ରାଜ୍ୟରେ ଆଜି ଠାରୁ ମଦର ହୋମ୍‌ ଡେଲିଭରି ଆରମ୍ଭ ହେଉଛି; ବିଦେଶୀ ମଦ ୫୦% ଅଧିକ ମହଙ୍ଗା

ମଦ ଦୋକାନ କିମ୍ବା କାଉଣ୍ଟରରେ ମଦ ବିକ୍ରି ହୋଇପାରିବ ନାହିଁ । ସପିଂ ମଲ ଓ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସବୁ ଜାଗାରେ ହୋମ୍‌ ଡେଲିଭରି କରାଯାଇପାରିବ ।

ରାଜ୍ୟରେ ଆଜି ଠାରୁ ମଦର ହୋମ୍‌ ଡେଲିଭରି ଆରମ୍ଭ ହେଉଛି; ବିଦେଶୀ ମଦ ୫୦% ଅଧିକ ମହଙ୍ଗା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଏଣିକି ଅନଲାଇନରେ ମିଳିବ ମଦ । ମଦର ହୋମ୍‌ ଡେଲିଭରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆଜି (ରବିବାର) ଠାରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଠିପି ଖୋଲା ଓ ଠିପି ବନ୍ଦ ଦୋକାନୀ ହିଁ ହୋମ୍‌ ଡେଲିଭରି କରିପାରିବେ ।

ଏହି ଖବର ଆସିବା ପରେ ରାଜ୍ୟରେ ମଦ ସେବନ କରୁଥିବା ଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ମଦ ଦୋକାନ କିମ୍ବା କାଉଣ୍ଟରରେ ମଦ ବିକ୍ରି ହୋଇପାରିବ ନାହିଁ । ସେଥି ପାଇଁ ରାଜ୍ୟ ସରକାର ଅନୁମତି ଦେଇନାହାନ୍ତି । ଏବେ କେବଳ ହୋମ୍‌ ଡେଲିଭରୀ ହେବ ମଦ ।

ବିଦେଶୀ ମଦ ଉପରେ ୫୦ ପ୍ରତିଶତ ଅତିରିକ୍ତ କୋଭିଡ ଚାର୍ଜ ଲାଗିବ ।  ସପିଂ ମଲ ଓ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସବୁ ଜାଗାରେ ହୋମ୍‌ ଡେଲିଭରି କରାଯାଇପାରିବ ।  ମଦର ହୋମ୍‌ ଡେଲିଭରି ପାଇଁ ଅନୁମତି ଦେବା ସହ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ମଦ ଡେଲିଭରି ପାଇଁ ଅନ୍‌ଲାଇନ୍‌ ଡେଲିଭରି ସଂସ୍ଥା ସ୍ବିଗି (Swiggy) ଜୋମାଟୋ (Zomato)କୁ ବି ଅନୁମତି ମିଳିଛି । ଚାରିଟି ସହରରେ ମଦ ଡେଲିଭରି ଦେବ ଜୋମାଟୋ । ସେହି ଚାରିଟି ସହର ହେଲେ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ପୁରୀ ।  ସ୍ବିଗିକୁ ମଧ୍ୟ ଚାରିଟି ସହର ପାଇଁ ଅନୁମତି ମିଳିଛି । ସେହି ସହରଗୁଡ଼ିକ ହେଲେ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ।

କେମିତି ଘରୁ ମଦ ଅର୍ଡ଼ର୍‌ କରିବେ:

  • ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡ଼ିକ ସେମାନଙ୍କ ଫୋନ୍ ନମ୍ବର / ମୋବାଇଲ୍ ଫୋନ୍‌ ନମ୍ବର / ହ୍ୱାଟସଆପ୍ ନମ୍ବର / ମେଲ୍ ଆଇଡି / UPI ବିବରଣୀ ତଥ୍ୟ ନିଜ ଦୋକାନ ସାମ୍ନାରେ ଲେଖିବେ, ଫଳରେ ସେମାନଙ୍କୁ ଅର୍ଡ଼ର ମିଳିବ ଓ ସେମାନେ ଡିଜିଟାଲ୍ ପେମେଣ୍ଟ ନେଇପାରିବେ ।

  • OSBC ୱେବସାଇଟ୍ (osbc.co.in) ମଧ୍ୟ ପ୍ରତି ଜିଲ୍ଲାର ଲାଇସେନ୍ସ ପ୍ରାପ୍ତ ଦୋକାନଗୁଡ଼ିକର ତାଲିକା ପ୍ରଦର୍ଶନ କରିବ ।

  • ଏହି ୱେବସାଇଟରେ ସେହି ଦୋକାନଗୁଡ଼ିକରେ ଉପଲବ୍ଧ ଥିବା ବିଭିନ୍ନ ମଦର ବିବରଣୀ ଓ ଦାମ୍‌ (MRP) ମଧ୍ୟ ପ୍ରଦର୍ଶିତ ହେବ ।

  • ଖୁଚୁରା ବ୍ୟବସାୟୀମାନେ ଫୋନ୍ ମାଧ୍ୟମରେ କିମ୍ବା ଏସ୍ଏମ୍ଏସ୍ (SMS), ହ୍ୱାଟସ୍ ଆପ୍ ଓ ଇମେଲ୍ ଇତ୍ୟାଦି ମାଧ୍ୟମରେ ମଦ ବିତରଣ ପାଇଁ ଅର୍ଡର ଗ୍ରହଣ କରିପାରିବେ ।

  • ଆପଣ ଜୋମାଟୋ (Zomato)ସ୍ୱିଗି (Swiggy)ର ୱେବ୍‌ସାଇଟ୍‌ରୁ ବା ଆପ୍‌ରୁ ବି ମଦ ମଗେଇପାରିବେ ।


ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 1:09 AM IST
corona virus btn
corona virus btn
Loading