ଉପରେ କ୍ଲିକ୍‌ କଲେ ସବା ତଳକୁ ଆପଣ “Slot Booking” ଲେଖାଥିବା ଦେଖିବେ । ତା’ ଉପରେ କ୍ଲିକ୍‌ କଲେ “e-token for slot booking” ପେଜ୍‌ ଖୋଲିବ । ସେଠାରେ ନିଜ ମୋବାଇଲ୍‌ ଫୋନ୍‌ ନମ୍ବର୍‌ ଦେବାକୁ ହେବ । ତା’ପରେ ଇ-ଟୋକନ୍‌ ମିଳିବ।

ସ୍ଲଟ୍ ବୁକିଂ (Slot Booking) ଉପରେ କ୍ଲିକ୍ କରନ୍ତୁ ।


ଏହି ପୃଷ୍ଠାରେ ନିଜ ମୋବାଇଲ୍ ଫୋନ୍ ନମ୍ବର ଦେଲେ ଇ-ଟୋକନ୍ ମିଳିବ ।


ଅଧିକ ସୁବିଧା ପାଇଁ “e-token for slot booking” ପେଜକୁ ଆପଣ ନିଜ ମୋବାଇଲ୍‌ ଫୋନର ହୋମ୍‌ ସ୍କ୍ରିନରେ ବି ରଖିପାରିବେ । ଏଥି ପାଇଁ ଉପରେ ଡାହାଣ ଆଡ଼କୁ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍‌ କଲେ ତଳ ଆଡ଼କୁ Add to Home Screen ଲେଖାଥିବା ଦେଖିବେ । ତା’ ଉପରେ କ୍ଲିକ୍‌ କଲେ ଏହି ଲିଙ୍କ ଆପଣଙ୍କ ଫୋନର ହୋମ୍‌ ସ୍କ୍ରିନରେ ଆସିଯିବ । ଆଉ ବାରମ୍ବାର osbc.co.in ୱେବସାଇଟର ମୁଖ୍ୟ ପୃଷ୍ଠାକୁ ଯିବାକୁ ପଡ଼ିବ ନାହିଁ ।

ଏହି ଇ-ଟୋକନ୍‌ ବ୍ୟବସ୍ଥା ମଦ ଦୋକାନଗୁଡ଼ିକରେ ଭିଡ଼ କମ୍‌ କରିବା ଉଦ୍ଦେଶ୍ୟରେ ହୋଇଛି ବୋଲି ଅବକାରୀ ବିଭାଗ କହିଛି । ଇ-ଟୋକନ୍‌ ଆପଣ ଡାଉନଲୋଡ଼ କରିବା ପରେ ମଦ ଦୋକାନୀ ଜାଣିପାରିବେ ଯେ ଆପଣ ମଦ କିଣିବାକୁ ଆସୁଛନ୍ତି । ସେ ପ୍ରସ୍ତୁତ ହୋଇ ରହିବେ ।

କରୋନା କଟକଣା ପାଇଁ ପୂର୍ବରୁ ଅନଲାଇନରେ ମଦ ବିକ୍ରିର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ମଦର ହୋମ୍‌ ଡେଲିଭରି ବି ପୂର୍ବ ପରି ଜାରି ରହିବ ।
First published: July 2, 2020, 1:12 AM IST
corona virus btn
corona virus btn
Loading