ଶୀଘ୍ର ଖୋଲିବ ରାଜ୍ୟରେ ସବୁ ମଦ ଦୋକାନ; ମଦର ଦାମ୍‌ ୨୫% ପର୍ଯ୍ୟନ୍ତ ବଢ଼ିପାରେ

ମଦର ଦାମ୍ ୨୫ ପ୍ରତିଶତ ବଢ଼ିଲେ ମାସକୁ ରାଜ୍ୟ ସରକାରଙ୍କୁ ଅଧିକ ୧୨୫ କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ଉଦ୍ୟମକୁ ସ୍ୱାଗତ କରିଛି ଓଡ଼ିଶା ମଦ ବ୍ୟବସାୟୀ ଆସୋସିଏସନ ।

ଶୀଘ୍ର ଖୋଲିବ ରାଜ୍ୟରେ ସବୁ ମଦ ଦୋକାନ; ମଦର ଦାମ୍‌ ୨୫% ପର୍ଯ୍ୟନ୍ତ ବଢ଼ିପାରେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଳକଡାଉନ କାରଣରୁ ଲମ୍ବା ସମୟ ଧରି ରାଜ୍ୟରେ ବନ୍ଦ ପଡ଼ିଥିବା ସବୁ ମଦ ଦୋକାନ ଖୁବ୍‌ ଶୀଘ୍ର ଖୋଲିବ । ଦୋକାନ ଖୋଲିବା ସହିତ ରାଜ୍ୟରେ ବଢ଼ିବ ସବୁ ପ୍ରକାର ମଦର ଦାମ୍‌ । ଏଭଳି ଏକ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ରାଜ୍ୟ ସରକାର ।

ଯଦି ଏହି ପ୍ରସ୍ତାବ ଉପରେ ସରକାରୀ ମୋହର ବାଜେ ତେବେ ମଦର ଦାମ୍‌ ୨୫ ପ୍ରତିଶତ ବୃଦ୍ଧି ହେବା ସହିତ ସବୁ ମଦ ଦୋକାନ ଖୋଲିବ ଓ ଲକଡାଉନ ସମୟରେ ରାଜସ୍ବ କ୍ଷତିକୁ ନେଇ ଚିନ୍ତିତ ଥିବା ସରକାରଙ୍କୁ କିଛିଟା  ଆଶ୍ୱସ୍ତି ମିଳିବ । ସରକାରଙ୍କ ଏଭଳି ଉଦ୍ୟମକୁ ରାଜ୍ୟ ମଦ ବ୍ୟବସାୟୀ ସଙ୍ଘ ସମର୍ଥନ କରିଥିବା ବେଳେ ସାଧାରଣରେ ମିଳିଛି ମିଶ୍ର ପ୍ରତିକ୍ରିୟା ।

ରାଜ୍ୟରେ ଯଦି ମଦ ଦୋକାନ ଖୋଲେ, ତେବେ ମଦର ଦାମ ବଢିବା ନିଶ୍ଚିତ । ରାଜ୍ୟ ସରକାର ପାଖାପାଖି ୨୫ ପ୍ରତିଶତ ପର୍ଯ୍ୟନ୍ତ ମଦର ଦାମ ବଢ଼ାଇବା ଲାଗି ବିଚାର କରୁଥିବା ଜଣା ପଡ଼ିଛି ।  ରାଜ୍ୟରେ ଏବେ ଥିବା ସରକାରୀ ମାନ୍ୟତାପ୍ରାପ୍ତ ମଦ ଦୋକାନ ସଂଖ୍ୟା ୧,୪୦୦ ଥିବା ବେଳେ ମାସକୁ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ବ ଆଦାୟ ହାରରେ ମଦରୁ ରାଜ୍ୟ ସରକାର ବର୍ଷକୁ ପାଖାପାଖି ୬,୦୦୦ କୋଟି ଟଙ୍କାର ରାଜସ୍ବ ପାଇଥାନ୍ତି । ମଦର ୨୫ ପ୍ରତିଶତ ଦାମ ବୃଦ୍ଧି ହାରରେ ମାସକୁ ରାଜ୍ୟ ସରକାର ଅଧିକ ୧୨୫ କୋଟି ଟଙ୍କାର ରାଜସ୍ବ ପାଇବା ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କୁ ମଦରୁ ମାସକୁ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ବ ମିଳେ ।


ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ସ୍ୱାଗତ କରିଛି ଓଡ଼ିଶା ମଦ ବ୍ୟବସାୟୀ ଆସୋସିଏସନ । ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାତ ଦାଶ କହିଛନ୍ତି ଯେ ମଦ ଦୋକାନୀମାନେ ଶୃଙ୍ଖଳା ଓ ନୀତିନିୟମ ଭିତରେ ବ୍ୟବସାୟ କରୁଛନ୍ତି । ‘‘ସରକାର ଆମକୁ ଯାହା ନିର୍ଦ୍ଦେଶ ଦେବେ ତାକୁ ଆମେ ମାନିବାକୁ ବାଧ୍ୟ । ସରକାର ଯଦି ଚାହିଁବେ ରାଜସ୍ୱ ଲାଗି ମଦ ଦାମର ଦାମ୍‌ ବଢ଼ିବା ଦରକାର, ତେବେ ତାହା ଲାଗୁହେବ । ହୁଏତ ମଦ ବିକ୍ରୀ କିଛିଟା କମିପାରେ, ହେଲେ ରାଜସ୍ବ ନିଶ୍ଚିତ ବଢ଼ିବ । ରାଜ୍ୟ ସରକାର ଏଥିରୁ ବାର୍ଷିକ ଦେଢ଼ ହଜାର କୋଟି ଟଙ୍କାର ଅଧିକ ରାଜସ୍ବ ପାଇପାରନ୍ତି । ସଙ୍ଘ ସବୁ  ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛି,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ: 

ମମତା ପଶ୍ଚିମ ବଙ୍ଗର ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ଅନୁମତି ଦେଉନାହାନ୍ତି: ଅମିତ ଶାହା

ଅନେକ ସାଧାରଣ ଲୋକ ମଦ ଦୋକାନ ଖୋଲିବା ଉଦ୍ୟମକୁ ନାପସନ୍ଦ କରିଥିଲେ ମଧ୍ୟ ମଦ ଦାମ ବୃଦ୍ଧିକୁ ସମର୍ଥନ କରିଛନ୍ତି । ସେମାନଙ୍କ ଯୁକ୍ତି ଯେ ଏହା ଦ୍ବାରା ଅନେକ ଲୋକେ ମଦ କିଣିବାକୁ ଅନାଗ୍ରହୀ ହେବେ। ତେବେ କିଛି ଲୋକଙ୍କ ଯୁକ୍ତି ଯେ ଲକଡାଉନ ସମୟରେ ସରକାର ମଦ ଦାମ ବଢ଼ାଇବା ଅନୁଚିତ ।

‘‘ଯଦି  ରାଜ୍ୟ ସରକାର ମଦର ଦାମ ବଢାନ୍ତି, ତେବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ । ବର୍ତ୍ତମାନ ମଦ ଭଳି ମାଦକ ଦ୍ରବ୍ୟର ସେବନକୁ ଡାକ୍ତର ବାରଣ କରୁଛନ୍ତି । ଦାମ ବଢିଲେ ଲୋକେ କମ୍‌ ମଦ ପିଇବେ । ଏଇଟା ଭଲ ନିଷ୍ପତ୍ତି,’’ କହିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ବ୍ୟବସାୟୀ ବଂଶୀଧର ବାରିକ ।

ଭି.ଏସ.ଏସ. ନଗର ବାସିନ୍ଦା ସୁଦର୍ଶନ ସାହୁ କହିଛନ୍ତି: ‘‘ସରକାର ମଦର ଦାମ ୫୦ ପ୍ରତିଶତ ବୃଦ୍ଧି କରିବା ଦରକାର । ଏହା ଦ୍ୱାରା ଅନେକ ପରିବାର ଉଜୁଡ଼ିଯିବାରୁ ବଞ୍ଚଯିବେ । ସରକାର ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ଦରକାର ।’’

‘‘ସରକାର ରାଜସ୍ୱ ଲାଗି କେବଳ ମଦ ଦାମ୍‌ ବୃଦ୍ଧି କରିବା ଅନୁଚିତ । ସରକାର ଅନ୍ୟ କ୍ଷେତ୍ରରୁ ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଦରକାର,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ନରେନ୍ଦ୍ର ସାହୁ ।

ଏହା ବି ପଢ଼ନ୍ତୁ: 

ବିଶାଖାପାଟଣାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବା ପରେ ଆସିଥିବା ହୃଦୟବିଦାରକ ଛବି
First published: May 9, 2020, 7:38 PM IST
corona virus btn
corona virus btn
Loading